
କାମୁକ ଭିଣୋର ବର୍ବରତା, କାଟିଲା ସାନ ଶଳାର ବେକ ଓ ଯୈାନ ଅଙ୍ଗ, ଯାଜପୁରରୋଡ ପୋଲିସର ଛାନଭିନ

ବ୍ୟାସନଗର,୦୪/୧୦(ଦୁଷ୍ମନ୍ତ କୁମାର ରାଉତଙ୍କ ଠାରୁ): ସ୍ଥାନୀୟ ଯାଜପୁରରୋଡ ଆଦର୍ଶ ଥାନା ଅର୍ନ୍ତଗତ ଏବଂ ବ୍ୟାସନଗର ପୈାର ପରିଷଦର ୦୨ ନମ୍ବରର ପନାସିଆ ସାହିର ଟ୍ରେନ ଲାଇନ କଡରେ ଆଜି ଶନିବାର ଭୋର ସମୟରେ ଏକ ଅଭାବନୀୟ ଘଟଣା ଘଟିଛି, ଯାହା ସ୍ଥାନୀୟ ଅଂଜଳରେ ଆଲୋଡନ ସୃଷ୍ଟି କରିଥିବା ବେଳେ ଏହି ଲୋମହର୍ଷଣକାରୀ ଘଟଣା ସମଗ୍ର ବ୍ୟାସନଗର ସହରରେ ଚର୍ଚ୍ଚାର ବିଷୟ ପାଲଟିଛି । ଦଶହରା ପୂଜା କାଟିବା ପାଇଁ ୦୨ ଦିନ ତଳେ ଅର୍ଥାତ୍ ଗୁରୁବାର ମିଥୁନ ବେହେରା ନାମକ ଜଣେ ଶ୍ରମିକ ନିଜ ଗାଁ କେଉଁଝର ଜିଲ୍ଲା ରାଇସୂଆଁ ଥାନା ଅର୍ନ୍ତଗତ ଗୁହାଳୀଚଟୁଆ ଗ୍ରାମରୁ ବ୍ୟାସନଗର ସହରର ପନାସିଆରେ ରହୁଥିବା ନିଜ ବଡ଼ଭାଇ ରସିକ ବେହେରା ଘରକୁ ସ୍ତ୍ରୀ ମୀତା ବେହେରା ଓ ୭-୮ ବର୍ଷର ପୁଅ ଗୁରୁକୁ ଧରି ଆସି ପହଂଚିଥିଲେ ମିଥୁନ ବେହେରା। ସେ କେବେ ବି ଭାବି ନ ଥିବେ ଯେ, ତାଙ୍କର ଜୀବନ ତାଙ୍କ ହତ୍ୟାକାରୀ ଭିଣୋଇ କହ୍ନେଈ ବେହେରା ହାତରେ ଯିବ ବୋଲି !
ସୂଚନାଯୋଗ୍ୟ, ପନାସିଆ ସାହିର କୁନୁ ମହାପାତ୍ର ଟ୍ରେନ ଲାଇନକୁ ଲଗାଇ ସରକାରୀ ଜମିରେ ଏକ ଘର କରି ତାହାକୁ ବିନା ଈଲେକ୍ଟ୍ରି ସଂଯୋଗରେ ଏକ ବଖରା ଘରକୁ ମାସିକ ୬୦୦ ଟଙ୍କା ଭଡ଼ାରେ ରସିକ ବେହେରା ନାମକ ଜଣେ ନିର୍ମାଣ ଶ୍ରମିକଙ୍କୁ ଦେଇଥିଲେ । ରସିକ ଦୀର୍ଘ ପ୍ରାୟ ୧୦ ବର୍ଷ ହେଲା ଭଡ଼ାରେ ରହି ଏଣେ ତେଣେ ବିଭିନ୍ନ ରାଜମିସ୍ତ୍ରୀଙ୍କ ପାଖରେ ହେଲପର ଭାବେ କାମ କରି ନିଜ ଗୁରୁରାଣ ମେଂଟାଇଆସୁଛନ୍ତି । ତାଙ୍କ ତଳ ଭଉଣୀ ରୀନା ବେହେରା କିଛି ବର୍ଷ ତଳେ ରାଜମିସ୍ତ୍ରୀ କହ୍ନେଇ ବେହେରାଙ୍କୁ ବିବାହ କରିଥିଲେ । କହ୍ନେଇର ନିଶାଗ୍ରସ୍ତ ଓ ଅସାମାଜିକ ଗୁଣ ପାଇଁ ରୀନା ପ୍ରାୟ ୦୨ ତଳୁ କହ୍ନେଈକୁ ଛାଡି ଅନ୍ୟ ଜଣେ ପୁରୁଷକୁ ବିବାହ କରି ରହୁଛନ୍ତି । କହ୍ନେଈ ଏଥିରେ ଉତ୍କ୍ଷିପ୍ତ ହୋଇ ବହୁ ସମୟରେ ଆସି ରସିକର ଭଡ଼ା ଘରେ ଗଣ୍ଡଗୋଳ କରେ ଏବଂ ତୁମ ଘରୁ ଜଣକୁ ମାରି ଦେବି ବୋଲି ଧମକ ମଧ୍ୟ ଦେଇଥାଏ ବିଶେଷକରି ସବା ବଡ଼ ଶଳା ରସିକକୁ ଜୀବନରେ ମାରି ଦେବାକୁ କହିଥାଏ ବୋଲି ରସିକ ‘ଉଦୟବଟ’କୁ କହିଛନ୍ତି । ରସିକର କହିବା ମୁତାବକ ଗତ କାଲି ରାତ୍ରୀରେ ସମସ୍ତେ ବସି ଟିଭି ଦେଖୁଥିଲେ । ହଠାତ୍ ୦୩ ଟାରୁ ୦୪ ଟା ରାତ୍ରୀ ଅର୍ଥାତ୍ ଆଜି ଶନିବାର ଭୋର ସମୟରେ ସ୍ତ୍ରୀ ଛାଡି ବୀରହ ଯନ୍ତ୍ରଣାରେ ନିଶା ଖାଇ ଉବୁଟୁବୁ ହେଉଥିବା କହ୍ନେଇ ଆସି ରସିକର ଘରେ ପହଂଚି ଛଳନା କରି ପ୍ରଥମେ ରସିକକୁ ବାହାରକୁ ଯାଇ ମଦ ପିଇବାକୁ ଡାକିଥିଲା । ରସିକ ଫିଲ୍ମ ଦେଖୁଛି କହି ଯିବାକୁ ମନା କରିବା ପରେ ପୂଜାରେ ବୁଲିବାକୁ ଆସିଥିବା ସାନ ଶଳା ମିଥୁନକୁ ମଦ ପିଇବାକୁ ଡାକିଥିଲା । ମିଥୁନ ତା’ ସାଙ୍ଗରେ ଓ.ଏସ.ଏସ ଅଫିସର ଅମୂଲ୍ୟ ଜେନାଙ୍କ ଘର ନିକଟବର୍ତୀ ଟ୍ରେନ ଲାଇନ ପୋଲ ଯାହା ବହୁ ଅସାମାଜିକ ଘଟଣାର ମୂକ ସାକ୍ଷୀ, ସେଠାକୁ ଡାକି ନେଇ ଥିଲା । ଏହାର ମାତ୍ର ୧୦ ଭିତରେ କହ୍ନେଈର ବର୍ବରତା ଆରମ୍ଭ ହୋଇଯାଇଥିଲା । ଶଳା ମିଥୁନକୁ ଧାରୁଆ ମାରଣାସ୍ତ୍ରରେ ଆକ୍ରମଣ କରିଥିଲା । ପ୍ରଥମେ ବେକୁ କାଟି ଦେଇଥିବା ବେଳେ ଯୌନ ଅଙ୍ଗ ବିଶ୍ୱାସ ଘରକୁ ମଧ୍ୟ କାଟି ଦେଇଥିଲା । ମିଥୁନ କିଛି ବୁଝିବା ପୂର୍ବରୁ ଛଳନାକାରୀ ଭିଣୋଈର ଅର୍ତକିତ ଆକ୍ରମଣରେ ଲହୁଲୁହାଣ ହୋଇ ଶେଷ ସଂର୍ଘଷ କରି ବଡ଼ ଭାଇର ଭଡ଼ା ଘର ଆଡକୁ ଦୈାଡିଥିଲା । ପୋଲ ନିକଟରୁ ପ୍ରାଣ ବିକଳରେ ଦୈାଡିବା ସମୟରେ ଦୀର୍ଘ ପ୍ରାୟ ୩୦୦-୪୦୦ ମିଟର ରାସ୍ତା ରକ୍ତ ରଂଜିତ ହୋଇଯାଇଥିଲା । ଘର କବାଡ ବାଡେଇ ମିଥୁନ ଘରକୁ ପଶିଥିବା ବେଳେ ସେଠାରେ ପଡି ତା’ର ଜୀବନ ଯାଇଥିଲା । ଏଭଳି ଏକ ଲୋମ ଟାଙ୍କୁରା ଘଟଣା ସମଗ୍ର ଅଂଚଳକୁ ସବ୍ଧ କରିଦେଇଥିବା ବେଳେ ରେଳବାଈ ଠିକାଦାରଙ୍କ ପାଖରେ ଢ଼ଳେଇ କାମ କରି ଟ୍ରେନ ଲାଇନ ଆରପଟେ ଗାନ୍ଧୀ କୁଷ୍ଠାଶ୍ରମ ନିକଟରେ ୦୨ ମାସ ତଳୁ ପାଲ ଟାଙ୍ଗି ରହିଥିବା ନରହନ୍ତା ଭିଣୋଈ କହ୍ନେଈ ମାରଣାସ୍ତ୍ର ସହ ଫେରାର ହୋଇଯାଇଛି । ୦୨ ମାସ ତଳୁ ଏଠାରେ ରହି ଏଭଳି ନାରକୀୟ କାଣ୍ଡ ଘଟାଇବ ବୋଲି କହ୍ନେଈ ଯୋଜନା କରୁଥିବାର ସୂରାକ ରସିକର ପରିବାର ଜାଣିପାରି ନ ଥିବାରୁ ଅଯଥାରେ ପୂଜା ବୁଲିବାକୁ ଆସିଥିବା ମିଥୁନର ଜୀବନ ଗଲା ବୋଲି କୁହାଯାଉଛି । ରସିକ ପୋଲିସର ନମ୍ବର ସଂଗ୍ରହ କରି ଫୋନ କଲା ପରେ ତକ୍ଷଣାତ୍ ଯାଜପୁରରୋଡ ପୋଲିସ ଥାନା ଅଧିକାରୀ ଆଶିଷ କୁମାର ସାହୁଙ୍କ ନେତୃତ୍ୱରେ ଘଟଣା ସ୍ଥଳରେ ପହଚିଂ ଛାନ ଭିନ କରୁଛି । ଘଟଣା ସଂର୍ପକରେ ଜାଣିବା ପାଇଁ ବହୁ ଲୋକଙ୍କ ସମାଗମ ହୋଇଛି । ଥାନା ଅଧିକାରୀ ଶ୍ରୀ ସାହୁଙ୍କ ସହିତ ଏସ.ଆଇ ମାନସ କୁମାର ସାହୁ, ଲିଙ୍ଗରାଜ ବେହେରା, ପାଣିକୋଇଲି ଆରକ୍ଷୀ ଅଧିକ୍ଷକଙ୍କ କାର୍ଯ୍ୟାଳୟରେ ଅବସ୍ଥାପିତ ସାଇଟିଂଫିକ୍ ଟିମ ଓ ସନ୍ଧାନୀ କୁକୁର ଘଟଣା ସ୍ଥଳରେ ରହି ଅନୁସନ୍ଧାନ ଚଳାଇଛନ୍ତି । ପୋଲିସ ପାଇଁ ମୁଖ୍ୟ ହତ୍ୟାକାରୀ ଚିହ୍ନଟ ସହଜ ହୋଇଥିବା ତା’ ସହିତ ଟ୍ରେନ ଲାଇନ ଆରପଟୁ ଆଉ କିଏ ଆସିଛି କି ନାହିଁ ସେଥିପାଇଁ ସବୁ ପାଶ୍ୱର୍ବର୍ତୀ ଅଂଚଳକୁ ନିରିଖୁଛି ପୋଲିସ । ବିଶେଷକରି ଘଟଣାସ୍ଥଳ ପାଖରେ ଚୋରାରେ ଅବାଧ ମଦ ବିକ୍ରି ହେଉଥିବା ବେଳେ ଏହି ଅଂଚଳ ନିଶା ବେପାରୀ, ଅପରାଧି ଆଦିଙ୍କ ପାଇଁ ଭୂସ୍ୱର୍ଗ ପାଲଟିଛି । ପୂର୍ବରୁ ମଧ୍ୟ ଏହି ଅଂଚଳରେ ବହୁ ଅମାନୂଷିକ କାଣ୍ଡ ଘଟିଛି ଏବଂ ପନାସିଆ, ସାପଗଡ଼ିଆ ଅଂଚଳ ଏଭଳି କିଛି ଅପରାଧିଙ୍କ ପାଇଁ ଚର୍ଚ୍ଚିତ ବୋଲି କୁହାଯାଉଛି । ବଡ଼ ଭାଇ ରସିକର ଏତଲା ଅନୁସାରେ ତଦନ୍ତ ଚାଲିଛି ।
ଅପରାଧି ମାରଣାସ୍ତ୍ର ସହ ଫେରାର ଥିବା ବେଳେ ଘଟଣା ସ୍ଥଳୀରୁ ଏକ ଧାରୁଆ ରେଜର ଜବତ ହୋଇଥିବାର ଜଣାଯାଇଛି । ଏ ସଂକ୍ରାନ୍ତରେ ଯାଜପୁରରୋଡ ଥାନାରେ କେଶ ନଂ. ୫୮୮/୨୫ ରୁଜ୍ୁ ହୋଇ ଅପରାଧିକୁ ଧରିବା ପାଇଁ ଚେଷ୍ଟା ଚାଲିଛି ବୋଲି ଥାନା ଅଧିକାରୀ ଶ୍ରୀ ସାହୁ କହିଛନ୍ତି । 






