ଦାନଗଦି ବ୍ଲକରେ ଶିଶୁ ଶ୍ରମିକ ଉଦ୍ଧାର, ଚଢ଼ାଉ ଓ ସଚେତନତା ଅଭିଯାନ

ଯାଜପୁର: ଶିଶୁ ଶ୍ରମ ନିରାକରଣ ଏବଂ ଶିଶୁ ଶ୍ରମମୁକ୍ତ ସମାଜ ଗଠନ ଲକ୍ଷ୍ୟରେ ଅକ୍ଟୋବର ୩୧ ତାରିଖରେ ଯାଜପୁର ଜିଲ୍ଲାର ଦାନଗଦି ବ୍ଲକ ଅଞ୍ଚଳରେ ଏକ ବ୍ୟାପକ ସଚେତନତା, ଚଢ଼ାଉ ଓ ଉଦ୍ଧାର ଅଭିଯାନ ଅନୁଷ୍ଠିତ ହୋଇଥିଲା। ଏହି ଅଭିଯାନର ନେତୃତ୍ୱ ସହକାରୀ ଶ୍ରମ ଅଧିକାରୀ, ଯାଜପୁର ସୌମ୍ୟ ସୁନ୍ଦର ରାଉତରାୟ ନେଇଥିବା ବେଳେ ଏଥିରେ ଧର୍ମଶାଳାର ସହକାରୀ ଶ୍ରମ ଅଧିକାରୀ ସୈାମ୍ୟରଂଜନ ବେହେରା, ପୁଲିସ କର୍ମଚାରୀ, ଚାଇଲ୍ଡ ଲାଇନ ସଦସ୍ୟ, ସ୍ୱେଚ୍ଛାସେବୀ ସଂଗଠନ ଏବଂ ଶ୍ରମିକ ସଂଗଠନର ପ୍ରତିନିଧିମାନେ ସାମିଲ ହୋଇଥିଲେ। ଏହି ଚଢ଼ାଉ ସମୟରେ ଜଣେ ଶିଶୁ ଶ୍ରମିକଙ୍କୁ ଉଦ୍ଧାର କରାଯାଇଥିଲା। ଉଦ୍ଧାର ଶିଶୁଙ୍କ ସୁରକ୍ଷା, ପୁନର୍ବାସ ଏବଂ ଆଇନ ଅନୁଯାୟୀ ପରବର୍ତ୍ତୀ ଆବଶ୍ୟକୀୟ ପଦକ୍ଷେପ ଗ୍ରହଣ କରାଯାଉଛି। ଏହି ଅବସରରେ ବିଭିନ୍ନ ପ୍ରତିଷ୍ଠାନର ମାଲିକ, ନିଯୁକ୍ତିଦାତା, ଶ୍ରମିକ ଏବଂ ସାଧାରଣ ଜନତାଙ୍କୁ ଶିଶୁ ଶ୍ରମ ନିରାକରଣ ସମ୍ପର୍କରେ ସଚେତନ କରାଯିବା ସହ ଶିଶୁ ଶ୍ରମିକ ନିୟୋଜନର ଆଇନଗତ ଦଣ୍ଡବିଧାନ ଏବଂ ଏହାର ସାମାଜିକ କୁପରିଣାମ ସମ୍ପର୍କରେ ଅବଗତ କରାଯାଇଥିଲା। ଶିଶୁମାନଙ୍କୁ ଶ୍ରମରୁ ମୁକ୍ତ କରି ଶିକ୍ଷା ଓ ସମାଜର ମୁଖ୍ୟସ୍ରୋତରେ ସାମିଲ କରିବା ସହ ଏକ ଶିଶୁ ଶ୍ରମମୁକ୍ତ ସମାଜ ଗଠନ ପାଇଁ ଶ୍ରମ ବିଭାଗ ପକ୍ଷରୁ ଏଭଳି ଅଭିଯାନ ଆଗାମୀ ଦିନରେ ମଧ୍ୟ ଜାରି ରହିବ।

Live Share Market

जवाब जरूर दे 

आप अपने सहर के वर्तमान बिधायक के कार्यों से कितना संतुष्ट है ?

View Results

Loading ... Loading ...

Related Articles

Back to top button
.
Website Design By Bootalpha.com +91 84482 65129
.
Close