ଭି.ଏନ କଲେଜରେ ଫୁଟିଲା ବୋମା, କଲେଜ ବାତାବରଣ ଅଶାନ୍ତ, ପୋଲିସର ପଇଁତରା, ନିର୍ବାଚନ ସ୍ଥଗିତ ଘୋଷଣା

ବ୍ୟାସନଗର, ୦୮/୧୦(ଉ.ନ୍ୟୁଜ୍ ବ୍ୟୁରୋ): ରାଜ୍ୟ ସରକାର ପକ୍ଷରୁ ସଦ୍ୟ ଘୋଷିତ ଛାତ୍ର ସଂସଦ ନିର୍ବାଚନ ପରେ ବିଭିନ୍ନ ସ୍ଥାନରେ ଅଘଟଣ ଘଟୁଥିବାର ଖବର ଆସୁଥିବା ବେଳେ ଆଜି ଗୁରୁବାର ପୂର୍ବାହ୍ନରେ ବ୍ୟାସନଗର ସ୍ୱୟଂଶାସିତ ମହାବିଦ୍ୟାଳୟ ଅଧ୍ୟକ୍ଷଙ୍କ କ୍ୱାଟର ଆଗରେ ଏବଂ ଛାତ୍ରାବାସ ଆଗରେ ୦୭ଟି ବୋମା ଫୁଟାଯିବା ଫଳରେ କାମ୍ପସ ଅଶାନ୍ତ ହୋଇପଡିଛି । ସ୍ଥାନୀୟ ଅଂଚଳରେ ଏହା ଆଲୋଡ଼ନ ସୃଷ୍ଟି କରିଥିବା ବେଳେ ଅଧ୍ୟକ୍ଷଙ୍କ ଅଭିଯୋଗ ଆଧାରରେ ପୋଳିସ ଛାନଭିନ କରିବା ସହ ବୋମା ଫୁଟାଇଥିବା ଅପରାଧିମାନଙ୍କୁ ଖୋଜୁଛି । ଏଣେ ପ୍ରଶାସନ ତରଫରୁ ଛାତ୍ର ସଂସଦ ନିର୍ବାଚନ ସ୍ଥଗିତ ରଖିବା ପାଇଁ ନିଷ୍ପତି ନିଆଯାଇଥିବାର ଜଣାଯାଇଛି । ଏହା ଉପରେ ବିଭିନ୍ନ ସ୍ତରରେ ଭିନ୍ନ ଭିନ୍ନ ପ୍ରତିକ୍ରିୟା ପ୍ରକାଶ ପାଇଛି ।

Live Share Market

जवाब जरूर दे 

आप अपने सहर के वर्तमान बिधायक के कार्यों से कितना संतुष्ट है ?

View Results

Loading ... Loading ...

Related Articles

Back to top button
.
Website Design By Bootalpha.com +91 84482 65129
.
Close