
ଚଣ୍ଡୀ କ୍ଲବ ପକ୍ଷରୁ କାଳୀ ପୂଜା ପାଇଁ ଗୁରୁତ୍ୱପୂର୍ଣ୍ଣ ବୈଠକ: ୧୯ ଟି ମେଢ଼ ରୁ ୧୭ ଟି କମିଟିର କାର୍ଯ୍ୟକର୍ତ୍ତା ଉପସ୍ଥିତ ଥିଲେ

ବ୍ୟାସନଗର ;୦୧/୧୦(ବ୍ୟୁରୋ): ଯାଜପୁର ଜିଲ୍ଲା ବ୍ୟାସନଗର ସ୍ଥିତ ପ୍ରତିଷ୍ଠିତ ‘ଚଣ୍ଡୀ କ୍ଲବ’ ପକ୍ଷରୁ ଆସନ୍ତା କାଳୀ ପୂଜା ଏବଂ ମେଳଣ ଉତ୍ସବକୁ ଶୃଙ୍ଖଳିତ କରିବା ପାଇଁ ଏକ ଗୁରୁତ୍ୱପୂର୍ଣ୍ଣ ପ୍ରସ୍ତୁତି ବୈଠକ ନିଷ୍ପତ୍ତି ଅନୁଯାୟୀ (ରବିବାର) ଅପରାହ୍ନ ୪ଘଟିକା ସମୟରେ ସ୍ଥାନୀୟ “ଚୋରଦା କାଳୀମେଳଣ ପଡିଆ” ଠାରେ ସମସ୍ତ ପୂଜାକମିଟିର ସଭାପତି ଓ ସମ୍ପାଦକ ମାନଙ୍କ ସହ ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି। ଉକ୍ତ ଆଲୋଚନାରେ ତହସିଲଦାର ପ୍ରଶାନ୍ତ କୁମାର ପୁହାଣ, ମୁନ୍ସିପାଲଟି ଚେୟାରମେନ ସୁଭାଷ ଚନ୍ଦ୍ର ବଳ, ଏସ ଡି ପି ଓ ଶରତ ଚନ୍ଦ୍ର ପାତ୍ର, ଆଇ ଆଇ ସି ଆଶିଷ କୁମାର ସାହୁ, ଚଣ୍ଡୀ କ୍ଲବ୍ ସଭାପତି ପ୍ରମୋଦ ରାଉତ, ସମ୍ପାଦକ ଶିଶିର ରାଉତ,ଶାନ୍ତି କମିଟିର ସଭାପତି ବିଦ୍ୟାଧର ମହାନ୍ତି ତଥା ୧୯ ଗୋଟି ମେଢ଼ କମିଟି ମଧ୍ୟରୁ ୧୭ ଗୋଟି କମିଟିର ସମ୍ପାଦକ,ସଭାପତି ଏବଂ ପ୍ରିଣ୍ଟ, ଇଲେକ୍ଟ୍ରୋନିକ୍ସ, ୱେବ୍, ୟୁଟ୍ୟୁବ ର ସମସ୍ତ ପ୍ରତିନିଧି ଉପସ୍ଥିତ ରହି ଆଲୋଚନାରେ ଭାଗ ନେଇଥିଲେ।ଶାନ୍ତି ଶୃଙ୍ଖଳା ର ସହ କିପରି ମେଲଣ ଉତ୍ସଵ ହୋଇପାରିବ ଏ ସମ୍ପର୍କରେ ଆଦର୍ଶ ଥାନାଧିକାରୀ ଶ୍ରୀ ସାହୁ ମାର୍ଗଦର୍ଶନ କରିଥିଲେ। ୧୯ ଟି ମେଢ଼ ମଧ୍ୟରେ ରୁଟ ନିର୍ଦ୍ଧାରିତ ହୋଇଥିଲା। ଏହି ପ୍ରସିଦ୍ଧ ଗଣପର୍ବ ଉତ୍ସବର ଶାନ୍ତିଶୃଙ୍ଖଳା ଓ ସୁରକ୍ଷା ପ୍ରତି ସଜାଗ ରହିବା ପାଇଁ ସମସ୍ତ କମିଟି ପକ୍ଷରୁ ସହମତି ପ୍ରଦାନ କରାଯାଇଛି । ଶେଷରେ ଅଧ୍ୟାପକ ସନାତନ ଦାସ ଧନ୍ୟବାଦ ଅର୍ପଣ କରିଥିଲେ।
ଏହି ବୈଠକରେ ଆଲୋଚ୍ୟ ବିଷୟ ଥିଲା :-
୧. କାଳୀ ମେଳଣ ଉତ୍ସବରେ ମେଢମାନଙ୍କର ସମୟ ସାରଣୀ ସ୍ଥିର।
୨. ଶାନ୍ତିକମିଟି ର ଗଠନ।
୩. ମେଢମାନଙ୍କର ପଥ ନିର୍ଦ୍ଧାରଣ।




