ଯାଜପୁର ଯୁଗ୍ମ ଶ୍ରମ ଆୟୁକ୍ତଙ୍କ ଅଧିନରେ କାର୍ଯ୍ୟରତ ୦୪ ଅଧିକାରୀଙ୍କୁ ଶ୍ରମ ବିଭାଗ ତରଫରୁ ଏକକାଳୀନ ସମ୍ବର୍ଦ୍ଧନା

ବ୍ୟାସନଗର, ୦୬/୧୧(ଉ.ନ୍ୟୁଜ୍ ବ୍ୟୁରୋ): ନିକଟରେ ପ୍ରକାଶିତ ଶ୍ରମ ବିଭାଗର ପଦ୍ୟୋନ୍ନତି ପରେ ବଦଳି ହୋଇଥିବା ଯାଜପୁରରୋଡ ସ୍ଥିତ ଯୁଗ୍ମ ଶ୍ରମ ଆୟୁକ୍ତଙ୍କ କାର୍ଯ୍ୟାଳୟରେ କାର୍ଯ୍ୟରତ ୦୪ ଅଧିକାରୀ ଇତିମଧ୍ୟରେ ସେମାନଙ୍କର ନୂତନ ସ୍ଥାନରେ ଅବସ୍ଥାପିତ ହୋଇଛନ୍ତି । ବିଳମ୍ବରେ ହେଲେ ବି ସେମାନଙ୍କୁ ସମ୍ବର୍ଦ୍ଧନା ଦେବାକୁ ଭୂଲି ଯାଇନି ଶ୍ରମ ବିଭାଗ । କିଛି ମାସ ପୂର୍ବେ ଏଠାରେ କାର୍ଯ୍ୟକରୁଥିବା ସହକାରୀ ଶ୍ରମ ଅଧିକାରୀଣି ରଚନା ସେଠୀଙ୍କର କଟକସ୍ଥିତ ଯୁଗ୍ମ ଶ୍ରମ ଆୟୁକ୍ତଙ୍କ କାର୍ଯ୍ୟାଳୟକୁ ବଦଳି ହୋଇଥିଲା । ଏହା ପରେ ରାଜ୍ୟ ଶ୍ରମ ଓ ଇଏସଆଇ ମୁଖ୍ୟାଳୟ, ଭୁବନେଶ୍ୱର ବିଜ୍ଞପ୍ତି ଅନୁଯାୟୀ ତା ୦୧.୧୦.୨୦୨୬ରେ ହୋଇଥିବା ଏଠାରେ କାର୍ଯ୍ୟରତ ସହକାରୀ ଶ୍ରମ ଅଧିକାରୀ ଦେବାଶିଷ ଜେନାଙ୍କର ଢ଼େଙ୍କାନାଳ ଜିଲ୍ଲା ଶ୍ରମ ଅଧିକାରୀ ଭାବେ ଏବଂ ସହକାରୀ ଶ୍ରମ ଅଧିକାରୀଣି ସୁଶ୍ରୀ ସଂଗୀତା ସ୍ୱାଇଁଙ୍କର ତାଳଚେର ସ୍ଥିତ ଶ୍ରମ ଦପ୍ତରରେ ଜିଲ୍ଲା ଶ୍ରମ ଅଧିକାରୀଣି ଭାବେ ପଦ୍ୟୋନ୍ନତି ସହ ବଦଳି ହୋଇଥିଲା । ଏହାର କିଛି ଦିନ ପରେ ଏଠାରେ କାର୍ଯ୍ୟରତ ସହକାରୀ ଶ୍ରମ ଅଧିକାରୀଣି ନିଲୀମା କୁମାରୀ ନାୟକଙ୍କ ପଦ୍ୟୋନ୍ନତି ସହ ରାଜସ୍ୱ ବିଭାଗକୁ ବଦଳି ହୋଇଥିଲା । ସେ ଦେବଗଡ଼ରେ ଏବେ ଟ୍ରେନିଂରେ ଅଛନ୍ତି । ସୁତରାଂ ଯାଜପୁରରୋଡ ସ୍ଥିତ ଯୁଗ୍ମ ଶ୍ରମ ଆୟୁକ୍ତଙ୍କ କାର୍ଯ୍ୟାଳୟରେ ଏକଦା ଦକ୍ଷତାର ସହ ସୂଚାରୁରୂପେ କାର୍ଯ୍ୟକରୁଥିବା ସହକାରୀ ଶ୍ରମ ଅଧିକାରୀ ସର୍ବଶ୍ରୀ ଦେବାଶିଷ ଜେନା, ରଚନା ସେଠୀ, ସୁଶ୍ରୀ ସଂଗୀତା ସ୍ୱାଇଁ ଓ ନିଲୀମା କୁମାରୀ ନାୟକଙ୍କ ପଦ୍ୟୋନ୍ନତି ପରେ ଏଠାରୁ ବଦଳି ହୋଇ ନୂତନ ସ୍ଥାନରେ କାର୍ଯ୍ୟରତ ଅଛନ୍ତି ।
ସେମାନଙ୍କ ବିଦାୟକାଳୀନ ସମ୍ବର୍ଦ୍ଧନା ସଭା ସ୍ଥାନୀୟ ଯୁଗ୍ମ ଶ୍ରମ ଆୟୁକ୍ତଙ୍କ କାର୍ଯ୍ୟାଳୟରେ ଗତ ତା ୦୪/୧୧ ରିଖ ବୁଧବାର ଅନୁଷ୍ଟିତ ହୋଇଥିଲା । ଏଥିରେ ଜେଏଲସି ଶିବ ଶଙ୍କର ମିଶ୍ର, ଡିଏଲସି ସତ୍ୟନାରାୟଣ ଆଚାର୍ଯ୍ୟ, ଜିଲ୍ଲା ଶ୍ରମ ଅଧିକାରୀ ଦୀପ୍ତିରଂଜନ ସାହୁ ଓ ସୁଧିର କୁମାର ସାହୁ, ସହକାରୀ ଶ୍ରମ ଅଧିକାରୀ ସୈାମ୍ୟସୁନ୍ଦର ରାଉତରାୟ, ଅଭିଜୀତ୍ ପ୍ରଧାନ, ସତରୂପା ସାହୁ, ଶତାଦ୍ଦୀକା ନାୟକ, କର୍ମଚାରୀ ମହେଶ ଚନ୍ଦ୍ର ସୁନାନୀ, ସତ୍ୟଜିତ୍ ବାରିକ, ଦେବଶ୍ରୀ ପଣ୍ଡା, ନାରାୟଣ ନନ୍ଦ, ଶ୍ରାବଣୀ ମୂର୍ମୂ, ସନ୍ତୋଷ ନାୟକ, ପ୍ରକାଶ ଜେନା, ପସନ୍ନ ନାୟକ ପ୍ରମୁଖ ଉପସ୍ଥିତ ରହି ସେମାନଙ୍କୁ ସମ୍ବର୍ଦ୍ଧନା ଜ୍ଞାପନ କରିବା ସହ ନୂତନ ସ୍ଥାନରେ ସେମାନଙ୍କର କାର୍ଯ୍ୟକାରିତାର ସଫଳତା କାମନା କରିଥିଲେ ।

Live Share Market

जवाब जरूर दे 

आप अपने सहर के वर्तमान बिधायक के कार्यों से कितना संतुष्ट है ?

View Results

Loading ... Loading ...

Related Articles

Back to top button
.
Website Design By Bootalpha.com +91 84482 65129
.
Close