
ଅଖିଳ ଭାରତୀୟ ରାଜଭାଷା ହିନ୍ଦୀ ପରୀକ୍ଷାରେ ଦେବ ସ୍କୁଲ ଛାତ୍ରଛାତ୍ରୀଙ୍କ ରାଜ୍ୟସ୍ତରୀୟ ଶତ ପ୍ରତିଶତ ସଫଳତା



ବ୍ୟାସନଗର;୦୪/୧୧ (ନି ପ୍ର): ଦେବ ଇଣ୍ଟରନ୍ୟାସନାଲ୍ ସ୍କୁଲ୍, ଯାଜପୁର ରେ ମହାତ୍ମା ଗାନ୍ଧୀ ରାଜଭାଷା ହିନ୍ଦୀ ପ୍ରଚାର ସଂସ୍ଥା, ପୁନେ ପକ୍ଷରୁ ଆୟୋଜିତ ଅଖିଳ ଭାରତୀୟ ରାଜଭାଷା ହିନ୍ଦୀ ପରୀକ୍ଷାରେ ଛାତ୍ରଛାତ୍ରୀଙ୍କର ଶତ ପ୍ରତିଶତ ସଫଳତା ଅଞ୍ଚଳ ପାଇଁ ଗୌରବ ଆଣିଛି। ରାଜ୍ୟ ସ୍ତରୀୟ ସଫଳତା ହାସଲ କରିଥିବା ଛାତ୍ରଛାତ୍ରୀ ଓ ମାର୍ଗଦର୍ଶନ କରିଥିବା ହିନ୍ଦୀ ବିଭାଗର ଶିକ୍ଷକ-ଶିକ୍ଷୟିତ୍ରୀମାନଙ୍କୁ ହାର୍ଦ୍ଦିକ ଅଭିନନ୍ଦନ ସହ ଶୁଭକାମନା ଜଣାଇଛି ପୁନେ ସ୍ଥିତ ଏହି ସଂସ୍ଥା। ଦେବ ଇଣ୍ଟରନ୍ୟାସନାଲ୍ ସ୍କୁଲ୍ ପରୀକ୍ଷା କେନ୍ଦ୍ରରେ କେନ୍ଦ୍ର କ୍ରମାଙ୍କ: MGPS-26-0187, ଓଡ଼ିଶା ଅନୁଯାୟୀ ଆୟୋଜିତ ପରୀକ୍ଷାରେ ଶତ ପ୍ରତିଶତ ମାର୍କ ରଖି ଉତ୍ତୀର୍ଣ୍ଣ ହୋଇଥିବା ଛାତ୍ରଛାତ୍ରୀମାନଙ୍କୁ ମହାତ୍ମା ଗାନ୍ଧୀ ରାଜଭାଷା ଗୌରବ ପୁରସ୍କାର (ଟ୍ରଫି) ଏବଂ ପ୍ରମାଣପତ୍ର ପ୍ରଦାନ କରାଯାଇଛି। ପୁରସ୍କାର ବିଜେତା ଛାତ୍ରଛାତ୍ରୀ ଙ୍କ ମଧ୍ୟରୁ ରାଜ୍ୟସ୍ତରୀୟ ବିଜେତା ମଧ୍ୟରୁ ଆକାଂକ୍ଷା ଆଧା , ଅଦ୍ୟାଶା ଦାସ , ସିଦ୍ଧିକ୍ଷା ବଳବନ୍ତ ରାୟ , ଶଶାଙ୍କ ସିହ୍ନା ବିଦ୍ୟାଳୟ ପାଇଁ ଉଦାହରଣ ପାଲଟିଥିବାବେଳେ ଅନ୍ୟ କୃତି ଛାତ୍ରଛାତ୍ରୀ ମାନେ ହିନ୍ଦୀ ବିଭାଗ ତଥା ବିଦ୍ୟାଳୟ ପାଇଁବ ଗୌରବ ଆଣିଛନ୍ତି।ଏଥିସହ ପ୍ରଧାନାଚାର୍ଯ୍ୟ ଶ୍ରୀମାନ ନିର୍ମଳ କୁମାର ରଣା ଙ୍କୁ ଆଦର୍ଶ ରାଜଭାଷା ପ୍ରଧାନାଚାର୍ଯ୍ୟ ସମ୍ମାନ ପୁରସ୍କାରରେ ସମ୍ମାନିତ କରାଯାଇଛି ଏବଂ ଉପ-ପ୍ରଧାନାଚାର୍ଯ୍ୟା ଶ୍ରୀମତୀ ସୋନିଆ ବେଦୀଙ୍କୁ ରାଜଭାଷା ହିନ୍ଦୀ ବିଭୂଷଣ ପୁରସ୍କାରରେ ସମ୍ମାନିତ କରାଯାଇଛି। ହିନ୍ଦୀ ବିଭାଗ ପ୍ରମୁଖ ଦୀପକ ରଞ୍ଜନ ପାଣିଗ୍ରାହୀ ଙ୍କ ସହ ସୁପ୍ରିୟା ପ୍ରଧାନ, ସରିତା ଗୁପ୍ତା ,ପୁନମ କୌର ,ୱାଇ ସୁରେଖା ,ନୀମା ଦାସ , ଅରୁଣ କୁମାର ଜେନା , ବିଶ୍ୱଜିତ ପଣ୍ଡା , ପ୍ରମିଳା ବେହୁରା ଙ୍କୁ ମଧ୍ୟ ମେଡାଲ ସାର୍ଟିଫିକେଟ ସହ ସମ୍ମାନିତ କରାଯାଇଛି। ବିଦ୍ୟାଳୟର ଅଧ୍ୟକ୍ଷ ବୁଦ୍ଧଦେବ ରାଉତ ହିନ୍ଦୀ ବିଭାଗରେ ରାଜ୍ୟସ୍ତରୀୟ କୃତି ଅର୍ଜନ କରିଥିବା ଛାତ୍ର ଛାତ୍ରୀଙ୍କର ଉଜ୍ଜ୍ୱଳ ଭବିଷ୍ୟତ କାମନା କରିଛନ୍ତି।





