ଦାନଗଦି ବ୍ଲକ ରଣାଗୁଣ୍ଡି ପଂଚାୟତରେ ଶ୍ରମ ବିଭାଗ ତରଫରୁ ଶିଶୁ ଶ୍ରମିକ ଉଚ୍ଛେଦ ସଚେତନତା ସଭା

ଦାନଗଦି, ୦୬/୧୧(ଉ.ନ୍ୟୁଜ୍ ବ୍ୟୁରୋ): ଆଜି ଶୁକ୍ରବାର ଅପରାହ୍ନରେ ଦାନଗଦି ବ୍ଲକ ସହକାରୀ ଶ୍ରମ ଅଧିକାରୀ ସୈାମ୍ୟସୁନ୍ଦର ରାଉତରାୟଙ୍କ ପ୍ରଚେଷ୍ଟାରେ ଏହି ବ୍ଲକର ରଣାଗୁଣ୍ଡି ଗ୍ରାମ ପଂଚାୟତ ସଭାଗୃହରେ ରାଜ୍ୟସ୍ତରୀୟ ସାମାଜିକ କର୍ମୀ ଦୁଷ୍ମନ୍ତ କୁମାର ରାଉତଙ୍କ ଅଧ୍ୟକ୍ଷତାରେ ଏକ ସଚେତନତା ସଭା ଅନୁଷ୍ଠିତ ହୋଯାଇଛି । ଏଥିରେ ମୁଖ୍ୟ ଅତିଥି ଭାବେ ସହକାରୀ ଶ୍ରମ ଅଧିକାରୀ ସୈାମ୍ୟସୁନ୍ଦର ରାଉତରାୟ ଯୋଗ ଦେଇ ଶିଶୁ ଶ୍ରମିକ ପ୍ରଥାକୁ ତୃଣମୂଳ ସ୍ତରରୁ ଉଚ୍ଚେଦ ପାଇଁ ରାଜ୍ୟ ସରକାର ଚଳିତ ବର୍ଷ ଯୋଜନା କରି ଗତ ୦୨/୧୦/୨୦୨୬ ଗାନ୍ଧୀ ଜୟନ୍ତୀ ଠାରୁ ଆସନ୍ତା ୧୪/୧୧/୨୦୨୬ ଶିଶୁ ଦିବସ ପର୍ଯ୍ୟନ୍ତ ଶ୍ରମ ବିଭାଗ ଓ ଜିଲ୍ଲା ପ୍ରଶାସନ ତରଫରୁ ବିଭିନ୍ନ ସଚେତନାଧର୍ମୀ କାର୍ଯ୍ୟକ୍ରମ ସହ ଶିଶୁ ଶ୍ରମିକଙ୍କୁ ବିଭିନ୍ନ ସ୍ଥାନରୁ ଉଦ୍ଧାର କରି ସେମାନଙ୍କୁ ଥଇଥାନ କରାଯାଉଛି ବୋଲି କହିଥିଲେ । ଏହି କ୍ରମରେ ପଂଚାୟତ ସ୍ତରରେ ବିଭିନ୍ନ କାର୍ଯ୍ୟକ୍ରମ କରାଯାଇ ଶିଶୁ ଶ୍ରମିକମାନଙ୍କୁ କମ ପଇସା ଦେଇ ଖଟାଉଥିବା ନିଯୁକ୍ତି ଦାତାଙ୍କ ଉପରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉଛି; ଯାହା ଅନ୍ୟ ନିଯୁକ୍ତିଦାତାଙ୍କ ଉପରେ ଚାପ ସୃଷ୍ଟି କରିଛି । ଶ୍ରୀ ରାଉତରାୟ ଶିଶୁ ଶ୍ରମିକଙ୍କ ପାଇଁ ସରକାରଙ୍କ ବିଭିନ୍ନ କଣ୍ୟାଣକାରୀ ଯୋଜନା ଉପରେ ଆଲୋକପାତ କରିବା ସହ ସମସ୍ତେ ଐକ୍ୟ ହୋଇ ପଂଚାୟତ ସ୍ତରରୁ ଏହାର ମୂଳୋପାôଟନ ପାଇଁ ଶପଥ ନେବାକୁ କହିଥିଲେ । ଏଥିରେ ବିଶିଷ୍ଟ ସମାଜସେବୀ ତଥା ପରିବେଶବିଦ୍ ଲାଲବାହାଦୂର ମହାନ୍ତ, ‘ସମାଜ’ ପ୍ରତିନିଧି କପିଳେନ୍ଦ୍ର ମହାନ୍ତ, ରଣାଗୁଣ୍ଡି ସରପଂଚ ତୁଷାର ରଂଜନ ଜେନା, ‘ସମୟ’ ପ୍ରତିନିଧି ରଶ୍ମିରଂଜନ ତ୍ରିପାଠୀ, ଶ୍ରମିକ ନେତା ପରମାନନ୍ଦ ସେଠୀ ପ୍ରମୁଖ ଯୋଗ ଦେଇ ଶିଶୁ ଶ୍ରମିକ ପ୍ରଥାର ଭୟାବହତା ଉପରେ ସତର୍କ କରାଇଥିଲେ । ସଭାର ସଭାତି ଶ୍ରୀ ରାଉତ ସଂଗୀତ ଜରିଆରେ ଭାଇଚାର ବୃଦ୍ଧି ଓ ଜାତୀୟତା ଭାବର ଉଦ୍ରେକ ପାଇଁ ଚେଷ୍ଟା କରିଥିଲେ । ଶ୍ରମିକ ନେତା ଅରୁଣ ଦାସ ଶେଷରେ ଧନ୍ୟବାଦ ଅର୍ପଣ କରିଥିଲେ ।
ସୂଚନାଯୋଗ୍ୟ, ଏହି ଦୀର୍ଘ ୪୪ ଦିନର କାର୍ଯ୍ୟକ୍ରମ ଗତ ୦୨/୧୦/୨୦୨୬ ଗାନ୍ଧୀ ଜୟନ୍ତୀ ଠାରୁ ଆରମ୍ଭ ହୋଇଛି ଓ ଏହା ଆସନ୍ତା ୧୪/୧୧/୨୦୨୬ ପର୍ଯ୍ୟନ୍ତ ଚାଲିବ । ଯାଜପୁର ଶ୍ରମ ବିଭାଗ ଓ ଜିଲ୍ଲା ପ୍ରଶାସନ ତରଫରୁ ‘ଶିଶୁ ଶ୍ରମିକ’ ନିୟୋଜନ ଉପରେ ସଂପୂର୍ଣ୍ଣ କଟକଣା ଲଗାଇବା ଉଦ୍ଦେଶ୍ୟରେ ଯାଜପୁରରୋଡ ସ୍ଥିତ ଯାଜପୁର ଯୁଗ୍ମ ଶ୍ରମ ଆୟୁକ୍ତଙ୍କ କାର୍ଯ୍ୟାଳୟ ତରଫରୁ ବିଭିନ୍ନ ଦିନରେ ବିଭିନ୍ନ ସ୍ଥାନରେ କାର୍ଯ୍ୟକ୍ରମ କରାଯାଉଛି । ଯାଜପୁର ଠାରେ ଜିଲ୍ଲାପାଳ ଅମ୍ବର କୁମାର କର ସଚେତନ ରଥକୁ ସବୁଜ ପତାକା ଦେଖାଇ ଉଦ୍‌ଘାଟନ କରିଥିବା ବେଳେ ବିଭିନ୍ନ କାର୍ଯ୍ୟକ୍ରମ ଓ ଶୋଭାଯାତ୍ରା ଆଦି ଯାଜପୁରରୋଡ ସ୍ଥିତ ଯୁଗ୍ମ ଶ୍ରମ ଆୟୁକ୍ତ ଶିବଶଙ୍କର ମିଶ୍ର ଓ ପ୍ରଭାଗୀୟ ଆୟୁକ୍ତ ସତ୍ୟନାରାୟଣ ଆଚାର୍ଯ୍ୟ ଯାଜପୁର ଜିଲ୍ଲା ଶ୍ରମ ଅଧିକାରୀ ଦୀପ୍ତିରଂଜନ ସାହୁ ଓ ସୁଧିର କୁମାର ସାହୁ ପ୍ରମୁଖଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନରେ ଚାଲଇଛି । ଜିଲ୍ଲାର ବିଭିନ୍ନ ସ୍ଥାନରେ ସହକାରୀ ଶ୍ରମ ଅଧିକାରୀ ସୈାମ୍ୟରଂଜନ ବେହେରା, ଅଭିଜୀତ୍ ଜୟପ୍ରକାଶ ପ୍ରଧାନ, ସୈାମ୍ୟସୁନ୍ଦର ରାଉତରାୟ, ସତରୂପା ସାହୁ, ଶତାଦ୍ଦୀକା ନାୟକ ପ୍ରମୁଖ ସଂଚାଳନ କରୁଛନ୍ତି । ଶ୍ରମ ବିଭାଗ ପକ୍ଷରୁ ଆୟୋଜିତ ଏହି କାର୍ଯ୍ୟକ୍ରମଗୁଡିକର ସୁଦୂରପ୍ରସାରୀ ପ୍ରଭାବ ପଡୁଥିବାର କୁହାଯାଉଛି ।

Live Share Market

जवाब जरूर दे 

आप अपने सहर के वर्तमान बिधायक के कार्यों से कितना संतुष्ट है ?

View Results

Loading ... Loading ...

Related Articles

Back to top button
.
Website Design By Bootalpha.com +91 84482 65129
.
Close