
ଅକ୍ଟୋବର ମାସ ପାଇଁ ନିର୍ମାଣ ଓ ଅଣସଙ୍ଗଠିତ ଶ୍ରମିକଙ୍କ ଖାତାକୁ ଗଲା 2 କୋଟି 62 ଲକ୍ଷ 2 ହଜାର 800 ଟଙ୍କା
ଯାଜପୁର,(ଉ. ନ୍ୟୁଜ୍ ବ୍ୟୁରୋ): ଅକ୍ଟୋବର ମାସ ପାଇଁ ଯାଜପୁର ଜିଲ୍ଲାରେ 680 ଜଣ ନିର୍ମାଣ ଓ ଅଣସଙ୍ଗଠିତ ଶ୍ରମିକମାନଙ୍କ ବ୍ୟାଙ୍କ ଖାତାକୁ ସର୍ବମୋଟ 2 କୋଟି 62 ଲକ୍ଷ 2 ହଜାର 800 ଟଙ୍କା ବିଭିନ୍ନ ସହାୟତା ରାଶି ଯାଇଥିବା ଜିଲ୍ଲା ଶ୍ରମ କାର୍ଯ୍ୟାଳୟ ତରଫରୁ ଜଣା ପଡିଛି l ଅତିରିକ୍ତ ଜିଲ୍ଲାପାଳ(ସାଧାରଣ) ଶ୍ରୀ ଯୁଧିଷ୍ଠିର ନାୟକଙ୍କ ମାଧ୍ୟମରେ ଆବେଦନ ଗୁଡିକ ଜିଲ୍ଲାପାଳ ଅମ୍ବର କୁମାର କରଙ୍କ ଦ୍ଵାରା ଅନୁମୋଦିତ ହେବା ପରେ ଜିଲ୍ଲା ଶ୍ରମ କାର୍ଯ୍ୟାଳୟରେ ସଂକେତ ସୂଚକ ଡମି ଚେକ ଯାଜପୁର ରେଞ୍ଜ ଯୁଗ୍ମ ଶ୍ରମ କମିଶନର ଶିବ ଶଙ୍କର ମିଶ୍ର, ଯାଜପୁର ପ୍ରଭାଗୀୟ ଶ୍ରମ କମିଶନର ସତ୍ୟନାରାୟଣ ଆଚାର୍ଯ୍ୟ, ଯାଜପୁର ଜିଲ୍ଲା ଶ୍ରମ ଅଧିକାରୀ (ପ୍ରବର୍ତ୍ତନ) ଦୀପ୍ତି ରଞ୍ଜନ ସାହୁ ଓ ଯାଜପୁର ଜିଲ୍ଲା ଶ୍ରମ ଅଧିକାରୀ (କଲ୍ୟାଣ) ସୁଧିର କୁମାର ସାହୁଙ୍କ ଦ୍ଵାରା ପ୍ରଦାନ କରଯାଇଥିଲା l ଓଡିଶା କୋଠାବାଡି ଓ ଅନ୍ୟାନ୍ୟ ନିର୍ମାଣ ଶ୍ରମିକ କଲ୍ୟାଣ ବୋର୍ଡ ତରଫରୁ ବିଭିନ୍ନ ସହାୟତା ରାଶି ଯଥା 41 ଜଣ ମନୋନୀତ ଆବେଦନକାରୀ ଙ୍କୁ ସର୍ବମୋଟ 1,21,00,000/- ଟଙ୍କା ମୃତ୍ୟୁ କାଳୀନ ସହାୟତା, ଅନ୍ତେଷ୍ଟି କ୍ରିୟା ସହାୟତା 43 ଜଣଙ୍କୁ 2,15,000/- ଟଙ୍କା,18 ଜଣଙ୍କୁ ପ୍ରସୂତି କାଳୀନ ସହାୟତା ବାବଦରେ 1,80,000/-,ବିବାହ କାଳୀନ ସହାୟତା ବାବଦରେ 161 ଜଣଙ୍କୁ 80,50,000/-,ଶିକ୍ଷା ସହାୟତା ବାବଦରେ 408 ଜଣକୁ 39,57,800/- ଟଙ୍କା ଏବଂ ଓଡିଶା ଅଣସଙ୍ଗଠିତ ଶ୍ରମିକ ସାମାଜିକ ସୁରକ୍ଷା ବୋର୍ଡ ଅଧୀନରେ 9 ଜଣ ମୃତ ହିତାଧିକାରୀଙ୍କ ମନୋନୀତ ବ୍ୟକ୍ତିକୁ 17,00,000/- ଟଙ୍କା ପ୍ରଦାନ କରାଯାଇଛି l ଆବେଦନ ଗୁଡିକ ତନ୍ନ ତନ୍ନ କରି ଅନୁସନ୍ଧାନ କରିଥିଲେ ସମସ୍ତ ସହକାରୀ ଶ୍ରମ ଅଧିକାରୀ l ଏହି ବଣ୍ଟନ ପୂର୍ବରୁ ଚଳିତ ଆର୍ଥିକ ବର୍ଷରେ 7 କୋଟିରୁ ଊର୍ଦ୍ଧ୍ବ ଟଙ୍କାର ସହାୟତା ରାଶି ଶ୍ରମିକ ମାନଙ୍କ କଲ୍ୟାଣ ପାଇଁ ପ୍ରଦାନ କରାଯାଇ ସାରିଲାଣି l ସମଗ୍ର ବଣ୍ଟନ ପ୍ରକ୍ରିୟାରେ ଜିଲ୍ଲାର ବିଭିନ୍ନ ବ୍ଲକର ସହକାରୀ ଶ୍ରମ ଅଧିକାରୀ ମାନେ ଯଥା ସୌମ୍ୟ ସୁନ୍ଦର ରାଉତରାୟ, ସୌମ୍ୟ ରଞ୍ଜନ ବେହେରା, ସ୍ମୃତି ରଞ୍ଜନ ପଣ୍ଡା, ଅଭିଜିତ ଜୟପ୍ରକାଶ ପ୍ରଧାନ, ଶତାବ୍ଦୀକା ନାୟକ, ଶତରୂପା ସାହୁ ଏବଂ ଜିଲ୍ଲା ଶ୍ରମ କାର୍ଯ୍ୟାଳୟର ନାରାୟଣ ଚନ୍ଦ୍ର ନନ୍ଦ ଓ ଜିଲ୍ଲାପାଳ କାର୍ଯ୍ୟାଳୟର ଅଜୟ କୁମାର ବେହେରା ପ୍ରମୁଖ ସହଯୋଗ କରିଥିଲେ l




