
ଏପ୍ରିଲ ୨୧ରେ ରାଉରକେଲା ଆସିବେ ରାଷ୍ଟ୍ରପତି
ଭୁବନେଶ୍ୱର,(ସଙ୍ଗୀତା ମହାପାତ୍ରଙ୍କ ଠାରୁ): ଭାରତର ମାନ୍ୟବର ରାଷ୍ଟ୍ରପତି ଶ୍ରୀମତୀ ଦ୍ରୌପଦୀ ମୁର୍ମୁଙ୍କର ଆସନ୍ତା ଏପ୍ରିଲ ୨୧ରେ ରାଉରକେଲା ଗସ୍ତ କାର୍ଯ୍ୟକ୍ରମ ରହିଛି । ଏହି ପରିପ୍ରେକ୍ଷୀରେ ମୁଖ୍ୟ ଶାସନ ସଚିବ ଶ୍ରୀମତୀ ଅନୁ ଗର୍ଗଙ୍କର ଅଧ୍ୟକ୍ଷତାରେ ରାଜ୍ୟସ୍ତରୀୟ ପ୍ରସ୍ତୁତି ବୈଠକ ଆଜି ଲୋକସେବା ଭବନସ୍ଥିତ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ହୋଇଯାଇଛି । ମାନ୍ରବର ରାଷ୍ଟ୍ରପତିଙ୍କ ଗସ୍ତ କାର୍ଯ୍ୟକ୍ରମର ପ୍ରସ୍ତୁତି ଯେପରି ତୃଟି ଶୂନ୍ୟ ହେବ ସେଥିପାଇଁ ପ୍ରସ୍ତୁତିକୁ ସୁନିଶ୍ଚିତ କରିବା ଏବଂ ତଦାରଖ ଉପରେ ମୁଖ୍ୟ ଶାସନ ସଚିବ ସମ୍ପୃକ୍ତ ବିଭାଗର ସଚିବ ତଥା ଅଧିକାରୀମାନଙ୍କୁ ଆବଶ୍ୟକ ନିର୍ଦ୍ଦେଶ ଓ ପରାମର୍ଶ ଦେଇଛନ୍ତି । ବୈଠକର ଉନ୍ନୟନ କମିଶନର ତଥା ଅତିରିକ୍ତ ମୁଖ୍ୟ ଶାସନ ସଚିବ ହେମନ୍ତ ଶର୍ମା, ଶ୍ରମ ଓ ରାଜ୍ୟ ବୀମା , ବିଜ୍ଞାନ ଓ କାରୀଗରୀ ବିଭାଗ ଅତିରିକ୍ତ ମୁଖ୍ୟ ଶାସନ ସଚିବ ଚିତ୍ରା ଆରୁମୁଗମଙ୍କ ସମେତ ସମ୍ପୃକ୍ତ ବିଭିନ୍ନ ବିଭାଗର ସଚିବ ଏବଂ ବରିଷ୍ଠ ପଦାଧିକାରୀମାନେ ଉପସ୍ଥିତ ଥିଲେ । ମାନ୍ୟବର ରାଷ୍ଟ୍ରପତିଙ୍କ ଗସ୍ତ ସମ୍ପର୍କରେ ରାଜ୍ୟ ଗୃହ (ସ୍ୱରାଷ୍ଟ୍ର) ବିଭାଗ ସ୍ୱତନ୍ତ୍ର ଶାସନ ସଚିବ ଆର୍ କେ ଶର୍ମା ସୂଚନା ପ୍ରଦାନ କରିଥିଲେ । ବୈଠକରେ ଆଲୋଚନା ଅନୁସାରେ ମାନ୍ୟବର ରାଷ୍ଟ୍ରପତି ଏପ୍ରିଲ ୨୧ ତାରିଖ ସକାଳୁ ନୂଆ ଦିଲ୍ଲୀରୁ ବାୟୁସେନା ବିମାନରେ ବାହାରି ପୂର୍ବାହ୍ନ ୧୦.୨୫ରେ ଝାରସୁଗୁଡ଼ା ବିମାନ ବନ୍ଦରରେ ପହଂଚିବେ ଏବଂ ସେଠାରୁ ସ୍ୱତନ୍ତ୍ର ହେଲିକପ୍ଟର ଯୋଗେ ସକାଳ ୧୧.୦୦ଟାରେ ରାଉରକେଲା ବିମାନ ବନ୍ଦରରେ ପହଂଚି ସଡ଼କ ପଥରେ ସେକ୍ଟର ୧୩ ଠାରେ ଆୟୋଜିତ ସାଧାରଣ ସଭାରେ ଯୋଗଦେବା ସହ ବିଭିନ୍ନ ଜନକଲ୍ୟାଣକାରୀ ପ୍ରକଳ୍ପ ଉଦ୍ଘାଟନ କରିବେ । ମାନ୍ୟବର ରାଷ୍ଟ୍ରପତି ରାଉରକେଲା ଠାରେ ସମନ୍ୱିତ କମାଣ୍ଡ କଂଟ୍ରୋଲ ସେଂଟର ଭବନ, ବିଭିନ୍ନ ପାର୍କ ଓ ପ୍ଲାନେଟୋରିୟମ୍ କୋଏଲ ନଗର ସ୍ଥିତ ପ୍ରମୋଦ ଉଦ୍ୟାନ ଭଳି ଜନ କଲ୍ୟାଣକାରୀ ପ୍ରକଳ୍ପଗୁଡ଼ିକର ଶୁଭ ଉଦ୍ଗାଟନ କରିବେ । ସାଧାରଣ ସଭା ପରେ ମାନ୍ରବର ରାଷ୍ଟ୍ରପତି ଜନଜାତି ସଂଗ୍ରହାଳୟ ଓ କମାଣ୍ଡ କଂଟ୍ରୋଲ ସେଂଟର ରାଉରକେଲାର ପରିଦର୍ଶନ କରିବେ । କାର୍ଯ୍ୟକ୍ରମ ସରିବା ପରେ ମାନ୍ୟବର ରାଷ୍ଟ୍ରପତି ରାଉରକେଲାରୁ ପ୍ରତ୍ୟାବର୍ତନ କରି ଝାରସୁଗୁଡ଼ା ଦେଇ ଅପରାହ୍ନ ୪.୫୦ରେ ନୂଆଦିଲ୍ଲୀ ଅଭିମୁଖେ ଗସ୍ତ କରିବେ ବୋଲି ବୈଠକରୁ ଜଣାପଡ଼ିଛି ।
ମାନ୍ରବର ରାଷ୍ଟ୍ରପତିଙ୍କ ଗସ୍ତକୁ ଦୃଷ୍ଟିରେ ରଖି ପ୍ରସ୍ତୁତି ସମ୍ପର୍କରେ ସୁନ୍ଦରଗଡ଼ ଜିଲ୍ଲାପାଳ ଡଃ. ଶୁଭଙ୍କର ମହାପାତ୍ର ସୂଚନା ଦେଇଥିଲେ । ଉଭୟ ରାଉରକେଲା ଓ ଝାରସୁଗୁଡ଼ା ସ୍ୱତନ୍ତ୍ର ପ୍ରଦକ୍ଷିଣ ଗୃହ (ସର୍କିଟ ହାଉସ) କୁ ପୂର୍ଣ୍ଣ ପ୍ରସ୍ତୁତ ରଖିବାକୁ ସୁନ୍ଦରଗଡ଼ ଓ ଝାରସୁଗୁଡ଼ା ଜିଲ୍ଲାର ଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ ଦିଆଯାଇଛି । ମାନ୍ୟବର ରାଷ୍ଟ୍ରପତିଙ୍କ ଗସ୍ତ ପରିପ୍ରେକ୍ଷୀରେ ମାର୍ଗ ଦର୍ଶିକା ଅନୁସାରେ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି କରାଯିବାକୁ ଗୁରୁତ୍ୱ ଦିଆଯାଇଛି । ବିମାନ ବନ୍ଦର ଠାରୁ ଆରମ୍ଭ କରି ସର୍କିଟ ହାଉସ୍, ସଭାସ୍ଥଳ ଓ କାର୍ଯ୍ୟକ୍ରମ ସ୍ଥଳଗୁଡ଼ିକରେ ବ୍ୟାପକ ସୁରକ୍ଷା ବ୍ୟବସ୍ଥା ନେଇ ଆଲୋଚନା କରାଯାଇଛି । ବୈଠକରେ ଆଭାସୀ ମାଧ୍ୟମରେ ରାଜ୍ୟ ପୁଲିସ ମହାନିର୍ଦ୍ଦେଶକ ୱାଇ ବି ଖୁରାନିଆଙ୍କ ସମେତ ପଶ୍ଚିମାଂଚଳ ଡିଆଇଜି, ସୁନ୍ଦରଗଡ଼ ଓ ଝାରସୁଗୁଡ଼ା ଏସ୍ପି ପ୍ରମୁଖ ଯୋଗ ଦେଇ ପ୍ରସ୍ତୁତି ସମ୍ପର୍କରେ ଆଲୋଚନା କରିଥିଲେ । ବିଭିନ୍ନ କାର୍ଯ୍ୟକ୍ରମ ପାଇଁ ରାଜ୍ୟସ୍ତରରେ ଗୃହ ନିଗର ଉନ୍ନୟନ ବିଭାଗ ପୌର ନିର୍ଦ୍ଦେଶକ ତଥା ଅତିରିକ୍ତ ଶାସନ ସଚିବ ଅରିନ୍ଦମ ଡାକୁଆଙ୍କୁ ନୋଡାଲ ଅଧିକାରୀ ଭାବେ ଦାୟିତ୍ୱ ଦିଆଯାଇଛି । ସାଧାରଣ ସଭାବେ ବହୁ ସଂଖ୍ୟାରେ ଜନ ସାଧାରଣ ଯୋଗ ଦେବାକୁ ଥିବାରୁ ପର୍ଯ୍ୟାପ୍ତ ପାନୀୟ ଜଳ ବ୍ୟବସ୍ଥା, ଯଥେଷ୍ଟ ସଂଖ୍ୟକ ଓଆର୍ଏସ୍ ବ୍ୟବସ୍ଥା, ପ୍ରାଥମିକ ଚିକିତ୍ସା ବ୍ୟବସ୍ଥା, ବିଦ୍ୟୁତ୍ ସରବରାହ ବ୍ୟବସ୍ଥା ସୁନିଶ୍ଚିତ କରିବା ପାଇଁ ଅତିରିକ୍ତ ବ୍ୟବସ୍ଥା , ସଭାସ୍ଥଳକୁ ବାୟୁ ଚଳାଚଳ ବ୍ୟବସ୍ଥା ସୁନିଶ୍ଚିତ କରିବାକୁ ନିର୍ଦ୍ଦେଶ ଦିଆଯାଇଛି ।
ମାନ୍ୟବର ରାଷ୍ଟ୍ରପତିଙ୍କ ଗସ୍ତ ପ୍ରସ୍ତୁତିକୁ କୌଣସି ମତେ ହାଲୁକା ଭାବେ ନନେଇ ତୃଟି ଶୂନ୍ୟ ପ୍ରସ୍ତୁତି ଉପରେ ମୁଖ୍ୟ ଶାସନ ସଚିବ ନିର୍ଦ୍ଦେଶ ଦେଇଛନ୍ତି । ବୈଠକରେ ସମସ୍ତ କାର୍ଯ୍ୟକ୍ରମ ସ୍ଥଳରେ ଅଗ୍ନି ନିର୍ବାପକ ବ୍ୟବସ୍ଥା, କାରକେଡ଼ ପ୍ଲାନ୍, ବ୍ୟବହୃତ ହେବାକୁ ଥିବା ରାସ୍ତା ରକ୍ଷଣାବେକ୍ଷଣ ଓ ମରାମତି, ଗସ୍ତ ସ୍ଥଳଗୁଡ଼ିକରେ ଉପଯୁକ୍ତ ପରିମଳ ବ୍ୟବସ୍ଥା, ଗ୍ରୀଷ୍ମ ପ୍ରବାହ ଜାରି ରହିଥବବା ଦୃଷ୍ଟିରୁ ସ୍ୱତନ୍ତ୍ର ପ୍ରସ୍ତୁତି ସହ ଅତିରିକ୍ତ ହାକ୍ତରୀ ଓ ସ୍ୱାସ୍ଥ୍ୟସେବା ବ୍ୟବସ୍ଥା, ମଂଚ ପ୍ରସ୍ତୁତି, ବେରିକେଡ୍, ୍ରାବଶ୍ୟକ ପାସ୍ ବ୍ୟବସ୍ଥା, ଗରମାଧ୍ୟମରେ କାର୍ଯ୍ୟକ୍ରମ ପ୍ରସାରଣର ଓ ପ୍ରକାଶନ ସମ୍ପର୍କରେ ବୈଠକରେ ବିସ୍ତୃତ ଭାବେ ଆଲୋଚନା କରାଯାଇଥିଲା । ପୂର୍ବ ଭଳି ମାନ୍ୟବର ରାଷ୍ଟ୍ରପତିଙ୍କ ଗସ୍ତ ପରିପ୍ରେକ୍ଷୀରେ ରାଜ୍ୟ ଗୃହ ବିଭାଗ ପକ୍ଷରୁ ଏକ ନିୟନ୍ତ୍ରଣ କକ୍ଷ ମଧ୍ୟ କାର୍ଯ୍ୟ କରିବ ବୋଲି ସୂଚନା ଦିଆଯାଇଛି ।

Live Share Market




