
ଯାଜପୁରରୋଡ ବନ ବିଭାଗ ଉପରେ ସନ୍ଦେହ, ଲିଖିତ ଅଭିଯୋଗ ସହ ମୋହରମ ବହନ କରୁଥିବା ଟ୍ରାକ୍ଟରକୁ ଖଣ୍ଡାହତା ଗ୍ରାମବାସୀଙ୍କ ଜିମା
ବ୍ୟାସନଗର, ୦୬/୧୧(ଉ.ନ୍ୟୁଜ୍ ବ୍ୟୁରୋ): ଆଜି ନୁହେଁ କି କାଲି ନୁହେଁ, ଦୀର୍ଘ ବର୍ଷ ହେଲା ମୋହରମ ମାଫିଆଙ୍କ ଲୋଲୁପ ଦୃଷ୍ଟିରେ ଐତିହାସିକ ତଥା ପୁରାଣ ପ୍ରସିଦ୍ଧ ବ୍ୟାସ ସରୋବର ଅଂଚଳ । ବ୍ୟାସନଗର ତହସିଲ ଓ ଯାଜପୁରରୋଡ ବାନାଂଚଳ ଅଧିନ ଖଣ୍ଡାହତା, ମୁଣ୍ଡମାଳ, ଯୋଡାବର ଆଦି ଅଂଚଳରୁ ନିୟମିତ ଭାବେ କିଛି ବର୍ଷ ହେବ ମୋହରମ ମାଫିଆ ମାନେ ମୋହରମ ତାଡି ନେଇ ସରକାରୀ ଅଧିକାରୀଙ୍କୁ ମୋଟା ଅଙ୍କର ଉକୋôଚ ଦେଇ ଏହି ଚୋରା କାରବାରକୁ ଜାରୀ ରଖିଥିବା ବେଳେ ଏହି ପର୍ଯ୍ୟଟନ ସ୍ଥଳୀର ଆଖପାଖ ଅଂଚଳ ବିଦୀର୍ଣ୍ଣ ହେବାରେ ଲାଗିଛି । ଏଣେ ସରକାର ପର୍ଯ୍ୟାପ୍ତ ଅର୍ଥ ଶ୍ରାଦ୍ଧ କରି ଅଂଚଳକୁ ଲୋକଲୋଚନକୁ ଆଣିବାକୁ ଚେଷ୍ଟା କରୁଥିବା ବେଳେ କିଛି ତଥାକଥିତ ମୋହରମ ମାଫିଆ ଓ ଲାଂଚଆ ଅଧିକାରୀଙ୍କ ପାଇଁ ସବୁଦିନ ପାଇଁ ଅଂଚଳଟି ତା’ର ଭୈାଗଳିକ ସୀମା ତଥା ପ୍ରାକୃତିକ ସୁନ୍ଦରତା ହରାଇବାରେ ଲାଗିଛି । ସରକାରଙ୍କ କଟକଣା ଧର୍ମକୁ ଆଖିଠାର ସଦୃଶ! ରାତ୍ର ୧୦ଟା ପରେ ପ୍ରୋକଲିନ ଆଦି ମେସିନର ଗର୍ଜ୍ଜନ ସ୍ଥାନୀୟ ଅଂଚଳବାସୀଙ୍କ କାନକୁ ବଧିରା କରୁଥିବା ବେଳେ ବନ ବିଭାଗ, ପୋଳିସ ଓ ରାଜସ୍ୱ ବିଭାଗର ଦୃଷ୍ଟିକୁ ଏହା କିପରି ଆସୁନି ବୋଲି ସାଧାରଣରେ ଚିନ୍ତା ପ୍ରକଟ ପାଇଛି!
ଗତ ୦୪/୧୧/୨୦୨୬ ରିଖ ବୁଧବାର ସକାଳ ସମୟରେ ବେଆଇନ ଭାବେ ମୋହରମ ନେଇ ଯାଉଥିବା ଏକ ଟ୍ରାକ୍ଟରକୁ ଓଲଟି ପଡିଥିବା ଅବସ୍ଥାରେ ଦେଖି ଖଣ୍ଡହତା ଗ୍ରାମର କିଛି ବ୍ୟକ୍ତି ଏହାକୁ ସ୍ଥାନୀୟ ଜଂଗଲ ବିଭାଗକୁ ଡାକି ଜିମା ଦେଇଥିଲେ । କାଳେ ବନ ବିଭାଗ ପରେ ରଫାଦଫା କରି ଏହି ଟ୍ରାକ୍ଟରକୁ ଛାଡି ଦେବେ ଓ କଟକ ସ୍ଥିତ ବନଖଣ୍ଡ ଅଧିକାରୀଙ୍କ ଦପ୍ତରରୁ ବି ସହଜରେ ରିହାତି ମିଳିଯିବ ସେଥିଲାଗି ଗ୍ରାମବାସୀ ଓ ସ୍ଥାନୀୟ ଫରେଷ୍ଟର ସହ ଘଟଣା ସ୍ଥଳରେ ଲିଖିତ ଅଭିଯୋଗ କରି ବନପାଳଙ୍କ ଜିମା ଦେଇଥିଲେ । ଖଣ୍ଡହତା ଗ୍ରାମବାସୀଙ୍କ ତରଫରୁ ଯାଜପୁରରୋଡ ବନାଂଚଳଙ୍କୁ ଲେଖାଯାଇଥିବା ଏହି ଅଭିଯୋଗପତ୍ରଟିକୁ ବନପାଳ ଚିତ୍ତରଂଜନ ବିଶ୍ୱାଳ ଗ୍ରହଣ କରି ପ୍ରାପ୍ତିସ୍ୱୀକାର କଲା ପରେ ଉତ୍ତେଜନା ପ୍ରଶମିତ ହୋଇଥିଲା ଓ ବନ ବିଭାଗ ଟ୍ରାକ୍ଟରଟିକୁ ଜବତ କରି ନିଜ ହେପାଜତକୁ ନେଇଥିଲା । ଆଶ୍ଚର୍ଯ୍ୟକଥା ଏହିକି ଉକ୍ତ ଟ୍ରାକ୍ଟରଟି ନମ୍ବର ବିହୀନ ହୋଇଥିବା ବେଳେ ଏହାର ଋଦ୍ଭଶସଦ୍ଭର ଘକ୍ଟ. ୫୨୭୫୨୭୬୯୯୨୨୮, ଗକ୍ଟୟରକ୍ଷ ଘକ୍ଟ. ୩୬୮ଠଝଔ ହୋଇଥିବା ଜଣାଯାଇଛି । ଏପରିଭାବେ ଦୁର୍ଘଟଣାଗ୍ରସ୍ତ ହୋଇଥିବା ଟ୍ରାକ୍ଟରଟି ସିନା ଧରାପଡିଲା, ମାତ୍ର ରାତି ସାରା ଯେ ବନ ବିଭାଗ ଓ ଅନ୍ୟ ସରକାରୀ ଅଧିକାରୀଙ୍କ ପରୋକ୍ଷ ପେତ୍ସାହନରେ କେତେ ଯେ ଗାଡି ମୋହରମ ଚୋରିରେ ଲିପ୍ତ ଅଛନ୍ତି ତା’ର ଟେର ଅଗୋଚର ରହୁଛି । କୁହାଯାଉଥିଲା ନୂଆ ରେଞ୍ଜର ଆସିଲେ କିଛି ଧାରାରେ କିଛି ପରିବର୍ତନ ହେବ! ମାତ୍ର ସେପରି କିଛି ଦେଖାଯାଉନି, ବରଂ ଯାହା ଚାଲିଥିଲା- ମୋହରମ କଥା ହେଉକି, କି କାଠଚୋରଙ୍କ କଥା ହେଉକି କି ବନୀକରଣ ଯୋଜନାରେ ଘୋଟଲା ହେଉ….. ସବୁ କିଛି ପୂର୍ବ ଭଳି ଚାଲିଥିବାର କୁହାଯାଉଛି !




