
ପ୍ରଖ୍ୟାତ ଇଂରାଜୀ କବି ପଦ୍ମଶ୍ରୀ ଜୟନ୍ତ ମହାପାତ୍ରଙ୍କ ୯୮ତମ ଜୟନ୍ତୀ ପାଳିତ
ବ୍ୟାସନଗର, ୨୨।୧୦: ବ୍ୟାସନଗର ଷ୍ଟାଡ଼ିୟମ ରୋଡ ସ୍ଥିତ କ୍ରିଷ୍ଣା ଇଣ୍ଟରନ୍ୟାସନାଲ ସ୍କୁଲ ପରିସରରେ ପ୍ରଖ୍ୟାତ ଇଂରାଜୀ କବି ପଦ୍ମଶ୍ରୀ ଜୟନ୍ତ ମହାପାତ୍ରଙ୍କ ୯୮ ଜନ୍ମ ଜୟନ୍ତୀ ପାଳିତ ହୋଇ ଯାଇଛି | ବ୍ୟାସନଗର ସଂୟ ଶାସିତ ମହାବିଦ୍ୟାଳୟର ପ୍ରାକ୍ତନ ଅଧ୍ଯକ୍ଷ ତଥା କ୍ରିଷ୍ଣା ଇଣ୍ଟରନ୍ୟାସନାଲ ଚାରିଟେବଲ ପ୍ରୋଗ୍ରେସିଭ ଟ୍ରଷ୍ଟର ଚେୟାରମ୍ୟାନ ଡ. କୁଶଚନ୍ଦ୍ର ପ୍ରଧାନଙ୍କ ସଭାପତିତ୍ବରେ ଅନୁଷ୍ଠିତ ସଭାରେ ଉଦଘାଟକ ଭାବେ ବିଶିଷ୍ଟ ଇଂରାଜୀ କବି ରାଜୁ ସାମଲ ଯୋଗ ଦେଇ କବି ଜୟନ୍ତ ମହାପାତ୍ରଙ୍କ ସାହିତ୍ୟକୃତି କିପରି ଆଞ୍ଚଳିକ ଓ ଦେଶୀୟ ଦୃଶ୍ୟପଟ ତଥା ସାମାଜିକ ସ୍ଥିତିକୁ ନିଖୁଣ ଭାବରେ ତାଙ୍କ କବିତାରେ ପ୍ରତିଫଳିତ କରିଛନ୍ତି ତାହା ବିଷଦ ଭାବେ ବାଖ୍ୟା କରିଥିଲେ | ଇଂରାଜୀ ଖବର କାଗଜ ପାୟୋନିୟରର ବରିଷ୍ଠ ପତ୍ରକାର ତଥା ସ୍ତମ୍ଭକାର ସୁଜ୍ଞାନ ଚୌଧୂରୀ ମୁଖ୍ୟ ଅତିଥ୍ ଭାବେ ଓ ପ୍ରଫେସର ଡ.ବିଷ୍ଣୁ ଚରଣ ଦାଶ ମୁଖ୍ୟ ବକ୍ତାଭାବେ ଓ ସମ୍ମାନିତ ଅତିଥି ଭାବେ ରକ ପେବେଲସ ସମ୍ପାଦକ ଉଦୟ ମାଝୀ, ଆଧ୍ୟାପିକା ଡ. ପ୍ରଜ୍ଞା ପ୍ରବର୍ତ୍ତିକା ଦାଶ ଓ ପ୍ରାଧ୍ୟାପିକା ସୁକାନ୍ତି ମହାପାତ୍ର ଯୋଗ ଦେଇ ଜୟନ୍ତୀ ମହାପାତ୍ରଙ୍କ ଇଂରାଜୀ ସାହିତ୍ୟକୁ ଅବଦାନ ଉପରେ ଆଲୋକପାତ କରିଥିଲେ । ଏହି ଅବସରରେ ଜୟନ୍ତ ମହାପାତ୍ର ସ୍କୃତି ସମ୍ମାନ ୨୦୨୬ କବି ରାଜୁ ସାମଲଙ୍କୁ ମାନପତ୍ର, ଉତରୀୟ ଓ ଉପଢୌକନ ସହ ପ୍ରଦାନ କରାଯାଇଥିଲା । ଏହି ସଭାରେ ପ୍ରଫେସର ସୁକାନ୍ତ ରାଉତ, ବରିଷ୍ଠ ସାମ୍ବାଦିକ ଡ. ଚିନ୍ତାମଣି ପାଢୀ, ଦୁଷ୍ଟନ୍ତ ରାଉତ, ପ୍ରଶାନ୍ତ ପାତ୍ର, ଡ. ଯୁଗଳ କୁମାର ହୋତା, କୂଳମଣୀ ଦତ୍ତ, ନିତ୍ୟାନନ୍ଦ ଦାଶ, ରବିନାରାୟଣ ଶତପଥୀ, ସଚ୍ଚିଦାନନ୍ଦ ଗୁରୁ, କୈଳାଶ ଚନ୍ଦ୍ର ଦାସ, ନବଘନ ଦାସ, ଧନେଶ୍ବର ଦାସ, ରଘୁନାଥ ବେହେରା, ଡ. ଅକ୍ଷୟ କୁମାର ପଣ୍ଡା, ଅଧ୍ୟାପକ ପଦ୍ମଲୋଚନ ରାଉତ, ପ୍ରଫୁଲ୍ଲ କୁମାର ନାୟକ, କଳ୍ପନା ରାଉତ, ଡ. ଦୀଲ୍ଲିପ କୁମାର ବେହେରା, ଅର୍ଜୁନ ଚରଣ ନାୟକ, ପାଣ୍ଡବ ଚରଣ ବେହେରା, ଧବଳେଶ୍ବର ପ୍ରଧାନ ପ୍ରମୁଖ୍ ବକ୍ତବ୍ୟ ରଖିଥିଲେ |
ଦ୍ଵିତୀୟ ଅଧିବେଶନରେ ମଧୁସୂଦନ ମହାପାତ୍ର, ସଂଧ୍ୟାରାଣୀ ଘଡେଇ, ଅଧ୍ୟାପିକା ଡ. ପ୍ରଜ୍ଞା ପ୍ରବର୍ତ୍ତିକା ଦାଶ ଓ ପ୍ରାଧ୍ୟାପିକା ଡ. ସୁକାନ୍ତି ମହାପାତ୍ର ଆଦି କବିତା ପାଠୋତ୍ସବକୁ ପରିଚାଳନା କରିଥିଲେ । ଏଥିରେ ଶତାଧିକ କବି ଯୋଗଦେଇ ସ୍ବସ୍ବ କବିତା ପାଠ କରିଥିଲେ । କବି ଓ କବୟତ୍ରୀ ମାନଙ୍କୁ ପୁଷ୍ପ ଗୁଛ ଓ ସାର୍ଟିଫିକେଟ ପ୍ରଦାନ କରାଯାଇ ସମ୍ବଦ୍ଧିତ କରା ଯାଇଥିଲା । ଶେଷରେ ଚନ୍ଦ୍ରମଣୀ ସାମଲ ଧନ୍ୟବାଦ ଅର୍ପଣ କରିଥିଲେ |




