ଇଲେକ୍ଟ୍ରି ସଟ୍ ସର୍କିଟରୁ ଭୟାବହ ଅଗ୍ନିକାଣ୍ଡ; ବାଲିଚନ୍ଦ୍ରପୁର ନଳୀପୁରରେ ଗୋଟିଏ ପରିବାରର ୪ଜଣ ଜଳିଗଲେ

    ଘଟଣାସ୍ଥଳରେ ଜଳିଗଲେ ଗୋଟିଏ ପରିବାରର ୪ଜଣ
🔥ରୋଷେଇଘର ଏବଂ ଶୋଇବା ଘରର ଥିଲା ଗୋଟିଏ ଦ୍ୱାରମୁହଁ
🫯 ବେଡରୁମ୍ ରୁ ହିଁ ନିଆଁ Spread ହୋଇଥିଲା
💥 ଘରଭିତରେ କିଛି Flameble Liquid ଥିବା ଆଶଙ୍କା କରିଛନ୍ତି ଚଣ୍ଡୀଖୋଲ ଫାୟାର ଅଫିସର
🔥ମୃତକଙ୍କ ଶରୀର ଅଗ୍ନିଦଗ୍ଧ ଏମିତି ହୋଇଛି ଯେ, ମୃତଦେହ ଚିହ୍ନି ହେଉନି
💥 ଆଠମାସର ଶିଶୁ ଅରହମ୍ ମୃତ୍ୟୁବେଳକୁ ତା’ ୧୧ବର୍ଷର ଭଉଣୀ ରୋସନିର ଦେହକୁ ଜାବୋଡି ଧରିବା ଦୃଶ୍ୟଥିଲା ହୃଦୟ ବିଦାରକ
💥 ଶୋଇବା ଘରେ ଥିବା ଏସି ଏବଂ ଷ୍ଟାବିଲାଇଜର ପୋଡ଼ି ପାଉଁଶ ହୋଇଯାଇଛି
🔥୪ଜଣଙ୍କ ଦାରୁଣ ମୃତ୍ୟୁ ଅଞ୍ଚଳବାସୀଙ୍କୁ ସ୍ତବ୍ଧ କରିଦେଇଛି !!
ନଳୀପୁର ( ବାଲିଚନ୍ଦ୍ରପୁର ): ରବିବାର ହେଉଛି ଆଲୋକ ଏବଂ ଆନନ୍ଦର ପର୍ବ ଦୀପାବଳୀ ! କିନ୍ତୁ, ତା’ର ଦିନକ ପୂର୍ବରୁ ଶନିବାର ରାତିରେ ନଳୀପୁର ଗାଁରେ ଭୟଙ୍କର ଅଗ୍ନିକାଣ୍ଡରେ ଗୋଟିଏ ପରିବାରର ୪ଜଣ ଜଳିପୋଡି ପାଉଁଶ ହୋଇଯାଇଛନ୍ତି ! ଏଭଳି ହୃଦୟ ବିଦାରକ ଘଟଣା ସମସ୍ତଙ୍କୁ ଶୋକାତୁର କରିଦେଇଛି !
ଯାଜପୁର ଜିଲ୍ଲା ବାଲିଚନ୍ଦ୍ରପୁର ଥାନା ଅନ୍ତର୍ଗତ ନଳୀପୁର ଗ୍ରାମ ଶେଖ ମହଲାଠାରେ ଶନିବାର ରାତିର ଭୟାବହ ଅଗ୍ନିକାଣ୍ଡରେ ୨ ବଖରା ଘର ପୋଡ଼ିଯିବା ସହ ପରିବାରର ୪ ଜଣଙ୍କ ଶୋଚନୀୟ ମୃତ୍ୟୁ ହୋଇଛି। ଗ୍ରାମର ସେକ ନିଜାମୁଦ୍ଦିନଙ୍କ ଆଜବେଷ୍ଟସ ଘରେ ଶନିବାର ପ୍ରାୟ ରାତି ୮ଟା ବେଳେ ହଠାତ ଅଗ୍ନିକାଣ୍ଡ ହୋଇଥିଲା।
ସେହି ଘର ଭିତରେ ନିଜାମୁଦ୍ଦିନଙ୍କ ବଡ଼ବୋହୂ ତବସୁମ ବିବି (୪୦), ଶାଶୂଘରୁ ଆସିଥିବା ବିବାହିତା ଝିଅ ଗୁଲଫସା ବିବି (୨୬) ଗୁଲଫସାର ଝିଅ ରୋସନି (୧୧) ଏବଂ ପୁଅ ଅରହମ୍ (୮ ମାସ) ଜୀବନ୍ତଦଗ୍ଧ ହୋଇଥିଲେ। ଭୟାବହ ଅଗ୍ନିକାଣ୍ଡ ବେଳେ ସମସ୍ତେ ଘରଭିତରେ ଥିବା ଖଟରେ ଶୋଇଥିଲେ । ଘରର ଦ୍ୱାରମୁହଁରେ ଛିଡାହୋଇଥିବା ମୃତା ତବସୁମଙ୍କ ପୁଅ ଇଜହାର୍ ( ୧୮) ଜୀବନ ବିକଳରେ ଘରୁ ଦୌଡି ପଳାଇ ଆସିଥିବା ବେଳେ ନିଆଁରେ ପୋଡ଼ି ଆହତ ହୋଇଛି | ପ୍ରତ୍ୟକ୍ଷଦର୍ଶୀ କହିଛନ୍ତି ଭୟଙ୍କର ନିଆଁ ହଠାତ୍ ଘରର ଦ୍ୱାରରେ ଲାଗି ଜଳିବାରୁ କେହି ବାହାରି ପାରିନଥିଲେ |
ଘଟଣାସ୍ଥଳରେ ୪ଜଣ ଯାକ ଜୀବନ୍ତ ପୋଡ଼ି ହୋଇ ମୃତ୍ୟୁ ବରଣ କରିଥିଲେ । କମ୍ ଅଗ୍ନିଦଗ୍ଧ ହୋଇଥିବା Izharକୁ ଅଧିକ ଚିକିତ୍ସା ପାଇଁ ବଡଚଣା ଡ଼ାକ୍ତରଖାନାକୁ ଆମ୍ବୁଲାନ୍ସ ଯୋଗେ ପଠାଯାଇଛି | ରାତି ଘ୮. ୧୨ ରେ କଲ୍ ପାଇ ଚଣ୍ଡିଖୋଲ ଦମକଳ କେନ୍ଦ୍ରରୁ ଦୁଇଟି ଗାଡ଼ିରେ ଫାୟାର ଅଫିସର ସନ୍ତୋଷ କୁମାର ସ୍ୱାଇଁ, ଏଏସଓ ଶ୍ରୀରାମଚନ୍ଦ୍ର ହାଁସଦାଙ୍କ ନେତୃତ୍ୱରେ ଦଶ ଜଣିଆ ଅଗ୍ନିଶମ ଦଳ ଘଟଣାସ୍ଥଳରେ ପହଞ୍ଚିଥିଲେ | କିନ୍ତୁ ଅଣଓସାରିଆ ଗଳିରାସ୍ତା , ଉପରେ ୧୧ କେଭି ବିଜୁଳୀ ଲାଇନ ଏବଂ ରାସ୍ତାଉପରେ ବିଜୁଳୀ ତାର ଝୁଲୁଥିବାରୁ ଅଗ୍ନିକାଣ୍ଡସ୍ଥଳକୁ ଅଗ୍ନିଶମ ଗାଡ଼ି ଦୁଇଟି ଯାଇ ପାରିନଥିଲା ! ସେମାନେ ସାଙ୍ଗରେ ଆଣିଥିବା ପୋର୍ଟେବୁଲ ପମ୍ପକୁ କାନ୍ଧରେ ବୋହି( ପ୍ରାୟ ୧ କିମିବାଟ ) ପମ୍ପସେଟ ରେ ୧୦ଟି ପାଇପ୍ ସଂଯୋଗ କରି ପାଖରେ ଥିବା ପୋଖରୀରୁ ପାଣି ଆଣି ବାହାର ନିଆଁକୁ ଆୟତ୍ତ କରିଥିଲେ | ଅଗ୍ନିକାଣ୍ଡ ଖବର ପାଇ ବାଲିଚନ୍ଦ୍ରପୁର ଥାନା ଆଇଆଇସି ଦିଲ୍ଲୀପ କୁମାର ମହାନ୍ତି ଥାନାର ପୋଲିସବାହିନୀ ସହିତ ତତ୍କାଳ ଘଟଣାସ୍ଥଳରେ ପହଞ୍ଚିଛି ଉଦ୍ଧାର ସହାୟତାରେ ସହଯୋଗ କରିଥିଲେ । ନିଆଁ ଲାଗିବା ପରେ ପ୍ରଥମେ ସ୍ଥାନୀୟ ଯୁବକମାନେ ନିଆଁକୁ ଆୟତ୍ତ କରିବା ସହିତ ଉଦ୍ଧାର ଏବଂ ସେବାପାଇଁ ସହାୟତାର ହାତ ବଢ଼ାଇଥିଲେ |
ଆସନ୍ତାକାଲି ପବିତ୍ର ଦୀପାବଳୀ ପୂର୍ବରୁ ନଳୀପୁର ଶେଖ ମହଲାରେ ଏଭଳି ଭୟାବହ ଅଗ୍ନିକାଣ୍ଡରେ ଗୋଟିଏ ପରିବାରର ୪ ଜଣ ଜୀବନ୍ତ ଦଗ୍ଧ ହେବା ଘଟଣା ସମସ୍ତଙ୍କୁ ସ୍ତବ୍ଧ କରିଦେଇଛି | ଅଗ୍ନିକାଣ୍ଡର କାରଣ ସମ୍ପର୍କରେ ଭିନ୍ନଭିନ୍ନ କଥା ଶୁଣିବାକୁ ମିଳିଛି !

Live Share Market

जवाब जरूर दे 

आप अपने सहर के वर्तमान बिधायक के कार्यों से कितना संतुष्ट है ?

View Results

Loading ... Loading ...

Related Articles

Back to top button
.
Website Design By Bootalpha.com +91 84482 65129
.
Close