
ବ୍ୟାସନଗର ୦୨ନଂ ୱାର୍ଡ଼ର ସନ୍ରାଇଜ ଗ୍ରୀନ୍ କ୍ଲବ ଆନୁକୂଲ୍ୟରେ ୨୬ତମ ମା’ ଗଜଲକ୍ଷ୍ମୀ ପୂଜା ଅବସରରେ କୀର୍ତନ କାର୍ଯ୍ୟକ୍ରମ

ବ୍ୟାସନଗର,(ଉ. ନ୍ୟୁଜ୍ ବ୍ୟୁରୋ): ଯାଜପୁର ଜିଲ୍ଲା ବ୍ୟାସନଗର ପୈାର ପରିଷଦର ୦୨ନଂ ୱାର୍ଡ଼ ସ୍ଥିତ ପନାସିଆ ଠାରେ ସନ୍ରାଇଜ ଗ୍ରୀନ୍ କ୍ଲବ ଆନୁକୂଲ୍ୟରେ ପ୍ରତିବର୍ଷ ପରି ଚଳିତ ବର୍ଷ ମା’ ଗଜଲକ୍ଷ୍ମୀଙ୍କ ପୂଜା ଯଥାବିଧି ମତେ ଧୂମଧାମରେ ପାଳିତ ହେଉଅଛି । କ୍ଲବର ସମସ୍ତ କର୍ମକର୍ତାମାନେ ସେମାନଙ୍କ ଚେଷ୍ଟା ଜାରୀ ରଖି ସମସ୍ତ ପ୍ରକାରର ସାଂସ୍କୃତିକ, ଧାର୍ମିକ ପରିବେଶ ସୃଷ୍ଟି କରିବା ସହ ସେବାମୂଳକ କାର୍ଯ୍ୟକ୍ରମର ଆୟୋଜନ ମଧ୍ୟ କରୁଛନ୍ତି । ଚଳିତ ସନ୍ଧ୍ୟାରେ କୀର୍ତନ ପରିବେଷଣ କରାଯାଇଥିଲା । ଏଥିରେ ଭାସ୍କର ମୁଦୂଲି, ସଚ୍ଚିନ୍ଦ୍ର ଦାସ, ଦୁଷ୍ମନ୍ତ କୁମାର ରାଉତ, ଆଶୁତୋଷ ବଳ, ଅରୁଣ କୁମାର ଦାସ, ଝାଟୁ ଦଳେଇ, ରବୀନ୍ଦ୍ର ରାଉତ, କାଂଚନ ନାୟକ ପ୍ରମୁଖ ଅଂଶଗ୍ରହଣ କରି କୀର୍ତନ ପରିବେଷଣ କରି ପରିବେଶକୁ ଧାର୍ମିକ ଭାବାବେଗରେ ପରିଣତ କରିଥିଲେ । କ୍ଲବ ତରଫରୁ ସଭାପତି ସନ୍ତୋଷ କୁମାର ପଣ୍ଡା, ସଂପାଦକ ସୁରେଶ କୁମାର ଦାସ, ଅକ୍ଷୟ ସେନାପତି, ବରିଷ୍ଠ କାର୍ଯ୍ୟକର୍ତା ସୁଧିର କୁମାର ସ୍ୱାଇଁ, ଦୀପୁ ନାଥ, ଦିପୁ ମହାରଣା ପ୍ରମୁଖ ଆଜିର ଏହି କୀର୍ତନ ମଣ୍ଡଳୀରେ ଭାଗ ନେଇଥିବା ସମସ୍ତ କଳାକାରମାନଙ୍କୁ ଉତରୀୟ ଦେଇ ସମ୍ବର୍ଦ୍ଧିତ କରିଥିଲେ । ଆଜି ଏହି ପୂଜା ପେଣ୍ଡାଲ ନିକଟରେ କ୍ଲବ ତରଫରୁ ମଧ୍ୟ ପ୍ରସାଦ ସେବନର ବ୍ୟବସ୍ଥା କରାଯାଇଥିଲା । ଏଥିରେ ୦୧ ହଜାରରୁ ଉର୍ଦ୍ଧ ଶ୍ରଦ୍ଧାଳୁ ଭାଗ ନେଇ ପ୍ରସାଦ ସେବନ ସହ କୀର୍ତନ ଶୁଣିଥିଲେ । ଆସନ୍ତା କାଲି ପନାସିଆ ପୋଖରୀ ବେଢ଼ାରେ ‘ଦୁର୍ଲ୍ଲଭ କଳା ପରିଷଦ’ ତରଫରୁ ଭଜନ ସନ୍ଧ୍ୟା କାର୍ଯ୍ୟକ୍ରମ ଅନୁଷ୍ଠିତ ହେବାର କାର୍ଯ୍ୟକ୍ରମ ରହିଛି ବୋଲି କ୍ଲବ ତରଫରୁ ଘୋଷଣା କରାଯାଇଛି ।




