‘ବିଦ୍ୟାର୍ଥୀ ଗ୍ରୃପ ଅଫ୍ ଏଜୁକେସନ’, (ବି.ଜି.ଇ)ର ୫ମ ବାର୍ଷିକୋତ୍ସବ ମହାସମାରୋହରେ ପାଳିିତ

ବ୍ୟାସନଗର, ୧୯/୦୯(ଉ.ନ୍ୟୁଜ୍ ବ୍ୟୁରୋ): ଯାଜପୁର ଜିଲ୍ଲାର କ୍ରୋମନଗରୀ ଭାବେ ବିଦିତ ବ୍ୟାସନଗର ପୈାର ପରିଷଦର କଲେଜରୋଡ ଠାରେ ଅବସ୍ଥିତ “ବିଦ୍ୟାର୍ଥୀ ଗ୍ରୃପ ଅଫ୍ ଏଜୁକେସନ (ବି.ଜି.ଇ)୍ର”ର ୫ମ ସ୍ୱ-ନକ୍ଷତ୍ର ଉତ୍ସବ ଆଜି ଶନିବାର ପୂର୍ବାହ୍ନରେ ଅନୁଷ୍ଠାନର ପ୍ରତିଷ୍ଠାତା ଅଶୋକ କୁମାର ରଥଙ୍କ ଅଧ୍ୟକ୍ଷତାରେ ମହାସମାରୋହରେ ଅନୁଷ୍ଠିତ ହୋଇଯାଇଛି । ଏଥିରେ ବାଲେଶ୍ୱରର ଫକିର ମୋହନ ବିଶ୍ୱ ବିଦ୍ୟାଳୟର ଅବସରପ୍ରାପ୍ତ ଉପ-କୂଳପତି ତଥା ବିଶିଷ୍ଟ ସାହିତ୍ୟିକ ପ୍ରଫେସର ଡ଼ଃ. କୁମରବର ଦାସ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ପ୍ରଦୀପ ପ୍ରଜ୍ଜ୍ୱଳନ କରି କାର୍ଯ୍ୟକ୍ରମର ଶୁଭାରମ୍ଭ କରି କହିଥିଲେ ଯେ, ଛାତ୍ରଛାତ୍ରୀମାନେ ଦେଶ ତଥା ସମାଜର ମେରୁଦଣ୍ଡ । ସେମାନେ ଚାକିରୀ ପାଇଁ ପାଠ ନ ପଢ଼ି ଜଣେ ଜଣେ ସମାଜ ରକ୍ଷକ ତଥା ରାଜ୍ୟ ଓ ଦେଶ ପାଇଁ ଉପକାରୀ ସାବ୍ୟସ୍ତ ହେବା ପାଇଁ ଚେଷ୍ଟା ଅବ୍ୟାହତ ରଖନ୍ତୁ । ବହୁ ଉଚ୍ଚଶିକ୍ଷିତ ତଥା ମେଧାବୀ ଛାତ୍ରଛାତ୍ରୀମାନେ ଦେଶର ପାଣି ପବନ ଓ ପରିବେଶର ଭରପୂର ଉପଯୋଗ କରି ସଫଳ ହେବା ପରେ ରାଜ୍ୟ କିମ୍ବା ଦେଶ ଭିତରେ ଚାକିରୀ କରିବାକୁ ଇଚ୍ଛା ପ୍ରକଟ ନ କରି ଆମେରିକା, ଜର୍ମ୍ମାନ, ଜାପାନ ଆଦି ସମୃଦ୍ଧଶୀଳ ଦେଶରେ ଉଚ୍ଚ ପ୍ୟାକେଜରେ ଚାକିରୀ କରିବାକୁ ଆଗଭର ହେଉଥିବାରୁ ପ୍ରଫେସର ଶ୍ରୀଯୁକ୍ତ ଦାସ କ୍ଷୋଭ ପ୍ରକାଶ କରିଥିଲେ । ଏଥିରେ ମୁଖ୍ୟ ବକ୍ତା ଭାବେ ଯାଜପୁର ଜିଲ୍ଲା ଦାନଗଦି ବ୍ଲକର ଟୋଲକାନୀ ସ୍ଥିତ ‘ଝାଡେଶ୍ୱର ମହାବିଦ୍ୟାଳୟ’ର ଅଧ୍ୟକ୍ଷ ତଥା ସୁ-ସାହିତ୍ୟିକ ଡ଼ଃ. ଅକ୍ଷୟ କୁମାର ପଣ୍ଡା ଯୋଗ ଦେଇ ପ୍ରକୃତ ଶିକ୍ଷା ମଣିଷ ଭିତରେ ଥିବା ସୃଜନଶୀଳତାକୁ ଜାଗ୍ରତ କରେ ଯାହା ସୁସ୍ଥ ସମାଜ ଗଠନ ଏବଂ ଜଣେ ଦାୟିତ୍ୱ ସଂପନ୍ନ ମଣିଷ ହେବା ପାଇଁ ପ୍ରେରଣା ଯୋଗାଏ । ଡ଼ଃ ପଣ୍ଡା ଆହୁରି କହିଲେ ଯେ, ଆଜିକାଲିର ଶିକ୍ଷା ବ୍ୟବସ୍ଥା ଛାତ୍ରଛାତ୍ରୀମାନଙ୍କୁ ସଠିକ ମାର୍ଗରେ ଗଢ଼ି ତୋଳିବାରେ ଅନେକାଂଶରେ ଅସମର୍ଥ ହେବାର ପ୍ରମୁଖ କାରଣ ହେଲା କିଶୋର ଛାତ୍ରଛାତ୍ରୀମାନଙ୍କ ମନ ମଧ୍ୟରେ ନାସ୍ତିବାଚକ ଚିନ୍ତାଧାରାର ବ୍ୟାପକ ଉଦ୍ରେକ ହେବା । ମନର ଏକାଗ୍ରତା ଓ ସବୁ ପରିସ୍ଥିତିରେ ସଂଯମତା ରଖିପାରିଲେ ଜଣେ ଛାତ୍ର ନିଜର ଉନ୍ନତି କରିପାରିବା ସହ ଭବିଷ୍ୟତରେ ଜଣେ ସୁନାଗରିକ ଭାବେ ନିଜକୁ ଗଢ଼ିତୋଳି ପାରିବ । ବହୁ ଉଦାଦରଣ ଦେଇ ସେ ଛାତ୍ରଛାତ୍ରୀମାନଙ୍କ ଉନ୍ନତ ତଥା ଆଗାମୀ ଭବିଷ୍ୟତ ଉପରେ ଉପାଦେୟ ତଥ୍ୟ ବିସ୍ତୃତ ଭାବେ ରଖିଥିଲେ । ଅନ୍ୟତମ ଅତିଥି ତଥା ବ୍ୟାସନଗର ସ୍ୱୟଂଶାସିତ ମହାବିଦ୍ୟାଳୟର ପ୍ରାକ୍ତନ ଅଧ୍ୟକ୍ଷ ଡ଼ଃ. କୁଶଚନ୍ଦ୍ର ପ୍ରଧାନ ନିଜର ଲମ୍ବା ଶିକ୍ଷାଦାନର ଅନୁଭୂତି ବଖାଣିବା ସହ ଛାତ୍ରଛାତ୍ରୀମାନଙ୍କୁ ସୁ-ସ୍ୱପ୍ନ ଦେଖିବାକୁ ପରାମର୍ଶ ଦେଇଥିଲେ । ଶିକ୍ଷା ବ୍ୟବସ୍ଥାରେ ଥିବା ଦୋଷତୃଟି ମଧ୍ୟରେ ରହି ମଧ୍ୟ ଜଣେ ଛାତ୍ର ନିଜକୁ ସ୍ୱୟଂସଂପନ୍ନ କରି ଜୀବନରେ ସଫଳ ହେବା ସହ ନିଜକୁ ଉଚ୍ଚ ପଦରେ ଅବସ୍ଥାପିତ କରିପାରିବେ । ସେଥିପାଇଁ ସେ ବହୁ ଉପାଦେୟ ତଥ୍ୟ ଉପସ୍ଥାପନ କରିଥିଲେ । କାର୍ଯ୍ୟକ୍ରମରେ ସମ୍ମାନିତ ଅତିଥି ଭାବେ ଯୋଗ ଦେଇଥିବା ବରିଷ୍ଠ ସାମ୍ବାଦିକ ଡ଼ଃ ଚିନ୍ତାମଣି ପାଢ଼ୀ ଉନ୍ନତ ଛାତ୍ରଛାତ୍ରୀ ଗଠନରେ ବିଦ୍ୟାର୍ଥୀ ଗ୍ରୃପର ପ୍ରଚେଷ୍ଠାର ଭୂୟସୀ ପ୍ରଶଂସା କରିଥିଲେ । ସମ୍ମାନିତ ଅତିଥ ତଥା ସମ୍ବାଦ ଯାଜପୁର ସଂସ୍କରଣର ମୁଖ୍ୟ ଗଦାଧର ପଣ୍ଡା ଛାତ୍ରଛାତ୍ରୀମାନଙ୍କ ଚରିତ୍ର ଗଠନ ଓ ଉନ୍ନତ ଭବିଷ୍ୟତ ଉପରେ ବହୁ ଉପାଦେୟ ପରାମର୍ଶ ଦେଇଥିଲେ । ବ୍ୟାସନଗର ପୈାର ପରିଷଦର ନଗରପାଳ ସୁବାସ ଚନ୍ଦ୍ର ବଳ ଅତିଥି ଭାବେ ଯୋଗ ଦେଇ ଛାଛାତ୍ରୀମାନଙ୍କ ଉଜ୍ଜ୍ୱଳ ଭବିଷ୍ୟତ କାମନା କରିଥିଲେ । ସଭାର ସଭାପତି ଶ୍ରୀଯୁକ୍ତ ରଥ ତାଙ୍କ ଅବିଭାଷଣରେ ଛାତ୍ରଛାତ୍ରୀମାନଙ୍କୁ ତାଙ୍କ ଭବିଷ୍ୟତ ଜୀବନ ଉପରେ ଆଲୋକପାତ କରିବା ସହ ସମାଜରେ ଜଣେ ଜଣେ ଭଲ ମଣିଷ ଭାବରେ ଗଢ଼ି ତୋଳିବାକୁ ପରାମର୍ଶ ଦେଇଥିଲେ । ବି.ଜି.ଇ ସଷ୍ଟ୍ରା ତଥା ଓଏଫ୍‌ଡିସିର ଅବସରପ୍ରାପ୍ତ ପଦାଧିକାରୀ ଶ୍ରୀ ରଥ ସଂସ୍ଥାର ଆଭିମୁଖ୍ୟ ଉପରେ ଆଲୋକପାତ କରିବା ସହ ସଂସ୍ଥା ଉନ୍ନତମାନର ଶିକ୍ଷାଦାନ ସହ ତା’ର ସାମାଜିକ ମୂଲ୍ୟବୋଧକୁ ଅଗ୍ରାଧିକାର ଦେବ ବୋଲି ସ୍ପଷ୍ଟ କରିଥିଲେ । ଏହି ଅବସରରେ ବହୁ ବ୍ୟକ୍ତିବିଶେଷ, ଛାତ୍ରଛାତ୍ରୀ ଓ ସାମ୍ବାଦିକ ଯଥା-ବରିଷ୍ଠ ସାମ୍ବାଦିକ ବିଜୟ କୁମାର ସାହୁ, ବିରଂଚି ନାରାୟଣ ଖୁଂଟିଆ, ‘ଉଦୟବଟ’ର ସଂପାଦକ ଦୁଷ୍ମନ୍ତ କୁମାର ରାଉତ, ବିନୟ କୁମାର ରାଉତ ପ୍ରମୁଖଙ୍କୁ “ବିଦ୍ୟାର୍ଥୀ ଗ୍ରୃପ ଅଫ୍ ଏଜୁକେସନ (ବି.ଜି.ଇ)୍ର”ର ଅଧ୍ୟକ୍ଷ ସୈାମ୍ୟକାନ୍ତ ରଥ ସଂଯୋଜନାରେ ସମ୍ବର୍ଦ୍ଧିତ କରାଯାଇଥିଲା । ପରେ ଅନୁଷ୍ଠାନର ଛାତ୍ରଛାତ୍ରୀଙ୍କ ଦ୍ୱାରା ବହୁ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷିତ ହୋଇଥିଲା । ଆଜି ପବିତ୍ର ‘ରାଧାଷ୍ଟମୀ’ ତିଥି ଅବସରରେ ସମସ୍ତ ଅତିଥି ଅନୁଷ୍ଠାନର ଅଗ୍ରଗତି କାମନା କରିଥିଲେ । ଏହି ଅବସରରେ ଅନୁଷ୍ଠାନର ଛାତ୍ରଛାତ୍ରୀମାନଙ୍କ ଦ୍ୱାରା ବିଭିନ୍ନ ଚିତ୍ତାକର୍ଷକ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହେଉଅଛି । ସଭା ଓ ସାଂସ୍କୃତିକ କାର୍ଯ୍ୟକ୍ରମର ସଫଳତା ପାଇଁ ଅନୁଷ୍ଠାନର ଅଧ୍ୟାପକ/ଅଧ୍ୟାପିକା, କର୍ମଚାରୀଙ୍କ ସମେତ ଶୁଭେଚ୍ଛୁମାନେ ଲାଗିପଡ଼ିଛନ୍ତି । କାର୍ଯ୍ୟକ୍ରମରେ ବି.ଜି.ଇ ନିର୍ଦ୍ଦେଶକ ଶୁଭମ କୁମାର ସାହୁ, ଅଧ୍ୟାପକ/ଅଧ୍ୟାପିକା, କର୍ମଚାରୀଙ୍କ ପ୍ରମୁଖ ଉପସ୍ଥିତ ରହି ପିଲାମାନଙ୍କୁ ଉତ୍ସାହିତ କରିବା ସହିତ କାର୍ଯ୍ୟକ୍ରମର ସଫଳତା ପାଇଁ ଉଦ୍ୟମ କରିଥିଲେ । କାର୍ଯ୍ୟକ୍ରମରେ ବହୁ ଅବିଭାବକ, ଅବିଭାବିକା, ସ୍ଥାନୀୟ ବ୍ୟକ୍ତିବିଶେଷ, ବି.ଜି.ଇ ପରିଚାଳନା କମିଟିର କାର୍ଯ୍ୟକର୍ତ୍ତା, ଶିକ୍ଷକ/ଶିକ୍ଷୟତ୍ରୀ, ଶୁଭେଚ୍ଛୁ ଆଦି ଯୋଗଦେଇ ସଭାରେ ଯୋଗ ଦେଇଥିବା ଅତିଥିମାନଙ୍କ ମୂଲ୍ୟବାନ ଭାଷଣକୁ ଶୁଣିବା ସହ ପିଲାମାନଙ୍କର ଚିତାକର୍ଷକ କାର୍ଯ୍ୟକ୍ରମଗୁଡିକୁ ଉପଭୋଗ କରିଥିଲେ । ଶେଷରେ ବି.ଜି.ଇ ନିର୍ଦ୍ଦେଶକ ଶୁଭମ କୁମାର ସାହୁ ଧନ୍ୟବାଦ ଅର୍ପଣ କରିଥିଲେ ।

 

Live Share Market

जवाब जरूर दे 

आप अपने सहर के वर्तमान बिधायक के कार्यों से कितना संतुष्ट है ?

View Results

Loading ... Loading ...

Related Articles

Back to top button
.
Website Design By Bootalpha.com +91 84482 65129
.
Close