କଟକ ଜିଲ୍ଲାସ୍ତରୀୟ ସଡକ ସୁରକ୍ଷା କମିଟି ବୈଠକ ଅନୁଷ୍ଠିତ

କଟକ, ୧୨.୧୨(ବିଭୂତି ଭୂଷଣ ଜେନାଙ୍କ ଠାରୁ): କଟକ ଜିଲ୍ଲାସ୍ତରୀୟ ସଡକ ସୁରକ୍ଷା କମିଟି ବୈଠକ ଆଜି ଅପରାହ୍ନରେ ଜିଲ୍ଲାପାଳଙ୍କ ନୂତନ ସମ୍ମିଳନୀ କକ୍ଷଠାରେ ଜିଲ୍ଲାପାଳ ତଥା ଜିଲ୍ଲା ମାଜିଷ୍ଟ୍ରେଟ୍ ଶ୍ରୀ ଦତ୍ତାତ୍ରୟ ଭାଉସାହେବ ଶିନ୍ଦେଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି । ଗତ ବୈଠକରେ ସଡକ ସୁରକ୍ଷା ନିମନ୍ତେ ନିଆଯାଇଥିବା ବିଭିନ୍ନ କାର୍ଯ୍ୟାନୁଷ୍ଠାନର ନିଷ୍ପତ୍ତି ଅନୁଯାୟୀ ଅଗ୍ରଗତି ଏବଂ ନୂତନ ଅସୁବିଧା ସମ୍ପର୍କ ଆଲୋଚନା କରିଥିଲେ । ପ୍ରାରମ୍ଭରେ ଆଞ୍ଚଳିକ ପରିବହନ ଅଧିକାରୀ ଶ୍ରୀ ବିଶ୍ଵଜିତ ଦାଶ କାର୍ଯ୍ୟସୂଚୀ ଅନୁଯାୟୀ ବୈଠକ ପରିଚାଳନା କରିଥିଲେ । ଜିଲ୍ଲାପାଳ ଶ୍ରୀ ଶିନ୍ଦେ ସମ୍ପୃକ୍ତ ବିଭାଗୀୟ ଅଧିକାରୀମାନଙ୍କୁ ଧାର୍ଯ୍ୟ କାର୍ଯ୍ୟାନୁଷ୍ଠାନ ଅନୁପାଳନ ଉପରେ ବିବୃତି ରଖିବାକୁ କହିବା ସହ ଅସମ୍ପୂର୍ଣ୍ଣ ଥିବା କାର୍ଯ୍ୟ ଗୁଡିକ ଉପରେ ତୁରନ୍ତ ପଦକ୍ଷେପ ଗ୍ରହଣ କରି କାର୍ଯ୍ୟାନୁଷ୍ଠାନ ଦିଗରେ ନିର୍ଦେଶ ଦେଇଥିଲେ । ଇତି ମଧ୍ୟରେ ମଙ୍ଗୁଳି ଠାରେ ରାସ୍ତା ଉପର ଦେଇ ପାର ହେବା ପାଇଁ ପାଦଚଲା ପୋଲ ଦୁଇଟିରୁ ଗୋଟିଏ ର ନିର୍ମାଣ ସଂପୂର୍ଣ୍ଣ ହୋଇସାରିଛି ଏବଂ ଅନ୍ୟଟି ଶୀଘ୍ର ସଂପୂର୍ଣ୍ଣ ହେବବୋଲି ଭାରତୀୟ ଜାତୀୟ ରାଜପଥ କର୍ତ୍ତୃପକ୍ଷଙ୍କ ଅଧିକାରୀ ପ୍ରକାଶ କରିଥିଲେ । ହୋଟେଲ ପ୍ରମୋଦ ନିକଟରେ ହେଉଥିବା ପାର୍କିଂର ସ୍ଥାନନ୍ତରିକରଣ ସମ୍ପର୍କରେ ଆଞ୍ଚଳିକ ପରିବହନ ଅଧିକାରୀଙ୍କୁ ସ୍ଥାନୀୟ ବିଡିଓ ଓ ତହସିଲଦାରଙ୍କ ସହ ବୈଠକ ନିମନ୍ତେ କୁହାଯାଇଥିଲା । ଜାତୀୟ ରାଜପଥ ଦିଗକୁ ପ୍ରବେଶ ଦ୍ଵାର ଥିବା ରାସ୍ତାକଡ ବିଦ୍ୟାଳୟ ଗୁଡିକର ଜିଲ୍ଲା ଶିକ୍ଷାଅଧିକାରୀଙ୍କ ଦ୍ୱାରା ଏକ ତାଲିକା ପ୍ରସ୍ତୁତ କରାଯାଇଛି ଯାହାର ପ୍ରବେଶ ଦ୍ଵାରା ଅନ୍ୟତ୍ର କରି ଛାତ୍ରଛାତ୍ରୀମାନଙ୍କୁ ଦୁର୍ଘଟଣାରୁ ରକ୍ଷା କରିବା ଉପରେ ତୁରନ୍ତ ପଦକ୍ଷେପ ନିଆଯିବାର ନିଷ୍ପତ୍ତି ନିଆଯାଇପାରିବ । ଟାଙ୍ଗୀ ଜଗତପୁରରାସ୍ତାରେ ଆବଶ୍ୟକସ୍ଥଳେ ଅଧିକ ହମ୍ପ୍ସ ନିର୍ମାଣ ତଥା ରାସ୍ତା ଅବରୋଧ କରୁଥିବା ବ୍ୟବସାୟୀଙ୍କୁ ଅପସାରଣ କରି ଦୁର୍ଘଟଣାକୁ ଆହୁରି ହ୍ରାସ କରାଯାଇପାରିବ ବୋଲି ମତାପ୍ରକାଶ ପାଇଥିଲା । କଟକ ରୁ ବାଲେଶ୍ଵର ରାସ୍ତାରେ “Way to Cuttack” ଫଳକ ବଡଆକାର ରେ ଲଗାଇବାକୁ ଜିଲ୍ଲାପାଳ ଶ୍ରୀ ଶିନ୍ଦେ ନିର୍ଦେଶ ଦେଇଥିଲେ । ଅମାନିଆ ଗାଡିଚାଳକ, ମଦ୍ୟପାନ କରି ଗାଡିଚଳାଉଥିବା ଚାଳକମାନଙ୍କ ଉପରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଭାରପ୍ରାପ୍ତ ପୁଲିସଅଧିକାରୀମାନଙ୍କୁ ନିର୍ଦେଶ ଦେଇଥିଲେ । ଆଞ୍ଚଳିକ ପରିବହନ ଅଧିକାରୀ ,ବାଉଁଶ ବ୍ୟବସାୟୀଙ୍କ ସହ ବୈଠକ କରି ସୁରକ୍ଷିତ ଭାବରେ କିପରି ବାଉଁଶ ସ୍ଥାନାନ୍ତରଣ କରାଯାଇପାରିବ ସେଦିଗରେ ଆଲୋଚନା ପୂର୍ବକ ପଦକ୍ଷେପ ନେବା ଉପରେ ଗୁରୁତ୍ଵାରୋପ କରିଥିଲେ । ପୂର୍ବବର୍ଷ ଅପେକ୍ଷା ଚଳିତ ବର୍ଷ ସଡକ ଦୁର୍ଘଟଣା ଅପେକ୍ଷାକୃତ ଭାବେ ହ୍ରାସ ପାଇଛି । ସେହିପରି ନିୟମ ଭଙ୍ଗକାରୀ ଚାଳକଙ୍କର ଡ୍ରାଇଭିଂ ଲାଇସେନ୍ସ ରଦ୍ଧକରାଯିବା ପୂର୍ବବର୍ଷ ଅପେକ୍ଷା ଚଳିତବର୍ଷ ବୃଦ୍ଧିପାଇଛି । ବୈଠକରେ କଟକ ଜିଲ୍ଲା ବସ ମାଲିକ ସଂଘ ଏବଂ ଟ୍ରକ ମାଲିକ ସଂଘର କର୍ମକର୍ତ୍ତାମାନେ ଭାଗନେଇ ଆଲୋଚନାରେ ଅଂଶଗ୍ରହଣ ପୂର୍ବକ ନିଜ ନିଜର ସୁଚିନ୍ତିତ ମତାମତ ରଖିଥିଲେ । ସଂପୃକ୍ତ ବିଭାଗୀୟ ଅଧିକାରୀମାନେ ନିଜ ମଧ୍ୟରେ ସମନ୍ଵୟ ରକ୍ଷା ପୂର୍ବକ ବୈଠକରେ ନିଆଯାଉଥିବା ନିଷ୍ପତ୍ତି ଗୁଡିକୁ ତ୍ଵରିତ କାର୍ଯ୍ୟକାରୀ କରିବା ଦିଗରେ ଜିଲ୍ଲାପାଳ ଶ୍ରୀ ଶିନ୍ଦେ ମଧ୍ୟ ଗୁରୁତ୍ଵ ଦେଇଥିଲେ । ଅନ୍ୟମାନଙ୍କ ମଧ୍ୟରେ ଅତିରିକ୍ତ ଉପଆୟୁକ୍ତ ଶ୍ରୀ ଅମରେନ୍ଦ୍ର ପଣ୍ଡା, ଅତିରିକ୍ତ ଜିଲ୍ଲାପାଳ ଉନ୍ନୟନ ଡଃ. ଈପ୍ସିତା ପ୍ରିୟଦର୍ଶିନୀ ମିଶ୍ର, ଅତିରିକ୍ତ ଉପ-ଆରକ୍ଷୀ ଅଧିକ୍ଷକ ଶ୍ରୀ ପ୍ରଦୀପ କୁମାର ସାହୁଙ୍କ ସମେତ ବିଭିନ୍ନ ସ୍ଵେଚ୍ଛାସେବୀ ସଂଗଠନ, ସଂପୃକ୍ତ ବିଭାଗୀୟ ଅଧିକାରୀ ଓ କର୍ମଚାରୀମାନେ ଉପସ୍ଥିତ ଥିଲେ ।

Live Share Market

जवाब जरूर दे 

आप अपने सहर के वर्तमान बिधायक के कार्यों से कितना संतुष्ट है ?

View Results

Loading ... Loading ...

Related Articles

Back to top button
.
Website Design By Bootalpha.com +91 84482 65129
.
Close