ପାଣିକୋଇଲି ପୂର୍ତ ବିଭାଗ ଅଫିସ କୋଠାରେ ବରଗଛ, ଅଧିକାରୀଙ୍କ ଅଣଦେଖା

ପାଣିକୋଇଲି, ୨୯/୦୮ (ଉ.ନ୍ୟୁଜ୍ ବ୍ୟୁରୋ): ଯାଜପୁର ଜିଲ୍ଲାର ପାଣିକୋଇଲି ଠାରେ ଅବସ୍ଥିତ ପୂର୍ତ୍ତ (ରାସ୍ତା ଓ ଗୃହ ନିର୍ମାଣ) ବିଭାଗର ଡିଭିଜନ (ଚବଦ୍ଭସଳକ୍ଟସକ୍ଷସ ଜକ୍ଟବୟଗ୍ଦ ଌ ଈଙ୍କସକ୍ଷୟସଦ୍ଭଶ ଊସଙ୍ଖସଗ୍ଦସକ୍ଟଦ୍ଭ) କାର୍ଯ୍ୟାଳୟର ବହୁ ଗୁମର ଧିରେ ଧିରେ ପଦାକୁ ଆସିବା ପରେ ସ୍ଥାନୀୟ ଅଂଚଳରେ ଆଲୋଡନ ସୃଷ୍ଟି ହୋଇଛି । ଏତେସବୁ ବେଆଇନ କାର୍ଯ୍ୟ ଘଟିବା ପରେ ବି ସେସବୁ ଉପରେ ରୋକ ଲଗାଇବା ପାଇଁ ଉପରିସ୍ଥ ପଦାଧିକାରୀ ତତ୍ପର ନ ହେବା ଜିନ୍ତାଜନକ! ତାଛଡ଼ା ଯାହାସବୁ ରାସ୍ତାଘାଟ, କୋଠାବାଡି ଆଦି ନିର୍ମିତ ହୋଇଛି ସେସବୁର ମାନ ଅଧିକାଂଶ ଜାଗାରେ ନିମ୍ନମାନର ହୋଇଛି । ଏପରିକି, ନିଜ କୋଠାବାଡିର ସେପରି ଯତ୍ନ ନେଉଥିବାର ଦେଖାଯାଇଛି । ଖୋଦ୍ ଅଧିକ୍ଷଣ ଯନ୍ତ୍ରୀ (ଏସ.ଇ)ଙ୍କ କାର୍ଯ୍ୟାଳୟର ଉପର ମହଲା କୋଠା ଉପରେ ବର ଗଛ ଉଠି ଛାତକୁ ଦୁର୍ବଳ କରୁଥିବା ବେଳେ ଏତେ ଯନ୍ତ୍ରୀଙ୍କ ମଧ୍ୟରୁ କାହାରି ନଜର ନ ପଡିବା ଆଶ୍ର୍ଚ୍ୟଜ୍ୟଜନକ! ଏବେ ବରଗଛଟି ୦୪ ଫୁଟ ପାଖାପାଖି ହୋଇଯାଇଥିବା ବେଳେ ଏହାର ଚେର ଛାତକୁ ପ୍ରଭାବିତ କଲାଣି! ଲୋକେ କୁହାକୁହି ହେଲେଣି, ଯେଉଁ ବିଭାଗ ଏତେ ରାସ୍ତାଘାଟ, କୋଠାବାଡି ଆଦି ନିର୍ମାଣ କରୁଛି, ସେହି ବିଭାଗ ନିଜ ମୁଖ୍ୟାଳୟର କୋଠାକୁ ଏପରି ଭାବେ ଅଣଦେଖା କରିବା କ’ଣ ସେମାନଙ୍କ ପାରିବାପଣିଆ ଉପରେ ଅଙ୍ଗୁଳି ନିର୍ଦ୍ଦେଶ କରୁନାହିଁକି ବୋଲି କହିଛନ୍ତି ପାଣିକୋଇଲି ଅଂଚଳର ବରିଷ୍ଠ ସମାଜସେବୀ ରାମଚନ୍ଦ୍ର ବାରିକ

Live Share Market

जवाब जरूर दे 

आप अपने सहर के वर्तमान बिधायक के कार्यों से कितना संतुष्ट है ?

View Results

Loading ... Loading ...

Related Articles

Back to top button
.
Website Design By Bootalpha.com +91 84482 65129
.
Close