
ନହଙ୍ଗୀ ଗ୍ରାମରେ ବହୁ ଆଡମ୍ବରରେ ମା’ ଖୁଦୁରୁକୁଣୀ ଓଷା ଉତ୍ସବ ପାଳିତ
ନହଙ୍ଗୀ,(ବସନ୍ତ ପାତ୍ରଙ୍କ ଠାରୁ)୦୬/୦୯- ଚଳିତ ଭାଦ୍ରବ ମାସର ପବିତ୍ର କୁମାରୀ ଓଷା ମା’ ଖୁଦୁରୁକୁଣୀ ଓଷା ନହଙ୍ଗୀ ଗ୍ରାମରେ ଚଳିତ ବର୍ଷ ବହୁତ ବଡ ଆଡମ୍ବରରେ ପାଳିତ ହୋଇଛି । ଗ୍ରାମର କୁମାରୀ ଝିଅମାନେ ଦୀର୍ଘ ଦିନ ଧରି ନିଷ୍ଠାର ସହ ବ୍ରତ ପାଳନ କରି ଆସୁଥିଲେ। ଗତକାଲି ସେପ୍ଟେମ୍ବର ୬ ତାରିଖରେ ଥିଲା ଏହାର ଉଦଯାପନ ଦିବସ । ଏହି ଦିନ ସକାଳୁ ମା’ଙ୍କ ପୂଜା, ବ୍ରତ କଥା ପାଠ ଓ ପ୍ରସାଦ ବଣ୍ଟନ କରାଯାଇଥିଲା। ସନ୍ଧ୍ୟାରେ ମା’ଙ୍କ ମୂର୍ତିକୁ ନେଇ ଏକ ବିଶାଳ ଓ ସୁନ୍ଦର ଶୋଭାଯାତ୍ରା ଗ୍ରାମ ପରିକ୍ରମା କରିଥିଲା। ଢୋଲ, ମୃଦଙ୍ଗ ଓ ହୁଳହୁଳି ଧ୍ୱନୀରେ ପୁରା ଗାଁ ଉତ୍ସବମୁଖର ହୋଇଉଠିଥିଲା। ଶେଷରେ ନିକଟସ୍ଥ ପୋଖରୀରେ ଭକ୍ତିପୂତ ଭାବରେ ମା’ଙ୍କ ଭସାଣୀ କରାଯାଇଥିଲା । ଏହି କାର୍ଯ୍ୟକ୍ରମକୁ ସଫଳ କରିବାରେ ବିଶେଷ ସହଯୋଗ କରିଥିଲେ – ମୀରାରାଣୀ ଭୂୟାଁ, ମାମଲି ସ୍ୱାଇଁ, ରୁବିନା ବେହେରା, ଶିବାନୀ ଜେନା, ଲିଜା ଓଝା, ରଞ୍ଜିତା ବେହେରା, ଶୁଭଶ୍ରୀ ରାଉତ, ସୋନାଲି ଭୂୟାଁ, ଶୁଭସ୍ମିତା ଜେନା, ଶୁଭସ୍ମିତା ଭୂୟାଁ ଏବଂ ପ୍ରଜ୍ଞାରାଣୀ ବାରିକ । ସେମାନଙ୍କ ସହ ଗ୍ରାମର ସମସ୍ତ ମହିଳା ଓ ଯୁବକ ମାନଙ୍କ ସହଯୋଗରେ ଏହି ପୂଜା ସମ୍ପନ୍ନ ହୋଇଥିଲା ।






