“ରୋଟାରୀ କ୍ଲବ କଳିଙ୍ଗନଗର”ର ୧୩ତମ ଅଧିଷ୍ଠାନ ଉତ୍ସବ ମହାସମାରୋହରେ ପାଳିତ

ବ୍ୟାସନଗର, ୧୯/୦୯ (ଉ.ନ୍ୟୁଜ୍ ବ୍ୟୁରୋ): ‘ରୋଟାରୀ କ୍ଲବ କଳିଙ୍ଗନଗର’୧୩ତମ ଅଧିଷ୍ଠାନ ଉତ୍ସବ ଗତ କାଲି ଶୁକ୍ରବାର ସନ୍ଧ୍ୟାରେ ‘ହୋଟେଲ ଯଯାତି କୋଟୟାର୍ଡ଼ ଠାରେ କ୍ଲବର ୨୦୨୫-୨୬ର ସଭାପତି ରୋଟାରୀଆନ ମନୋଜ କୁମାର ବାରିକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଥିଲା । ଏଥିରେ ମୁଖ୍ୟ ଅତିଥି ଭାବେ ରୋଟାରୀ ଜିଲ୍ଲା ୩୨୬୨ ପ୍ରାନ୍ତପାଳ ରୋଟାରୀଆନ ଅନିଲ କୁମାର ସାମଲ ମୁଖ୍ୟ ଅତିଥି ଭାବେ ଓ ସହ-ପ୍ରାନ୍ତପାଳ ରୋଟାରୀଆନ ନିତ୍ୟାନନ୍ଦ ମିଶ୍ର ଓ ଜିନ୍ଦଲ ଷ୍ଟିଲର ବରିଷ୍ଠ କାର୍ଯ୍ୟକାରୀ ଉପ-ସଭାପତି ଦୀପକ ଅଗ୍ରୱାଲ ସମ୍ମାନିତ ଅତିଥି ଭାବେ ଯୋଗ ଦେଇ ପ୍ରଦୀପ ପ୍ରଜ୍ଜ୍ୱଳନ କରି କାର୍ଯ୍ୟକ୍ରମର ଶୁଭାରମ୍ଭ କରିଥିଲେ। ମଞ୍ଚ ପରିଚାଳକ ରୋଟାରୀଆନ ସଂଗ୍ରାମ ପଟ୍ଟନାୟକ ଅତିଥିମାନଙ୍କୁ ମଂଚକୁ ଆମନ୍ତ୍ରଣ କରିଥିବା ବେଳେ ବ୍ୟାସନଗର ପବ୍ଲିକ ସ୍କୁଲର ଛାତ୍ର ଦୁର୍ଗା ପ୍ରସାଦ ପାଳ ସଂଗୀତ ଗାନ କରିଥିଲେ ଓ ସୁଶ୍ରୀ ଉଷା କିରଣ ନୃତ୍ୟ ପରିବେଷଣ କରିଥିଲେ । ରୋଟାରିଆନ ମନୋଜ କୁମାର ବାରିକ ୨୦୨୫-୨୬ ବର୍ଷର ବାର୍ଷିକ କାର୍ଯ୍ୟକ୍ରମ ବିବରଣୀ ପାଠ କରିଥିଲେ । ରୋଟାରୀଆନ ଡ଼ଃ ଦେବସ୍ମିତା ସାହୁଙ୍କୁ ୨୦୨୬-୨୭ବର୍ଷର ସଭାପତି ଭାବେ ଦାୟିତ୍ୱଭାର ଅର୍ପଣ ପୂର୍ବକ ଶପଥପାଠ କରାଯିବା ସହ ନୂତନ ସଭାପତି ରୋଟାରିଆନ ସାହୁଙ୍କୁ ପୁଷ୍ପଗୁଚ୍ଛ ଦେଇ ଉତ୍ସସ୍ୱିତ ସମ୍ବର୍ଦ୍ଧନା ଜ୍ଞାପନ କରାଯାଇଥିଲା । ୨୬-୨୭ ବର୍ଷ ପାଇଁ ନୂତନ ସଂପାଦକ ଭାବେ ରୋଟାରୀଆନ ଅରୁଣ କୁମାର ବେହେରାଙ୍କୁ ଦାୟିତ୍ୱଭାର ଅର୍ପଣ କରାଯାଇଥିଲା । ୦୨ଜଣ ନୂତନ ସଭ୍ୟଙ୍କୁ କ୍ଲବରେ ସାମିଲ କରି ସମ୍ବର୍ଦ୍ଧନା ଦିଆଯାଇଥିଲା । ନୂତନ ସଭ୍ୟ ହେଲେ-ରୋଟାରିଆନ ସବିତା ରାଉତ ଓ ରୋଟାରୀଆନ ପ୍ରଭାତ ସାହୂ । ସମାଜ ସେବା, ସାହିତ୍ୟ, ସାମ୍ବାଦିକତା କ୍ଷେତ୍ରରେ ପାରଦର୍ଶିତା/ପ୍ରତିଷ୍ଠା ଲାଭ କରିଥିବା ବାସ୍ତୁବିତ୍ ବରିଷ୍ଠ ସାମ୍ୱାଦିକ ଡ଼ଃ ଚିନ୍ତାମଣି ପାଢ଼ୀଙ୍କୁ ସମ୍ଭର୍ଦ୍ଧିତ କରାଯିବା ସହିତ ତଳିଆ କର୍ମଚାରୀ ଭାବେ ନିଜ ନିଜର କର୍ମ କ୍ଷେତ୍ରରେ ଉତ୍ତମ ସେବା ପ୍ରଦାନ ନିମନ୍ତେ ଆଉ ୩ ଜଣଙ୍କୁ ସମ୍ଭର୍ଦ୍ଧିତ କରାଯାଇଥିବା ପ୍ରତିଭା ହେଲେ ମାଳତୀ ହାଁସଦା, ବ୍ୟାସନଗର ପୌର ପରିଷଦ, ମମତା ରାଉତ ସ୍ୱାସ୍ଥ୍ୟ ସେବୀ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ଯାଜପୁର ରୋଡ, ସନାତନ ମଲିକ ସପୋଟ ଷ୍ଟାଫ୍ ରୋଟାରୀ କ୍ଲବ୍ କଳିଙ୍ଗନଗର। ମୁଖ୍ୟ ଅତିଥି, ସମ୍ମାନିତ ଅତିଥି ଓ ବିଶିଷ୍ଟ ଅତିଥିମାନଙ୍କ କରକମଳରେ କ୍ଲବବାର୍ଷିକ ପତ୍ରିକା ଶୀଳ୍ପକଳା କଳିଙ୍ଗନଗର ଉନ୍ମୋଚିତ ହୋଇଥିଲା। ସହ-ପ୍ରାନ୍ତପାଳ ରୋଟାରିଆନ ନିତ୍ୟାନନ୍ଦ ମିଶ୍ର, ଦୀପକ ଅଗ୍ରୱାଲ ମୁଖ୍ୟ ଅତିଥି ପ୍ରାନ୍ତପାଳ ଅନିଲ କୁମାର ସାମଲ ପ୍ରମୁଖ ବକ୍ତବ୍ୟ ରଖିଥିଲେ । ଅତିଥିମାନଙ୍କୁ ମଂଚରେ ସମ୍ବର୍ଦ୍ଧନା ଜ୍ଞାପନ କରାଯାଇଥିଲା । ରୋଟାରୀଆନ ଅଛୁତାନନ୍ଦ ମହାନ୍ତି ଉପସ୍ଥାନ ତଥ୍ୟ ପ୍ରଦାନ କରିଥିଲେ । ରୋଟାରିଆନ ଦୀନେଶ କୁମାର ସାହୁ ଧନ୍ୟବାଦ ଅର୍ପଣ କରିବା ପରେ ନୁତନ ସଭାପତି ରୋଟାରିଆନ ଡ଼ଃ ଦେବସ୍ମିତା ସାହୁ ସଭାକୁ ଭଂଗ କରିଥିଲେ । ଆଜିର ଏହି କାର୍ଯ୍ୟକ୍ରମରେ ବହୁ କ୍ଲବର କର୍ମକର୍ତ୍ତା, ପଦସ୍ଥ ଅଧିକାରୀ, ବିଶିଷ୍ଟ ବ୍ୟକ୍ତିବିଶେଷ, ସାମ୍ବାଦିକ ପ୍ରମୁଖ ଉପସ୍ଥିତ ଥିଲେ । କାର୍ଯ୍ୟକାରୀ ସମ୍ପାଦକ ରୋଟାରିଆନ ସୁଦୀପ୍ କୁମାର ମିଶ୍ର, ରୋଟାରିଆନ ଲୋକନାଥ ରାଉତ, ରୋଟାରିଆନ ମହେନ୍ଦ୍ର ପଣ୍ଡା, ସଞ୍ଜୟ ମିଶ୍ର, ସୂର୍ଯ୍ୟକାନ୍ତ ବିଶ୍ୱାଳ, ସୁଶାନ୍ତ ବରାଳ, ପରମେଶ୍ୱର ଦାଶ, ଶିବାନନ୍ଦ ନାୟକ, କମଳ ଲୋଚନ ସାହୂ, ଗୋପୀନାଥ ସାହୁ , ରାମଚନ୍ଦ୍ର ସେନାପତି, କୈଳାଶ ଚନ୍ଦ୍ର ସାହୂ, ହେମନ୍ତ କୁମାର ଦାସ, ପୂର୍ଣଚନ୍ଦ୍ର ମିଶ୍ର, ଅମ୍ବିକା ପ୍ରସାଦ ସାମଲ ପ୍ରମୁଖ କାର୍ଯ୍ୟକ୍ରମରେ ଯୋଗ ଦେଇ ଉତ୍ସାହିତ କରିଥିଲେ।

Live Share Market

जवाब जरूर दे 

आप अपने सहर के वर्तमान बिधायक के कार्यों से कितना संतुष्ट है ?

View Results

Loading ... Loading ...

Related Articles

Back to top button
.
Website Design By Bootalpha.com +91 84482 65129
.
Close