
କଟକ ବନଖଣ୍ଡର ଯାଜପୁରରୋଡ ‘ମିୟାୱାକି’ ବନୀକରଣ ଯୋଜନାର ସଫଳତା ଉପରେ ପ୍ରଶ୍ନବାଚୀ
ଯାଜପୁରରୋଡ, ୧୧/୦୯(ଉ. ନ୍ୟୁଜ୍ ବ୍ୟରୋ): କଟକ ବନଖଣ୍ଡ ଅଧିନ ଯାଜପୁରରୋଡ଼ ବନାଂଚଳ (ଯାଜପୁରରୋଡ଼ ଫରେଷ୍ଟ ରେଂଜ)ରେ ଗତ କିଛି ମାସ ହେବ ନାହିଁ ନ ଥିବା ଦୁର୍ନିତୀ ଓ ଅନିୟମିତତା ଘଟି ଘଟି ଚାଲିଛି । ପୂର୍ବତନ ବନାଂଚଳ ଅଧିକାରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ପୃଷ୍ଠପୋଷକତାରେ ଏପରି ଭାବେ ଦୁର୍ନିତୀ ବଢ଼ି ବଢ଼ି ଚାଲିଲା ଯେ ତା’ଉପରେ ରୋକ ଲଗାଇବା ପରିବର୍ତ୍ତେ କିଛି ଉପରିସ୍ଥ ଅଧିକାରୀ ବରଂ ଭିତିରି ସମର୍ଥନ ଦେଇଚାଲିଲେ । ଫଳରେ ସେ ବଦଳି ହେବାର କିଛି ମାସ ପର୍ଯ୍ୟନ୍ତ ପ୍ରାୟ ଅଢ଼େଇ ମାସ ଏଠାରେ ରହି ପୁରୁଣା କାମ ନିୟମିତ କରିବା ସହ ଚେକ୍ ବି କାଟି ଚାଲିଲେ ।
ଯାଜପୁରରୋଡ଼ ରେଂଜ ଅଧିନରେ ଓଏମିସି ପରିଚାଳିତ ସ୍ଥାନୀୟ ଫେରୋକ୍ରୋମ କାରଖାନା ନିକଟରେ ଗତ ୨୦୨୫-୨୬ ଆର୍ôଥକ ବର୍ଷରେ ‘ମିୟାୱାକି’ ଯୋଜନା (Miyawaki Yojana)ରେ ଯେଉଁ ବୃକ୍ଷରୋପଣ କରାଯାଇଥିଲା ସେଥିରେ ଅତି ନିମ୍ନମାନର କାମ ହେବା ସହ ଯୋଜନାର ସିଂହଭାଗ ଅର୍ଥକୁ ପୂର୍ବତନ ରେଂଜ ଅଧିକାରୀ ଶ୍ରୀ ପ୍ରଧାନ ଚଳୁ କରି ଖାଇଲେ । କୋଟି କୋଟି ଟଙ୍କା ବ୍ୟୟରେ ଚାଲୁଥିବା ଏହି ଯୋଜନାରେ ଗାତ ଖୋଳିବା ଠାରୁ ଆରମ୍ଭ କରି ଗଛ ଲଗା, ପାଣି ଦେବା, ଘାସ ବାଛିବା, ଜଗାରଖା କରିବା ଆଦି କାମ ସବୁ ରେଂଜ ଅଧିକାରୀ ନିଯୁକ୍ତ ସ୍କ୍ୱାର୍ଡ଼ମାନଙ୍କ ଦ୍ୱାରା କରାଇ ସେ ବାବଦ ଅର୍ଥକୁ ଚଳୁ କଲେ । ଏହି ପ୍ଲାଂଟେସନ୍ ଅଂଚଳର କେତେକ ପାଶ୍ୱର୍ରେ ଫେରୋକ୍ରୋମ କାରଖାନାର ବାଉଣ୍ଡରୀ/ପ୍ରାଚୀର ଥିବା ବେଳେ ଅଳ୍ପ ଅଂଚଳରେ ନାହିଁ । ମାତ୍ର ଶ୍ରୀ ପ୍ରଧାନ ଜଣେ ମାତ୍ର ୱାଚରକୁ ରଖି ଜଗାରଖା କାମକୁ ହାଲୁକା ଭାବେ ନେଇ ଏ ବାବଦରେ ମିଥ୍ୟା ଭାଉଚର ପ୍ରସ୍ତୁତ କରି ଟଙ୍କା ମାରି ନେଲେ । ଯୋଜନାରେ ପାଣି ଦେବା ବାହାନା ପାଲଟିଥିବା ବେଳେ ପ୍ରାୟତଃ ବର୍ଷା ପାଣି ଉପରେ ଏହା ନିର୍ଭର କଲା । ଗାଈଗୋରୁମାନେ ରୀତିମତ ଏହା ମଧ୍ୟରେ ପଶି ଚରୁଥିବାରୁ ଗଛ ନଷ୍ଟ ହେଉଛି । ଚାରାଗଛ ସବୁ ନିମ୍ନମାନର ଓ ପତଳା ପତଳା ହୋଇଥିବାରୁ ଯେପରି ଭାବେ ବନ ବିଭାଗ ଦ୍ୱାରା ଏହି ଯୋଜନା ବିଷୟରେ କୁହାଯାଉଥିଲା, ସେପରି କିଛି ଏଠାରେ ହେଉ ନ ଥିବା ଦେଖାଯାଉଛି । ପାଣି ଦେବା ବାବଦରେ ମିଥ୍ୟା ଭାଉଚର କରାଯାଇଛି/କରାଯାଉଛି । ଏସବୁ ବାବଦରେ କରାଯାଇଥିବା ବା ପୈଠ ହୋଇଥିବା ପ୍ରତ୍ୟେକ ଭାଉଚରକୁ ତନ୍ନତନ୍ନ କରି ନିରୀକ୍ଷଣ କଲେ ବହୁ ରହସ୍ୟ ଉଦ୍ଘାଟିତ ହୁଅନ୍ତା । ଭିଜିଲାନ୍ସ (Vigilance) ବିଭାଗ ଦ୍ୱାରା ତଦନ୍ତ କରାଇଲେ ଦୁର୍ନୀତିର ପର୍ଦ୍ଦାଫାସ ହେବ । ଏହା ଉପରେ ଅଭିଯୋଗ ପାଇ ଜଂଗଲ ବିଭାଗର ରାଜ୍ୟ ମୁଖ୍ୟ ତଥା ପ୍ରଧାନ ମୁଖ୍ୟ ବନ ସରଂକ୍ଷକ (ପି.ସି.ସି.ଏଫ) ଏଠାକୁ ଆସିବାର ଖବର ପାଇ ପୂର୍ବତନ ରେଂଜ ଅଧିକାରୀ ଶ୍ରୀ ପ୍ରଧାନ କଟକ ଡିଏଫଓଙ୍କ ଜରିଆରେ ‘ମିୟାୱାକି’ ବନୀକରଣ ଅଂଚଳରେ ଘାସ ବଛା, ରାସ୍ତା ତିଆରି ସହ ଏହା ଉପରେ ଚୂନ ପକା ଆଦି ଆଖିଦୃର୍ଶିଆ କିଛି କାର୍ଯ୍ୟ କରି ଖସି ଯିବାକୁ କୁଆଡେ ଯୋଜନା କରି ସେଥିରେ ସଫଳ ହୋଇଛନ୍ତି! ବଢ଼ିଥିବା ଘାସକୁ କିଛି ମାତ୍ରାରେ ସଫାକରାଯାଇଛି । ତା. ୦୨/୦୯/୨୦୨୬ରେ କଟକ ଡିଏଫଓ ଅନୀଲ କୁମାର ରାୟ ଏଠାକୁ ଆସି ଅନୂନ୍ୟ କିଛି କାମ କରିବାକୁ ବତାଇ ଦେଇ ଯିବା ପରେ ତା. ୦୫/୦୯/୨୦୨୬ରେ ଖୋଦ୍ ପିସିସିଏଫ ମହୋଦୟ ଏହି ଯୋଜନାର ରୂପରେଖ ତଦାରଖ ପାଇଁ ଆସି ଫେରିଯାଇଛନ୍ତି । ଏପରି ଏକ ନୂଆ ଯୋଜନା ଏଠାରେ ଫଳବତୀ ହୋଇ ନ ଥିବା ବେଳେ ପୁଣି ଏହି ବ୍ୟାସନଗର ପୈାର ପରିଷଦର ୦୧ନଂ. ୱାର୍ଡ ଯୋଡାବରଠାରେ ଏହି ‘ମିୟାୱାକି’ ଯୋଜନା କରାଯାଇଛି । ବିନା ସୂଚନାଫଳକ (Sign Board)ରେ ଏବେ ଯୋରସୋରରେ କାମ ଚାଲିଛି । ଜେସିବି ମେସିନ କାମ କରି ଚାଲିଛି । ନୂତନ ରେଂଜ ଅଧିକାରୀ ପ୍ରସନ୍ନ କୁମାର ସାହୁ ଶ୍ରମିକମାନଙ୍କୁ ଲଗାଇ କୋଦାଳରେ ମାଟି ଆଡେଇ ଧାଡିରେ ଗାତ ଖୋଳିଚାଳିଛନ୍ତି । ଗାତର ଗଭୀରତା ଓ ଓସାର ବହୁ କମ ରହିଛି । ଏଥିରେ ଗଛ ଲାଗିଲେ ଗଛ ବଂଚିବା ସହ ଭଲ ଭାବରେ ବଢ଼ିପାରିବ ନାହିଁ କି ପବନ ବତାସର ସାମନା ନ କରି ଶୋଇ ପଡିବାର ଆଶଙ୍କା ରହିଛି । ମୂଳରୁ ଏହି ଯୋଜନାରେ ଟଙ୍କା ମାରିବାର ଯୋଜନା ହେଉଥିବାର ସନ୍ଦେହ ଦେଖାଦେଇଛି । ଏହା ଉପରେ ପିସିସିଏଫ ମହୋଦୟ ଦୃଷ୍ଟି ଦେବାକୁ ବିଭିନ୍ନ ମହଲରେ ଦାବୀ ହେଉଛି । ଏହା ଉପରେ ଫେରୋକ୍ରୋମ କାରଖାନା ନିକଟ ‘ମିୟାୱାକି’ ଯୋଜନାର କିଛି ଫଟୋ ଉପରେ ରହିଥିବା ବେଳେ ତଳେ ଯୋଡାବର ‘ମିୟାୱାକି’ ଯୋଜନା ବିଷୟରେ ଫଟୋ ରହିଛି ।





