ଅବସରପ୍ରାପ୍ତ ଶିକ୍ଷକ ଓ କର୍ମଚାରୀ ସଂଘର ଗୁରୁପୂଜନ ଉତ୍ସବ

ବ୍ୟାସନଗର,୫।୯(ଉ. ନ୍ୟୁଜ୍ ବ୍ୟୁରୋ): ପବିତ୍ର ଗୁରୁଦିବସ ଅବସରରେ ଅବସରପ୍ରାପ୍ତ ମାଧ୍ୟମିକ ସ୍କୁଲ ଶିକ୍ଷକ ଓ କର୍ମଚାରୀ ସଂଘ, କଳିଙ୍ଗନଗର, ପକ୍ଷରୁ ପ୍ରତିବର୍ଷ ଭଳି ଚଳିତ ବର୍ଷ ସନ୍ତରା ସଂସ୍କୃତି ଭବନ ପରିସରରେ ଏହି ଗୁରୁପୂଜନ ଉତ୍ସବ ଅନୁଷ୍ଠିତ ହୋଇଯାଇଛି। ଅଶୋକ ଦାସ ଫାଉଣ୍ଡେସନ୍‌ ଆନୁକୂଲ୍ୟରେ ଆୟୋଜିତ ଏହି ଉତ୍ସବରେ ଶିକ୍ଷା, ସମାଜସେବା ଓ ସାମ୍ବାଦିକତା କ୍ଷେତ୍ରର ବହୁ ବିଶିଷ୍ଟ ବ୍ୟକ୍ତି ଅତିଥି ଭାବେ ଯୋଗଦେଇ ଥିବା ବେଳେ ସେମାନଙ୍କୁ ଅନୁଷ୍ଠାନ ପକ୍ଷରୁ ସମ୍ବର୍ଦ୍ଧିତ କରାଯାଇଥିଲା। ଅଶୋକ ଦାସ ଫାଉଣ୍ଡେସନ୍‌ ମହାସଚିବ ଭବପ୍ରକାଶ ଦାସ, ବ୍ୟାସନଗର ପୌରପରିଷଦର ଅଧ୍ୟକ୍ଷ ସୁବାଷଚନ୍ଦ୍ର ବଳ, ପୂର୍ବତନ ଅତିରିକ୍ତ ଆୟୁକ୍ତ, ଭୂଲେଖ ଓ ବନ୍ଦୋବସ୍ତ, କଳିଙ୍ଗନଗରର ଅକ୍ଷୟ କୁମାର ମଲ୍ଲିକ, ଯାଜପୁର ରୋଡର ହୋମିଓପାଥି ଚିକିତ୍ସକ ଡକ୍ଟର ପ୍ରମୋଦ କୁମାର ଶତପଥୀ, ଯାଜପୁର ଶିକ୍ଷା ଓ ପ୍ରଶିକ୍ଷଣ ପ୍ରତିଷ୍ଠାନର ଅଧ୍ୟକ୍ଷ ନିବେଦିତା ଗୁରୁ, ରାଜ୍ୟ ସାମ୍ବାଦିକ ସଂଘର ସଭାପତି କୈଳାସ ଚନ୍ଦ୍ର ନାୟକ ଜାତୀୟ ସାମ୍ବାଦିକ ସଂଘର ସଂଗଠନ ସମ୍ପାଦକ ଡ଼.ଚିନ୍ତାମଣି ପାଢ଼ୀ ଏବଂ ପ୍ରମୁଖ ଯୋଗଦେଇ ଗୁରୁପୂଜନ ଉତ୍ସବର ମୁଖ୍ୟ ଉଦ୍ଦେଶ୍ୟ ହେଉଛି ସମାଜ ଗଠନରେ ଶିକ୍ଷକମାନଙ୍କର ଅବଦାନକୁ ସ୍ମରଣ କରିବା ସହ ଗୁରୁ-ଶିଷ୍ୟ ପରମ୍ପରାର ମହତ୍ତ୍ୱକୁ ଉଜାଗର କରିବାନେଇ ବକ୍ତବ୍ୟ ରଖିଥିଲେ । ଅବସରପ୍ରାପ୍ତ ଶିକ୍ଷକ ଓ କର୍ମଚାରୀମାନଙ୍କର ଦୀର୍ଘ ଶିକ୍ଷାଦାନ ଓ ସେବାଜୀବନକୁ ସମ୍ମାନ ଜଣାଇବା ମଧ୍ୟ ଏହି ଆୟୋଜନର ଅନ୍ୟତମ ଲକ୍ଷ୍ୟ ବୋଲି ସଂଘ ପକ୍ଷରୁ କୁହାଯାଇଛି।
  ଏହି ଅବସରରେ ସଂଘର ସଦସ୍ୟ, ଅବସରପ୍ରାପ୍ତ ଶିକ୍ଷକ-କର୍ମଚାରୀ, ଶିକ୍ଷାବିତ୍‌, ସାମାଜିକ କର୍ମୀ ଓ ସ୍ଥାନୀୟ ଜନସାଧାରଣଙ୍କୁ ଉତ୍ସବରେ ଯୋଗଦେଇ କାର୍ଯ୍ୟକ୍ରମକୁ ସଫଳ କରିବାକୁ ଆୟୋଜକମାନେ ନିବେଦନ କରିଛନ୍ତି। ଏପରି ଆୟୋଜନ ମାଧ୍ୟମରେ ସଂଘର ଏକତା ଓ ସାଙ୍ଗଠନିକ ଭିତ୍ତି ଆହୁରି ସୁଦୃଢ଼ ହେବା ସହ ଅବସରପ୍ରାପ୍ତ ଶିକ୍ଷକ ଓ କର୍ମଚାରୀମାନଙ୍କ ମଧ୍ୟରେ ଭାଇଚାରା ଓ ସହଯୋଗର ଭାବନା ବୃଦ୍ଧି ପାଇବ ବୋଲି ସଂଘ ଆଶା ପ୍ରକାଶ କରିଛି। ସଂଘର ସଭାପତି ନିଶିକାନ୍ତ ମହାପାତ୍ର, କାର୍ଯ୍ୟକାରୀ ସଭାପତି ନୃସିଂହ ଚରଣ ଜେନା ଓ ସମ୍ପାଦକ ଅଜୟ କୁମାର ପଣ୍ଡା ସଭା ପରିଚାଳନା କରିଥିଲେ । ମୁଖ୍ୟ ଉପଦେଷ୍ଟା ପଣ୍ଡିତ ଅକ୍ଷୟ କୁମାର ଦାଶ ବେଦପାଠ କରିଥିବା ବେଳେ ଅରୁଣ କୁମାର ପରିଡା ନେତୃତ୍ୱରେ କାର୍ଯ୍ୟକ୍ରମ ପରିଚାଳନା କରାଯାଇଥିଲା।

Live Share Market

जवाब जरूर दे 

आप अपने सहर के वर्तमान बिधायक के कार्यों से कितना संतुष्ट है ?

View Results

Loading ... Loading ...

Related Articles

Back to top button
.
Website Design By Bootalpha.com +91 84482 65129
.
Close