ନୂଆ ଦିଲ୍ଲୀରେ ୭୭ତମ ଗଣତନ୍ତ୍ର ଦିବସ ପରେଡ୍ରେ ଅଂଶଗ୍ରହଣ କରିଥିବା ଓଡ଼ିଶା ଏନ୍ସିସି ଦଳ ସହିତ ଭାବ ବିନିମୟ କଲେ ରାଜ୍ୟପାଳ, ଦେଶ ନିର୍ମାଣରେ ଯୁବବର୍ଗଙ୍କ ଭୂମିକା ଗୁରୁତ୍ୱପୂର୍ଣ୍ଣ: ରାଜ୍ୟପାଳ

କଟକ,(ବିଭୂତି ଭୂଷଣ ଜେନାଙ୍କ ଠାରୁ): ବିକଶିତ ଭାରତ ଅଭିମୁଖେ ଭାରତର ଯାତ୍ରା କେବଳ ନୀତି ଓ ଯୋଜନା ଉପରେ ନିର୍ଭର କରେ ନାହିଁ, ବରଂ ଏହା ଦେଶର ଯୁବବର୍ଗଙ୍କ ଚରିତ୍ର, ଦକ୍ଷତା ଏବଂ ପ୍ରତିବଦ୍ଧତା ଉପରେ ନିର୍ଭର କରେ। ଏହି ପରିପ୍ରେକ୍ଷୀରେ ଦେଶ ନିର୍ମାଣରେ ଯୁବବର୍ଗଙ୍କ ଭୂମିକା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ବୋଲି ରାଜ୍ୟପାଳ ଡ଼ ହରି ବାବୁ କମ୍ଭମପାଟି କହିଛନ୍ତି ଓ ନୂଆ ଦିଲ୍ଲୀ ଠାରେ ୭୭ତମ ଗଣତନ୍ତ୍ର ଦିବସ ପରେଡ୍ରେ ଅଂଶଗ୍ରହଣ କରିଥିବା ଓଡ଼ିଶା ଜାତୀୟ କ୍ୟାଡେଟ୍ କର୍ପ୍ସ (ଏନ୍ସିସି) ଦଳ ସହିତ ଶନିବାର ଦିନ ଲୋକ ଭବନର ନ୍ୟୁ ଅଭିଷେକ ହଲ୍ରେ ଅନୁଷ୍ଠିତ ହୋଇଥିବା \’ଆଟ-ହୋମ୍\’ ରେ ଯୋଗ ଦେଇ କ୍ୟାଡେଟମାନଙ୍କ ସହିତ ଭାବବିନିମୟ କରିବା  ଅବସରରେ ରାଜ୍ୟପାଳ ଏହା କହିଛନ୍ତି । ଏହି କାର‌୍ୟ୍ୟକ୍ରମରେ ଉତ୍ସାହୀ ଓ ଶୃଙ୍ଖଳାବଦ୍ଧ ଏନ୍ସିସି କ୍ୟାଡେଟ୍ମାନଙ୍କୁ ସ୍ୱାଗତ କରି ରାଜ୍ୟପାଳ କହିଥିଲେ ଯେ, ଏହି ଅବସର ଦେଶପ୍ରେମ, ଐକ୍ୟ ଏବଂ ଯୁବ ସଂକଳ୍ପର ପ୍ରତୀକ। ସେମାନେ କେବଳ କ୍ୟାଡେଟ୍ ନୁହନ୍ତି ବରଂ ଭାରତର ଗୌରବର ଆଲୋକବର୍ତ୍ତିକା ଏବଂ ଆମ ଦେଶର ଭବିଷ୍ୟତର ଜୀବନ୍ତ ପ୍ରତିଶୃତି। ଗଣତନ୍ତ୍ର ଦିବସ ପରେଡ୍ରେ ସେମାନଙ୍କ ଅଂଶଗ୍ରହଣକୁ ଉଲ୍ଲେଖ କରି ରାଜ୍ୟପାଳ କହିଥିଲେ ଯେ ଏହା କ୍ୟାଡେଟ୍ମାନଙ୍କର ନିଷ୍ଠା, ଶିଷ୍ଟାଚାର ଏବଂ ଜାତୀୟ ସେବା ପ୍ରତି ପ୍ରତିବଦ୍ଧତାର ପ୍ରତୀକ। ସେମାନଙ୍କର ସୁନ୍ଦର ପରିଧାନ, ନିର୍ଭୁଲ ଡ୍ରିଲ୍ ଏବଂ ଅଦମ୍ୟ ଉତ୍ସାହ କେବଳ ବ୍ୟକ୍ତିଗତ ଉତ୍କର୍ଷତା ନୁହେଁ, ବରଂ ଏନ୍ସିସିର ଚିରସ୍ଥାୟୀ ମୂଲ୍ୟବୋଧକୁ ପ୍ରଦର୍ଶନ କରିଥିଲା। ସେମାନେ ପ୍ରମାଣ କରିଛନ୍ତି ଯେ ଶୃଙ୍ଖଳାବଦ୍ଧ ଯୁବବର୍ଗ ଏକ ନିର୍ଦ୍ଦିଷ୍ଟ ଉଦ୍ଦେଶ୍ୟରେ ଏକତ୍ରିତ ହୋଇ ଦେଶ ପାଇଁ କଣ ହାସଲ କରିପାରିବେ। ଏନ୍ସିସିର ନୀତିବାକ୍ୟ ‘ଐକ୍ୟ ଏବଂ ଶିଷ୍ଟାଚାର’କୁ ଉଲ୍ଲେଖ କରି ରାଜ୍ୟପାଳ କହିଥିଲେ ଯେ ଏହି ନୀତିଗୁଡ଼ିକ ଆଜୀବନ ପଥପ୍ରଦର୍ଶକ ଭାବରେ କାମ କରେ। ଏନ୍ସିସି ତାଲିମ କ୍ୟାମ୍ପ ଓ ପରେଡ୍ ରେ ସୀମିତ ନ ରହି ଏହା ଚରିତ୍ର ଗଠନ, ନେତୃତ୍ୱକୁ ସୁଦୃଢ କରିବା ଏବଂ ସମାଜ ପ୍ରତି ଗଭୀର ଦାୟିତ୍ୱବୋଧ ସୃଷ୍ଟି କରେ ବୋଲି ରାଜ୍ୟପାଳ ଅବତାରଣା କରିଥିଲେ । ସତ୍ୟନିଷ୍ଠାର ସହ ନେତୃତ୍ୱ ନେବା, କରୁଣା ମନୋଭାବ ନେଇ ସେବା କରିବା ଏବଂ ନୀତିବାନ ନାଗରିକଙ୍କୁ ଗଢ଼ି ତୋଳିବା ହେଉଛି ଏନ୍ସିସିର ପ୍ରକୃତ ସଫଳତା ବୋଲି ରାଜ୍ୟପାଳ କହିଥିଲେ । ଦ୍ରୁତ ପ୍ରଯୁକ୍ତିବିଦ୍ୟା ଓ ସାମାଜିକ ପରିବର୍ତ୍ତନ ମଧ୍ୟରେ ଯୁବବର୍ଗ ଚିନ୍ତାଧାରାରେ ସଚେତନ ରହିବାକୁ ଏବଂ ମୂଲ୍ୟବୋଧରେ ଦୃଢ଼ ରହିବାକୁ ରାଜ୍ୟପାଳ ଆହ୍ୱାନ ଦେଇଥିଲେ। ଏହି ଯାତ୍ରାରେ ସେମାନେ କେବଳ ଦର୍ଶକ ନୁହନ୍ତି ବରଂ ଏହାର ରୂପକାର ଓ ଆତ୍ମନିର୍ଭର ଭାରତର ଦୃଷ୍ଟିକୋଣ ଆତ୍ମବିଶ୍ୱାସ ଏବଂ ନୈତିକ ଆଚରଣରୁ ଆରମ୍ଭ ହୁଏ ବୋଲି ରାଜ୍ୟପାଳ କହିଥିଲେ। ଏହି ଅବସରରେ ରାଜ୍ୟପାଳ ଏନ୍ସିସି କ୍ୟାଡେଟ୍ମାନଙ୍କ ସହିତ ଭାବ ବିନିମୟ କରିଥିଲେ ଏବଂ ସେମାନଙ୍କର ଆକାଂକ୍ଷା ଯଥା ପ୍ରତିରକ୍ଷା ସେବାରେ ଯୋଗଦାନ, ସରକାରୀ ଚାକିରି ଏବଂ ଉଚ୍ଚଶିକ୍ଷା ବିଷୟରେ ପଚାରି ବୁଝିଥିଲେ। କ୍ୟାଡେଟ୍ମାନେ ସକ୍ରିୟଭାବେ ଏହି ଆଲୋଚନାରେ ଅଂଶଗ୍ରହଣ କରିଥିଲେ। ଏହି ଅବସରରେ ଓଡ଼ିଶା ଏନ୍ସିସି ନିର୍ଦ୍ଦେଶାଳୟର ଉପ ନିର୍ଦ୍ଦେଶକ କମୋଡୋର ବିକ୍ରମ ସିଂ ମଧ୍ୟ ବକ୍ତବ୍ୟ ପ୍ରଦାନ କରିଥିଲେ । କ୍ରୀଡ଼ା ଓ ଯୁବ ସେବା ବିଭାଗର କମିଶନର-ତଥା-ଶାସନ ସଚିବ ଶ୍ରୀ ସଚିନ ରାମଚନ୍ଦ୍ର ଜାଧଵ ମଧ୍ୟ ଏହି କାର‌୍ୟ୍ୟକ୍ରମରେ ଉପସ୍ଥିତ ଥିଲେ। ଏହି ଅବସରରେ ସାଂସ୍କୃତିକ କାର‌୍ୟ୍ୟକ୍ରମ ମଧ୍ୟ ପରିବେଷଣ କରାଯାଇଥିଲା।

 

Live Share Market

जवाब जरूर दे 

आप अपने सहर के वर्तमान बिधायक के कार्यों से कितना संतुष्ट है ?

View Results

Loading ... Loading ...

Related Articles

Back to top button
.
Website Design By Bootalpha.com +91 84482 65129
.
Close