ଯାଜପୁର ଜିଲ୍ଲାରେ ଶିଶୁ ଶ୍ରମିକ ନିୟୋଜନ ଉପରେ ଜିଲ୍ଲା ଶ୍ରମ ବିଭାଗର କଡ଼ା ଆଭିମୁଖ୍ୟ; ବିଞ୍ଝାରପୁୁର ଓ କୋରେଇରୁ ଶିଶୁ ଶ୍ରମିକ ଉଦ୍ଧାର

ଯାଜପୁର,(ଉ. ନ୍ୟୁଜ୍ ବ୍ୟୁରୋ): ଯାଜପୁର ଜିଲ୍ଲାରେ ଶିଶୁ ଶ୍ରମିକ ସଂଖ୍ୟା ଶୂନ କରିବା ଲକ୍ଷ୍ୟ ନେଇ ବିଭିନ୍ନ କାର୍ଯ୍ୟନୁଷ୍ଠାନ ଗ୍ରହଣ କରି ଚାଲିଛି ଜିଲ୍ଲା ପ୍ରଶାସନ ଓ ଶ୍ରମ ବିଭାଗ । ଯାଜପୁରରୋଡ଼ ଠାରେ ଅବସ୍ଥିତ ଯୁଗ୍ମ ଶ୍ରମ ଆୟୁକ୍ତଙ୍କ କାର୍ଯ୍ୟାଳୟ ପକ୍ଷରୁ ବିଭିନ୍ନ ଜନସଚେତନାଧର୍ମୀ କାଯ୍ୟକ୍ରମ ସହ ସ୍କ୍ୱାର୍ଡ଼ ଗଠନ କରାଯାଇ ଜିଲ୍ଲାର ବିଭିନ୍ନ ସ୍ଥାନରେ ଶ୍ରମ ବିଭାଗ ଓ ଜିଲ୍ଲା ପ୍ରଶାସନ ପକ୍ଷରୁ ମିଳିତ ଚଢ଼ଉ ଚାଲିଛି । ଏହି କ୍ରମରେ ବିଞ୍ଝାରପୁର ବ୍ଲକର ଏକ ହୋଟେଲରେ କାର୍ଯ୍ୟରତ ଜଣେ ଶିଶୁ ଶ୍ରମିକଙ୍କୁ ଏନ୍‌ଫୋର୍ସମେଂଟ ସ୍କାର୍ଡ଼ ଉଦ୍ଧାର କରିଛି । ଉଦ୍ଧାର ଶିଶୁଙ୍କୁ ଆବଶ୍ୟକୀୟ ପୁନର୍ବାସ ଓ ପରବର୍ତୀ ଆଇନଗତ ପ୍ରକ୍ରିୟା ନିମନ୍ତେ ଯାଜପୁର ଶିଶୁ ମଙ୍ଗଳ କମିଟିରେ ଉପସ୍ଥାପନ କରାଯାଇଛି । ଯାଜପୁର ଜିଲ୍ଲାରେ ଚାଲିଥିବା ୪୪ ଦିନିଆ ରାଜ୍ୟବ୍ୟାପୀ ଶିଶୁ ଶ୍ରମମୁକ୍ତ ଜିଲ୍ଲା ଅଭିଯାନର ଅଂଶସ୍ୱରୂପ ଜିଲ୍ଲା ଶ୍ରମ ଅଧିକାରୀ ତଥା ଏନ୍‌ଫୋର୍ସମେଂଟ ଟିମ ମୁଖ୍ୟ ଦିପ୍ତୀରଂଜନ ସାହୁଙ୍କ ନିର୍ଦ୍ଦେଶକ୍ରମେ ବିଞ୍ଝାରପୁର ବ୍ଳକର ବିଭିନ୍ନ ପ୍ରତିଷ୍ଠାନରେ ଚଢ଼ଉ ଓ ଯାଂଚ କରାଯାଇଥିଲା । ଏହି ଅଭିଯାନରେ ସହକାରୀ ଶ୍ରମ ଅଧିକାରୀଣି ଶତରୂପା ସାହୁଙ୍କ ସହିତ ସ୍ୱେଚ୍ଛାସେବୀ ସଂଗଠନର ପ୍ରତିନିଧି ଅରୁଣା ଦାସ ଓ ଚକ୍ରଧର ପଣ୍ଡା, ପୋଲିସ ଅଧିକାରୀ ଏଏସ୍‌ଆଇ ଜଳଧର ସାହୁ ଓ ଏଏସ୍‌ଆଇ ସୁଶ୍ରୀ ପୁଷ୍ପାଂଜଳୀ ବିଶ୍ୱାଳଙ୍କ ସମେତ ଜିଲ୍ଲାସ୍ତରୀୟ ଟାସ୍କ ଫୋର୍ସର ଅନ୍ୟ ସଦସ୍ୟ ପ୍ରମୁଖ ସାମିଲ ହୋଇଥିଲେ । ଶିଶୁମାନଙ୍କ ନିଯୁକ୍ତିଦାତାଙ୍କ ବିରୋଧରେ ଶ୍ରମ ବିଭାଗ ପକ୍ଷରୁ ଆବଶ୍ୟକ ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଶ୍ରମ ଅଧିକାରୀଣି ସୁଶ୍ରୀ ସାହୁ ସୂଚନା ଦେଇଛନ୍ତି । ଏହି ଚଢ଼ାଉର ନେତୃତ୍ୱ ସହକାରୀ ଶ୍ରମ ଅଧିକାରୀ ସୁଶ୍ରୀ ସତରୂପା ସାହୁ ନେଇଥିଲେ। ଚଢ଼ାଉ ସମୟରେ ବୁଞ୍ଝାରପୁର ବଜାର ଅଞ୍ଚଳରେ ଥିବା ପ୍ରାୟ ୨୫ଟି ଦୋକାନ ଓ ବିଭିନ୍ନ ବ୍ୟବସାୟିକ ପ୍ରତିଷ୍ଠାନ ଯାଞ୍ଚ କରାଯାଇଥିଲା। ଏହି ଯାଞ୍ଚ ସମୟରେ ଜଣେ ଶିଶୁଙ୍କୁ ଶ୍ରମିକ ଭାବେ ନିୟୋଜିତ କରାଯାଇଥିବା ଚିହ୍ନଟ ହେବା ପରେ ତାଙ୍କୁ ଉଦ୍ଧାର କରାଯାଇଥିଲା। ଚଢ଼ାଉ ସହିତ ବଜାର ଅଞ୍ଚଳର ବିଭିନ୍ନ ଦୋକାନୀ, ବ୍ୟବସାୟୀ ଓ ସାଧାରଣ ଲୋକଙ୍କୁ ଶିଶୁ ଶ୍ରମ ନିରାକରଣ ସମ୍ପର୍କରେ ସଚେତନ କରାଯାଇଥିଲା। ଶିଶୁମାନଙ୍କୁ ଶ୍ରମରେ ନିୟୋଜିତ ନ କରି ସେମାନଙ୍କୁ ଶିକ୍ଷା, ସୁରକ୍ଷା ଓ ଉପଯୁକ୍ତ ବିକାଶର ସୁଯୋଗ ଦେବାକୁ ବ୍ୟବସାୟୀମାନଙ୍କୁ ପରାମର୍ଶ ଦିଆଯାଇଥିଲା।

        ଏଥିସହ, କୋରେଇ ବ୍ଲକର ପାଣିକୋଇଲି ବଜାର ଅଂଚଳରେ ଶିଶୁ ଶ୍ରମିକ ଚିହ୍ନଟ କରି ସେମାନଙ୍କୁ ଉଦ୍ଧାର ନିମନ୍ତେ ଜିଲ୍ଲାସ୍ତରୀୟ ଟାସ୍କଫୋର୍ସ ପକ୍ଷରୁ ଚଢ଼ଉ କରାଯାଇଥିଲା । କୋରେଇ ସରକାରୀ ଶ୍ରମ ଅଧିକାରୀ ଅଭିଜିତ ଜୟପ୍ରକାଶ ପ୍ରଧାନଙ୍କ ନେତୃତ୍ୱରେ ପ୍ରାୟ ୩୦ଟି ଦୋକାନ ଓ ବ୍ୟବସାୟ ପ୍ରତିଷ୍ଠାନ ଉପରେ ଚଢ଼ଉ କରାଯାଇଥିଲା । ଯାଂଚ ସମୟରେ ଦୁଇ ଜଣ ଶିଶୁ ଶ୍ରମିକଙ୍କୁ ଉଦ୍ଧାର କରି ଥାନାକୁ ନିଆଯାଇଥିଲା । ଉଦ୍ଧାର ପାଇଥିବା ଶିଶୁଙ୍କ ବୟାନ ରେକର୍ଡ଼ କରାଯିବା ସହ ସେମାନଙ୍କୁ ପରବର୍ତୀ ଯତ୍ନ, ସୁରକ୍ଷା ଆବଶ୍ୟକୀୟ ପଦକ୍ଷେପ ନିମନ୍ତେ ଯାଜପୁର ଜିଲ୍ଲା ଶିଶୁ ମଙ୍ଗଳ ସମିତି ନିକଟରେ ଉପସ୍ଥାପନ କରାଯାଇଥିଲା । ଜିଲ୍ଲା ‘ଚାଇଲ୍ଡ ଲାଇନ’ ପ୍ରତିନିଧିଙ୍କ ସହ ଶିଶୁ ସୁରକ୍ଷା ଓ ଅଧିକାର କ୍ଷେତ୍ରରେ କାର୍ଯ୍ୟରତ ସ୍ୱେଚ୍ଛାସେବୀ ସଂଗଠନ ରୁଚିକା ଏବଂ ଆପ୍ସାୟାର ପ୍ରତିନିଧି ମଧ୍ୟ ଏହି ଚଢ଼ଉରେ ସାମିଲ ହୋଇଥିଲେ ।
ସୂଚନାଯୋଗ୍ୟ, ରାଜ୍ୟ ସରକାରଙ୍କ ଶ୍ରମ ଓ କର୍ମଚାରୀ ବିଭାଗ ପକ୍ଷରୁ ରାଜ୍ୟ ବ୍ୟାପୀ ଆରମ୍ଭ କରାଯାଇଥିବା ୪୪ ଦିନିଆ ଶିଶୁ ଶ୍ରମ ମୁକ୍ତ ଗ୍ରାମ ପଂଚାୟତ ଅଭିଯାନ ଗତ ୦୨ ଅକ୍ଟୋବର ଗାନ୍ଧୀ ଜୟନ୍ତୀରୁ ଆରମ୍ଭ ହୋଇ ଆସନ୍ତା ୧୪ ନଭେମ୍ବର ପର୍ଯ୍ୟନ୍ତ ପାଳନ କରାଯାଉଛି । ଏହି ଅଭିଯାନକୁ ସଫଳ କରିବା ପାଇଁ ଯୁଗ୍ମ ଶ୍ରମ ଆୟୁକ୍ତ ଶିବ ଶଙ୍କର ମିଶ୍ର, ପ୍ରଭାଗୀୟ ଆୟୁକ୍ତ ସତ୍ୟନାରାୟଣ ଆଚାର୍ଯ୍ୟ, ଜିଲ୍ଲା ଶ୍ରମ ଅଧିକାରୀ ଦିପ୍ତୀରଂଜନ ସାହୁ ଓ ସୁଧିର କୁମାର ସାହୁ, ସହକାରୀ ଶ୍ରମ ଅଧିକାରୀ ଅଭିଜିତ ଜୟପ୍ରକାଶ ପ୍ରଧାନ, ସୈାମ୍ୟସୁନ୍ଦର ରାଉତରାୟ, ଶତରୂପା ସାହୁ, ସୈାମ୍ୟରଂଜନ ବେହେରା, ସ୍ମୃତିରଂଜନ ପଣ୍ଡା, ଶତାଦ୍ଦୀକା ନାୟକ ପ୍ରମୁଖ ଅଂଟା ଭିଡିଛନ୍ତି ।

Live Share Market

जवाब जरूर दे 

आप अपने सहर के वर्तमान बिधायक के कार्यों से कितना संतुष्ट है ?

View Results

Loading ... Loading ...

Related Articles

Back to top button
.
Website Design By Bootalpha.com +91 84482 65129
.
Close