ଅକ୍ଷୟ ତୃତୀୟା

ଅକ୍ଷୟ ତୃତୀୟାର ପବିତ୍ର ପ୍ରଭାତେ,
ଶ୍ରୀ ଜଗନ୍ନାଥଙ୍କ କୃପା ବରଷୁ ଜୀବନେ
ନୂତନ ସ୍ୱପ୍ନର ଆରମ୍ଭ ହେଉ ଆଜି,
ଭକ୍ତିର ଆଲୋକେ ମନ ହେଉ ସାଜି।

 

 

ନୀଳାଚଳର ନାଥ ଦେଉଛନ୍ତି ଡାକ,
“କର୍ମ କର ନିଷ୍ଠାରେ, ନ କରି ଭୟ
ଚକାନୟନେ ତାଙ୍କ ସଭିଏଁ ସମାନ,
ସେଇ ଶିକ୍ଷାରେ ହେଉ ଜୀବନ ମହାନ।

 

 

ସେବାରେ ତାଙ୍କ ଆସୁ ମନ ପ୍ରାଣ
କୃପାସିନ୍ଧୁ ଦିଅନ୍ତୁ ଶକ୍ତି ଅସୀମ,
ଶ୍ରମ ହେଉ ପୂଜା, କର୍ମ ହେଉ ଧ୍ୟାନ,
ରହିବ ଦେଶ ଜାତି ଗଉରବ ଅକ୍ଷୂର୍ଣ୍ଣ ।

 

 

ଅକ୍ଷୟ ହେଉ ତୁମ ଶ୍ରମର ଫଳ,
ମହାପ୍ରଭୁଙ୍କ ନାମେ ହେଉ ସବୁ ସଫଳ,
ଭକ୍ତି ଓ ପରିଶ୍ରମ ଜୀବନେ ଦୁଇଟି ପାଖ,
ଆଙ୍କିଲେ ଖୋଲିବ ସଫଳତାର ଦ୍ୱାର

 

 

ଏହି ପବିତ୍ର ଦିନରେ ନିଅ ଏ ଶପଥ,
“କର୍ମେ ଭକ୍ତି, ଭକ୍ତିରେ ଶକ୍ତି” ସତ୍ୟ ମତ,
ଶ୍ରୀଜଗନ୍ନାଥଙ୍କ କୃପା ବରଷୁ ସଦା,
ଜୀବନ ହେଉ ଅକ୍ଷୟ ଆନନ୍ଦର ଧାରା।
“ବିଭୁ ରଂଜନ ସାହୁ ।

Live Share Market

जवाब जरूर दे 

आप अपने सहर के वर्तमान बिधायक के कार्यों से कितना संतुष्ट है ?

View Results

Loading ... Loading ...

Related Articles

Back to top button
.
Website Design By Bootalpha.com +91 84482 65129
.
Close