‘ଉଦୟବଟ’ କାର୍ଯ୍ୟାଳୟରେ ଗଣେଷ ଓ ବିଶ୍ୱକର୍ମାଙ୍କ ପୂଜା, କୀର୍ତ୍ତନ, ଭଜନ ସନ୍ଧ୍ୟା ଓ ‘ଉଦୟବଟ ଇ-ନ୍ୟୁଜ୍‌’ର ବାର୍ଷିକୋତ୍ସବ

ବ୍ୟାସନଗର, ୨୨/୦୯(ବସନ୍ତ କୁମାର ପାତ୍ରଙ୍କ ଠାରୁ): ଯାଜପୁର ଜିଲ୍ଲାର କ୍ରୋମନଗରୀ ବ୍ୟାସନଗର ସହରରେ ଚଳିତ ବର୍ଷ ୧୦୦ଟିରୁ ଉର୍ଦ୍ଧ ସ୍ଥାନରେ ଅଗ୍ରଦେବ ଗଜାନନ ପୂଜା ପାଉଥିବା ବେଳେ ଏହି ଶିଳ୍ପ ବାଣିଜ୍ୟ ସହରରେ ବିଶ୍ୱକର୍ମାଙ୍କ ପୂଜା ମଧ୍ୟ ଅନୁଷ୍ଠିତ ହୋଇଯାଇଛି । ଏହି ଅବସରରେ ପୈାର ପରିଷଦର ଫେରୋକ୍ରୋମ କାରଖାନା କଲୋନି ଗେଟ୍ ନିକଟସ୍ଥ ‘ଦୁର୍ଲ୍ଲଭ କଳା ପରିଷଦ’ ମଣ୍ଡପରେ ପ୍ରଭୂ ଗଣେଷ ପୂଜା ପାଉଛନ୍ତି । ତା ୧୪/୦୯ ରିଖ ସୋମବାର ପୂଜା ପଣ୍ଡିତ୍ ଦୀପକ ରଂଜନ ପାଣିଗ୍ରାହୀ ଓ ବରିଷ୍ଠ ଶିକ୍ଷକ ବିଦ୍ୟାସାଗର ନାଥ ତିୱାରୀଙ୍କ ମାର୍ଫତରେ ଯଥାବିଧି ମତେ ଅନୁଷ୍ଠିତ ହୋଇଥିବା ବେଳେ ଏଥିରେ କଳିଙ୍ଗ କେଶରୀ ରାଉତ କର୍ତ୍ତା ରୂପେ ପୂଜା ସଂଯୋଜନା କରିଥିଲେ । ମଧ୍ୟାହ୍ନରେ ପ୍ରସାଦ ସେବନ ଅନୁଷ୍ଠିତ ହୋଇଥିଲା । ଏହାର ପର ଦିନ ମଂଗଳବାର ସନ୍ଧ୍ୟାରେ କୀର୍ତ୍ତନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ତା ୧୭/୦୯/୨୦୨୬ ରିଖ ଗୁରୁବାର ପ୍ରଭୂ ବିଶ୍ୱକର୍ମାଙ୍କ ପୂଜା ଅନୁଷ୍ଠିତ ହୋଇଥିଲା । ପଣ୍ଡିତ୍ ବିଦ୍ୟାସାଗର ନାଥ ତିୱାରୀଙ୍କ ମାର୍ଫତରେ ଯଥାବିଧି ମତେ ଅନୁଷ୍ଠିତ ହୋଇଥିବା ବେଳେ ଏଥିରେ କଳିଙ୍ଗ କେଶରୀ ରାଉତ କର୍ତ୍ତା ଭାବେ ବସିଥିଲେ । ସୋମବାର ତା ୨୧/୦୯/୨୦୨୬ ରିଖ ସୋମବାର ସନ୍ଧ୍ୟାରେ ଏହି ମଣ୍ଡପରେ ‘ଦୁର୍ଲ୍ଲଭ କଳା ପରିଷଦ’ ତରଫରୁ ଭଜନ ସନ୍ଧ୍ୟା ଅନୁଷ୍ଠିତ ହୋଇଥିଲା । ଏଥିରେ ଶିକ୍ଷକ ଅଭୟ କୁମାର ସ୍ୱାଇଁ, ରବୀନ୍ଦ୍ର କୁମାର ଦାଶ, ବସନ୍ତ କୁମାର ପାତ୍ର, ଦୀପକ ରଂଜନ ପାଣିଗ୍ରାହୀ, ଅରୁଣ କୁମାର ଦାସ, ପ୍ରଦୀପ ସାମନ୍ତରାୟ, ସାଇସ୍ୱରୂପ ଦାଶ, ଦୁଷ୍ମନ୍ତ କୁମାର ରାଉତ, ସାବିତ୍ରୀ ସାହୁ ପ୍ରମୁଖ କଣ୍ଠଦାନ କରିଥିବା ବେଳେ ମୁଖ୍ୟ ଆକର୍ଷଣ ଥିଲେ ଯାଜପୁର ଜିଲ୍ଲା ଶ୍ରମ ଅଧିକାରୀ ସୁଧିର କୁମାର ସାହୁ । ସେ ୦୨ଟି ସୁନ୍ଦର ଭକ୍ତି ସଂଗୀତ ଗାନ କରିଥିଲେ ।
ଏଥିସହ ‘ଉଦୟବଟ ଇ-ନ୍ୟୁଜ୍‌’୭ମ ବାର୍ଷିକୋତ୍ସବ ଏଠାରେ ଅନୁଷ୍ଠିତ ହୋଇଥିଲା । ଏଥିରେ ଉଦ୍‌ଘାଟକ ଭାବେ ବ୍ୟାସନଗରର ପୈାର ପରିଷଦର ପ୍ରାକ୍ତନ ଅଧ୍ୟକ୍ଷ, ବରିଷ୍ଠ ରାଜନେତା ତଥା ଯାଜପୁର ଜିଲ୍ଲା କ୍ରାଡ଼ା ସଂସଦର କାର୍ଯ୍ୟକାରୀ ସଭାପତି ରସାନନ୍ଦ ମହାନ୍ତି ଉଦ୍‌ଘାଟକ ଭାବେ, ଯାଜପୁର ଜିଲ୍ଲା ଶ୍ରମ ଅଧିକାରୀ ସୁଧିର କୁମାର ସାହୁ ମୁଖ୍ୟ ଅତିଥି, ଝାଡ଼େଶ୍ୱର ମହାବିଦ୍ୟାଳୟର ଅଧ୍ୟକ୍ଷ ଡ଼ଃ. ଅକ୍ଷୟ କୁମାର ପଣ୍ଡା ମୁଖ୍ୟ ବକ୍ତା, ବିଶିଷ୍ଠ ସମାଜସେବୀ, ଶ୍ରମିକ ନେତା ଓ ବ୍ୟାସନଗର ବରିଷ୍ଠ ନାଗରିକ ମଂଚର ସାଧାରଣ ସଂପାଦକ ଚନ୍ଦ୍ରମଣି ସାମଲ ବିଶିଷ୍ଟ ଅତିଥି ଭାବେ, ଈନ୍ଦିରାଗାନ୍ଧୀ ମହାବିଦ୍ୟାଳୟର ଇଂରାଜୀ ବିଭାଗ ଅଧ୍ୟାପକ ସୁବାସ ଚନ୍ଦ୍ର ସ୍ୱାଇଁ ସମ୍ମାନିତ ଅତିଥି ଭାବେ ଯୋଗ ଦେଇ ସମ୍ବାଦ ପରିବେଷଣ ସହ ‘ଉଦୟବଟ ଇ-ନ୍ୟୁଜ୍‌’ ବର୍ଷତମାମ କରୁଥିବା ବିଭିନ୍ନ ଜନହିତକର ଓ ସାଂସ୍କୃତିକ କାର୍ଯ୍ୟକ୍ରମର ଭୂୟସୀ ପ୍ରଂଶସା କରିଥିଲେ । ଏହି ଅବସରରେ ବିଶିଷ୍ଠ କବି ଓ ଶିକ୍ଷାବିତ୍ ଡ଼ଃ. ରାଜୀବ ଲୋଚନ ରାଉତ, ଯୁବ ଉଦ୍ୟୋଗୀ ଭାଗ୍ୟଧର ମହାରଣା, ଯାଜପୁର ଜିଲ୍ଲା ଶ୍ରମ ଅଧିକାରୀ ତଥା କଣ୍ଠଶିଳ୍ପୀ ସୁଧିର କୁମାର ସାହୁ, ଯୁବସମାଜସେବୀ ସ୍ମୃତିରଂଜନ ପଣ୍ଡା, ପୂର୍ବତନ କାଉନସିଲର ତଥା ଯୁବସମାଜସେବୀ ମନୋଜ କୁମାର ପରିଡ଼ା, ମହିଳା ଉଦ୍ୟୋଗୀ ରଶ୍ମିତା ଲେଙ୍କା ପ୍ରମୁଖଙ୍କୁ ଉତ୍ତରୀୟ, ପୁଷ୍ପଗୁଚ୍ଛ ଓ ମାନପତ୍ର ଦେଇ ଅତିଥିମାନେ ସମ୍ବର୍ଦ୍ଧିତ କରିଥିଲେ । ‘ଉଦୟବଟ’ର କାର୍ଯ୍ୟନିର୍ବାହୀ ସଂପାଦିକା ବିଦ୍ୟୁତ୍‌ପ୍ରଭା ରାୟ ଧନ୍ୟବାଦ ଅର୍ପଣ କରିଥିଲେ । ଗତ ୧୪ ତାରିଖରୁ ଆରମ୍ଭ ହୋଇଥିବା ୦୨ଟି ପୂଜାର ଉପରୋକ୍ତ ୦୪ ଦିନର କାର୍ଯ୍ୟକ୍ରମରେ ବହୁବ୍ୟକ୍ତିବିଶେଷ ଯୋଗ ଦେଇଥିଲେ; ସେମାନଙ୍କ ମଧ୍ୟରେ ଥିଲେ-କଟକ ଜିଲ୍ଲା ସାଲେପୁର ଅଂଚଳର ଯୁବସମାଜସେବୀ ବିଭୂପ୍ରସାଦ ଲେଙ୍କା, ଶ୍ରମିକ ନେତା ପରମାନନ୍ଦ ସେଠୀ, ବରିଷ୍ଠ ସମାଜସେବୀ ରାମଚନ୍ଦ୍ର ବାରିକ, ଯୁବ ସମାଜସେବୀ ଅମରେଶ ମହାନ୍ତି, ଯୁବନେତା ପ୍ରଦୀପ କୁମାର ସାମଲ, ରାଜେଶ କୁମାର ଖୁଂଟିଆ, ସମୀର କୁମାର ମିଶ୍ର, ନାରୀ ନେତ୍ରୀ ଶ୍ୱେତା ରାୟ, ସାଇ ସେବା ସଂସ୍ଥାର ରାହାସ ବିହାରୀ ପଣ୍ଡିତ, ରାଜ୍ୟସ୍ତରୀୟ କବୟତ୍ରୀ ସୁମିତ୍ରା ମିଶ୍ର, ଭାସ୍ୱର ମୁଦୁଲି, ଶଶା ଦାସ, ଗୋପାଳ ପାତ୍ର, ଝାଟୁ ଦଳେଇ, ସୁମନ୍ତ ରାଉତ, ଶନ୍ତିଲତା ରାଉତ, ରୀତା ସାହାଣି, ସନାତନ ମଲ୍ଲିକ, କାହ୍ନୁଚରଣ ଜେନା, ହରଦୟାଲ ସିଂହ, ପ୍ରଫୁଲ୍ଲ ବାରିକ, ଯୁବ ନେତା ଅସିତ୍ ଦାସ, ଅନୂପ ଦାସ, ଚକ୍ରଧର ମଲ୍ଲିକ, ଲକ୍ଷ୍ମୀ ମହାରଣା, ପରମେଶ୍ୱର ବିଶ୍ୱାଳ, ଅଭିମନ୍ୟୁ ବିଶ୍ୱାଳ, ଓଏଫଡିସିର ଅବସରପ୍ରାପ୍ତ ଏସଡିଏମ ବିନୋଦ ବିହାରୀ ଜେନା, ମାନସୀ ପରିଡା, ଅମର ଦାସ, ଜ୍ୟୋତ୍ସାରାଣୀ ଦତ୍ତ, ରୁବି ପଣ୍ଡା, ମମତା ଦାଶ, ଗୋଲାପ ମଲ୍ଲିକ, ପିଙ୍କି ନାଥ, ଡଲି ବଳ, ଦମୟନ୍ତି ବଳ, ଇନ୍ଦୁମତି ନାୟକ, ଇନ୍ଦୁମତି ସାହୁ, ଭାରତୀ ବିଶ୍ୱାଳ, ଚିତ୍ତରଂଜନ କର, ସମୀର ପତି, ଅର୍ନ୍ତଯାମୀ ମଲ୍ଲିକ, ସନାତନ ପାତ୍ର, ସସ୍ମିତା ଦାଶ, ଲତାଞ୍ଜଳି ମହାରଣା, ରତିକାନ୍ତ ମହାନ୍ତି, ମିଟି ମହାରଣା, ରଂଜନ ଦେ, ଶ୍ରମିକ ନେତା ରାଧାକାନ୍ତ ସାମଲ, ଶିକ୍ଷାବିତ୍ ନୃସିଂହ ଚରଣ ବଳ, ବିଜୟଲକ୍ଷ୍ମୀ ପଣ୍ଡିତ, ଦୀପେଶ ଜେନା, ଆୟୁଷ୍ମାନ କରଣ, ଦେବ ମହାରଣା ପ୍ରମୁଖ । 

https://youtu.be/9c4oXgFBXI4

Live Share Market

जवाब जरूर दे 

आप अपने सहर के वर्तमान बिधायक के कार्यों से कितना संतुष्ट है ?

View Results

Loading ... Loading ...

Related Articles

Back to top button
.
Website Design By Bootalpha.com +91 84482 65129
.
Close