ବ୍ୟାସନଗର ସହରର ୨୬ଟି ଗଣ ସଂଗଠନ ଏକାଠି ପାଳିଲା ବର୍ଷିୟାନ ସମାଜସେବୀ ତଥା ଶ୍ରମିକ ନେତା ଚନ୍ଦ୍ରମଣି ସାମଲଙ୍କ ୭୭ତମ ଜନ୍ମଦିନ

ବ୍ୟାସନଗର,୧୭/୧୦(ଉ. ନ୍ୟୁଜ୍ ବ୍ୟୁରୋ): ବ୍ୟାସନଗର ସହରର ଆଗଧାଡ଼ିର ସମାଜସେବୀ, ବ୍ୟାସନଗର ବରିଷ୍ଠ ନାଗରିକ ମଂଚର ସଂପାଦକ, ବିଶିଷ୍ଠ ଶ୍ରମିକ ନେତା ତଥା ବିଦ୍ୟୁତ୍ ବିଭାଗର ଅବସରପ୍ରାପ୍ତ ପଦାଧିକାରୀ ଚନ୍ଦ୍ରମଣି ସାମଲଙ୍କ ୭୭ତମ ଜନ୍ମ ଦିବସ ଗତକାଲି ଶୁକ୍ରବାର ପୂର୍ବାହ୍ନରେ ମହାସମାରୋହରେ ଏକାଠି ପାଳନ କରିଛନ୍ତି ସହରର ୨୬ଟିରୁ ଅଧିକ ସଂଗଠନ । ସ୍ଥାନୀୟ ଚୋରଦା ସ୍ଥିତ ବରିଷ୍ଠ ନାଗରିକ ମଂଚ କାର୍ଯ୍ୟାଳୟରେ ଶ୍ରୀଯୁକ୍ତ ସାମଲଙ୍କ ଜନ୍ମଦିନ ପାଳନ କରିବା ସହିତ ତାଙ୍କୁ ଉତ୍ସସ୍ୱିତ ସମ୍ବର୍ଦ୍ଧନା ଜ୍ଞାପନ କରିବା ପାଇଁ ସମବେତ ହୋଇଥିଲେ ବହୁ ବ୍ୟକ୍ତିବିଶେଷ । ପୁଷ୍ପଗୁଚ୍ଛ, ଉତରୀୟ ଦେଇ ମିଷ୍ଟାନ ଖୁଆଇ ତାଙ୍କର ନିରାମୟ ଜୀବନ ଯାପନ କାମନା କରିଥିଲେ ସମସ୍ତେ । ସହରର ପ୍ରମୁଖ ଅନୁଷ୍ଠାନ, ପୂଜା କମିଟି ଆଦିର କାର୍ଯ୍ୟକର୍ତା ପ୍ରମୁଖ ଉପସ୍ଥିତ ଥିଲେ ଏହି ଅବସରରେ । ଏହି ଅବସରରେ ତାଙ୍କର ସମ୍ମାନାର୍ଥେ ଏକ ସଭାର ଆୟୋଜନ କରାଯାଇଥିଲା । ଏଥିରେ ଅଧ୍ୟକ୍ଷତା କରିଥିଲେ ମଂଚର ସଭାପତି ଡ଼ା. ନୃସିଂହ ଚରଣ ପରିଡ଼ା । ଏଥିରେ ପୂର୍ବତନ ମନ୍ତ୍ରୀ ଡ଼ଃ. ପ୍ରଫୁଲ୍ଲ ଚନ୍ଦ୍ର ଘଡାଇ ମୁଖ୍ୟ ଅତିଥି ଭାବେ, ପୂର୍ବତନ ବିଧାୟକ ତଥା ସାଂସଦ ରାମଚନ୍ଦ୍ର ଖୁଂଟିଆ ମୁଖ୍ୟ ବକ୍ତା ଭାବେ, ସମ୍ମାନିତ ଅତିଥି ଭାବେ ପୂବତନ ନଗରପାଳ ରସାନନ୍ଦ ମହାନ୍ତି ଓ ସବିତା ରାଉତ, ଅବସରପ୍ରାପ୍ତ ବନ ସହସରଂକ୍ଷକ ଅଚ୍ୟୁତାନନ୍ଦ ମହାନ୍ତି, ନୋଟାରୀ ପବ୍ଲିକ ଲୋକନାଥ ରାଉତ, ‘ଉଦୟବଟ’ର ସଂପାଦକ ଦୁଷ୍ମନ୍ତ କୁମାର ରାଉତ, ଶିକ୍ଷାବିତ୍ ଡ଼. ଦୁଷ୍ମନ୍ତ କୁମାର ନାୟକ, ଅଶ୍ୱିନୀ କୁମାର ଦାସ, ବରିଷ୍ଠ ସମାଜସେବୀ ତଥା ନାଗରିକ ମଂଚର ଉପ-ସଭାପତି ପ୍ରଫୁଲ୍ଲ କୁମାର ନାୟକ, ଶଙ୍ଖଚିଲା ବରିଷ୍ଠ ନାଗରିକ କମିଟି ସଭାପତି ଚକ୍ରଧର ସାହୁ, ‘ଉଦୟବଟ’ ପରିବାରର ଅରୂଣ କୁମାର ଦାସ, ପ୍ରଫୁଲ୍ଲ ବାରିକ, ସନାତନ ମଲ୍ଲିକ, ମଂଚର ବରିଷ୍ଠ ସଭ୍ୟ ଲମ୍ବୋଦର ମଲ୍ଲିକ, କଳିଙ୍ଗନଗର ଅବସରପ୍ରାପ୍ତ କର୍ମଚାରୀ ସଂଘର ସଂପାଦକ ଦାମୋଦର ପଣ୍ଡା, ପାଣିକୋଇଲି ବରିଷ୍ଠ ନାଗରିକ କମିଟି ସଂପାଦକ ସୁରେନ୍ଦ୍ର କୁମାର ରାୟ, ପଦ୍ମଲୋଚନ ମହାନ୍ତି ପ୍ରମୁଖ ଏହି କାର୍ଯ୍ୟକ୍ରମରେ ଯୋଗ ଦେଇ ଶ୍ରୀଯୁକ୍ତ ସାମଲଙ୍କ ସେବାମୂଳକ କାର୍ଯ୍ୟର ଭୂୟସୀ ପ୍ରଶଂସା କରିବା ସହ ତାଙ୍କର ଦୀର୍ଘ ଓ ନିରାମୟ ଜୀବନ କାମନା କରିଥିଲେ । ପୂର୍ବତନ ମନ୍ତ୍ରୀ ଶରତ କୁମାର ରାଉତ ଶ୍ରୀ ସାମଲଙ୍କୁ ତାଙ୍କ ଜନ୍ମ ଦିନର ଶୁଭେଚ୍ଛା ଜଣାଇଛନ୍ତି । ଶିକ୍ଷାବିତ୍ ଅଶ୍ୱିନୀ କୁମାର ଦାସ ଅତିଥି ପରିଚୟ ପ୍ରଦାନ କରିଥିଲେ । ଏହି ଅବସରରେ ମଂଚ କାର୍ଯ୍ୟାଳୟ ଠାରୁ ଏକ ସାଇକେଲ ଶୋଭାଯାତ୍ରା ବାହାରି ଗୋପବନ୍ଧୁ ଛକ ପର୍ଯ୍ୟନ୍ତ ଯାଇଥିଲା । ବୃକ୍ଷରୋପଣ କାର୍ଯ୍ୟକ୍ରମ ମଧ୍ୟ ଅନୁଷ୍ଠିତ ହୋଇଥିଲା । ଶ୍ରୀଯୁକ୍ତ ସାମଲ ତାଙ୍କ ଜନ୍ମ ଦିନରେ ୪୦ ଜଣ ଆଦିବାସୀ ମହିଳାଙ୍କୁ ଶାଢ଼ୀ ବଂଟନ କରିଥିଲେ । ଆଜିର ଏହି କାର୍ଯ୍ୟକ୍ରମରେ ସହରର ବିଭିନ୍ନ ସଂଗଠନ ଯଥା- ଚୋରଦା ନିତ୍ୟ ଯୋଗ କେନ୍ଦ୍ର, ବ୍ୟାସନଗର ବରିଷ୍ଠ ନାଗରିକ ମଂଚ, ବିରଜା ମନ୍ଦିର କମିଟି, ସମ୍ବାଦଭିତିକ ପତ୍ରିକା ‘ଉଦୟବଟ’, ଡିଜିଟାଲ ଚ୍ୟାନେଲ ‘ଉଦୟବଟ ଇ-ନ୍ୟୁଜ୍‌’, ମା’ ଧନକର ମନ୍ଦିର କମିଟି, ପାୱାରଏମ୍ପ୍ଲଇଜ୍ ୟୁନିୟନ, ଦୁର୍ଗା ମନ୍ଦିର କମିଟି, କାଳୀ ମେଲଣ ପଡ଼ିଆ, ଧବଳଗିରି ପଂଚମୁଖି ହନୁମାନ କମିଟି, ଚୋରଦା ଭିଲେଜ୍ କମିଟି, ନାଗରିକ କମିଟି, ‘ଦୁର୍ଲ୍ଲଭ କଳା ପରିଷଦ’, ମହାବୀର କମିଟି, କହ୍ନେଇପୁର, ଶହୀଦ୍ ଭଗତ ସିଂ ଯୁବକ ସଂଘ, ଉତ୍କଳ ଦିବସ ସମାରୋହ ସମିତି, ପୁସ୍ତକ ମେଳା କମିଟି, ରେଳ ଡିଭିଜନ କମିଟି, ଦୁଯ୍ରୋ୍ୟଧନ ରାଉତ ଫାଉଣ୍ଡେସନ କମିଟି, କପିଳେଶ୍ୱର କଲୋନି ଦୂର୍ଗା ପୂଜା କମିଟି, ସାପଗଡ଼ିଆ ଲକ୍ଷ୍ମୀନାରାୟଣ ମନ୍ଦିର କମିଟି, ଷ୍ଟାଡିୟମରୋଡ଼ କାଳୀ ପୂଜା କମିଟି ପ୍ରମୁଖ ଅଂଶଗ୍ରହଣ କରିଥିଲେ । ଏହି କାର୍ଯ୍ୟକ୍ରମରେ ଶ୍ରୀ ସାମଲଙ୍କ ବହୁ ଶୁଭେଚ୍ଛୁ, ସହଧର୍ମିଣୀ କମଲୀନି ସାମଲ, ପୁଅ ଟୁକୁ ସାମଲ, ନାତୁଣୀ, ବନ୍ଧୁ ଓ ପରିବାରବର୍ଗ ଉପସ୍ଥିତ ରହି ତାଙ୍କର ଜନ୍ମ ଦିନରେ ଭଲ କାମ କିଛି କରିବା ସହ ଖୁସି ମନାଇଥିଲେ ।

Live Share Market

जवाब जरूर दे 

आप अपने सहर के वर्तमान बिधायक के कार्यों से कितना संतुष्ट है ?

View Results

Loading ... Loading ...

Related Articles

Back to top button
.
Website Design By Bootalpha.com +91 84482 65129
.
Close