ପୂର୍ବତନ ବିଧାୟକ ଜର୍ଜ ତିର୍କିିଙ୍କ ଦେହାବସାନରେ ଟ୍ରେଡ୍ ୟୁନିଅନ୍ ନେତା ତଥା ‘ନବୀନ’ର ସମ୍ପାଦକ ରବି ରଥଙ୍କ ଶୋକ

ବ୍ରହ୍ମପୁର,୨୦/୯: ବିଶିଷ୍ଟ ଶ୍ରମିକ ତଥା ଆଦିବାସୀ ନେତା ଏବଂ ପୂର୍ବତନ ବିରମିତ୍ରପୁର ବିଧାୟକ ଜର୍ଜ ର୍ତିକିଙ୍କ ଦେହାବସାନରେ ଓଡ଼ିଆ ସାପ୍ତାହିକ ‘ନବୀନ’ର ସମ୍ପାଦକ ତଥା ଅଗ୍ରଣୀ ଟ୍ରେଡ୍ ୟୁନିଅନ୍ ନେତା ରବି ରଥ ଗଭୀର ଶୋକ ପ୍ରକାଶ କରିଛନ୍ତି । ଶ୍ରୀ ରଥ କହିଛନ୍ତି ଯେ, ତିର୍କି ସମତା କ୍ରାନ୍ତି ଦଳର ରାଜ୍ୟ ଅଧ୍ୟକ୍ଷ ଥିବାବେଳେ ୨୦୧୪ ମସିହା ସାଧାରଣ ନିର୍ବାଚନ ସମୟରେ, ତାଙ୍କ ସହ ଅତି ନିକଟତର ହୋଇ କାମ କରିବାର ଅବସର ମିଳିଥିଲା । ତାଙ୍କ ସରଳତା, ସଂଗ୍ରାମଶୀଳ ମନୋଭାବ ଏବଂ ଆଦିବାସୀ-ଶ୍ରମିକ ମୁଦ୍ଦା ପ୍ରତି ନିଷ୍ଠାକୁ ନିଜ ଆଖିରେ ଦେଖିଥିଲି । ଜର୍ଜ ତିର୍କିି ଓଡ଼ିଶା ପଶ୍ଚିମାଞ୍ଚଳର ଆଦିବାସୀ ଅଞ୍ଚଳରୁ ଆସିଥିବା ଏକ ସାହସୀ ଏବଂ ପ୍ରଗତିଶୀଳ ନେତା ଥିଲେ । ସେ ବିରମିତ୍ରପୁର ଆସନରୁ ଚାରିଥର ବିଧାୟକ ଭାବେ ନିର୍ବାଚିତ ହୋଇ ଆଦିବାସୀ, ଶ୍ରମିକ ଏବଂ ସାଧାରଣ ଜନତାଙ୍କ ପ୍ରସଙ୍ଗଗୁଡ଼ିକୁ ଜୋରଦାର ଭାବେ ବିଧାନସଭାରେ ଉଠାଇଥିଲେ । ତିର୍କିିଙ୍କ ସଂଗ୍ରାମ କେବଳ ରାଜନୀତିରେ ସୀମିତ ନଥିଲା ବରଂ ସେ ମାଟି, ଜମି, ଜଳ, ଜଙ୍ଗଲ, ଜୀବିକା, ଶ୍ରମିକ ଅଧିକାର ଓ ଆଦିବାସୀଙ୍କ ସମ୍ମାନ ପାଇଁ ସେ ସର୍ବଦା ଚେଷ୍ଟିତ ଥିଲେ । ତିିର୍କିି ଦଳମତ ନିର୍ବିିଶେଷରେ ନିଜର ଏକ ସ୍ୱତନ୍ତ୍ର ରାଜନୀତିକ ପରିଚୟ ସୃଷ୍ଟି କରିଥିଲେ ଏବଂ ପରବର୍ତ୍ତୀ ସମୟରେ ଭିନ୍ନ-ଭିନ୍ନ ଗଣନେତାଙ୍କ ସହିତ ମିଶି ଆଦିବାସୀ ଏବଂ ଶ୍ରମିକଙ୍କ ସ୍ୱରକୁ ରାଜ୍ୟସ୍ତରରେ ପହଞ୍ଚାଇଥିଲେ । ତିର୍କିଙ୍କ ଦୃଢ଼ ଭାବ, ନିଷ୍ଠା ଏବଂ ସାହସୀ ଉଚ୍ଚାରଣ, ତାଙ୍କୁ ଓଡ଼ିଶାର ରାଜନୀତିରେ ଏକ ‘ସଂଗ୍ରାମୀ ସ୍ୱର’ ଭାବେ ପରିଚୟ ପ୍ରଦାନ କରିଥିଲା । ଶ୍ରୀ ରଥ କହିଛନ୍ତି, ଜର୍ଜ ତିର୍କିିଙ୍କ ବିୟୋଗ କେବଳ ଗୋଟିଏ ନେତାଙ୍କ ଅନୁପସ୍ଥିତି ନୁହେଁ, ବରଂ ଏକ ଦୀର୍ଘକାଳୀନ ଆଦିବାସୀ-ଶ୍ରମିକ ଆନ୍ଦୋଳନରେ ଗଭୀର ଶୂନ୍ୟତା ସୃଷ୍ଟି କରିଛି । ତାଙ୍କ ସାହସ ଓ ଲକ୍ଷ୍ୟପ୍ରତି ଉତ୍ସର୍ଗୀକୃତ ସମର୍ପଣ ଆମ ସମସ୍ତଙ୍କ ପାଇଁ ଚିରସ୍ମରଣୀୟ ହୋଇ ରହିବ । ଏହି ଅବସରରେ ଶ୍ରୀ ରଥ ଦିବଙ୍ଗତଙ୍କ ପରିବାର ପ୍ରତି ଗଭୀର ସମବେଦନା ଜଣାଇ ଅମର ଆତ୍ମାର ଶାଶ୍ୱତ ଶାନ୍ତି ପାଇଁ ପ୍ରାର୍ଥନା କରିଛନ୍ତି ।

Live Share Market

जवाब जरूर दे 

आप अपने सहर के वर्तमान बिधायक के कार्यों से कितना संतुष्ट है ?

View Results

Loading ... Loading ...

Related Articles

Back to top button
.
Website Design By Bootalpha.com +91 84482 65129
.
Close