ଦାନଗଦୀ ବ୍ଲକ ଏନ୍‌.ପି.ଏସ୍ ଶିକ୍ଷକ ସଂଘର ପୁନର୍ଗଠନ

ଦାନଗଦୀ,୨୦/୦୮(ଉ. ନ୍ୟୁଜ୍ ବ୍ୟୁରୋ): ଗତକାଲି ବୁଦ୍ଧରାଜ ସରକାରୀ ବିଦ୍ୟାପୀଠ ଦାନଗଦୀ ଠାରେ ଦାନଗଦୀ ବ୍ଲକ ଏନ୍‌.ପି.ଏସ୍ ଶିକ୍ଷକ ସଂଘର ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ସଂଘର ପୂର୍ବତନ ସଭାପତି କାଶୀନାଥ ପୃଷ୍ଟିଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଥିଲା । ସଭାପତି କାଶୀନାଥ ପୃଷ୍ଠି ଚାକିରୀରୁ ଅବସର ନେଇ ସାରଥିବାରୁ ଓ ସଂଘର କାର୍ଯ୍ୟକାଳ ଶେଷ ହୋଇଯାଇଥିବାରୁ ସର୍ବ ସମ୍ମତିକ୍ରମେ ସଂଘର ସମସ୍ତ କମକର୍ତାମାନଙ୍କୁ ମନୋନୟନ କରାଯାଇଛି । ସଂଘର ସଭାପତି ଭାବେ ଦୁଷ୍ମନ୍ତ କୁମାର ଯେନା, କାର୍ଯ୍ୟକାରୀ ସଭାପତି ଭାବେ କ୍ଷୀରୋଦ ଚନ୍ଦ୍ର ଜେନା, ଉପସଭାପତି ଭାବେ ପ୍ରଭାତ କୁମାର ପୃଷ୍ଟି, ସମ୍ପାଦକ ଭାବେ ବିଷ୍ଣୁ ପ୍ରସାଦ ସାହୁ, ସହସମ୍ପାଦକ ଭାବେ ମୁକୁନ୍ଦ ଦେହୁରୀ, ରୋହିତ ଜେନା, ମାଧବାନନ୍ଦ ତରାଇ, କୋଷାଧ୍ୟକ୍ଷ ଭାବେ ପ୍ରହ୍ଲାଦ ବେହେରା, ମିଡିଆ ସଂଯୋଜକ ଭାବେ ଗଦାଧର ରାହୁଳ, ମାଧବାନନ୍ଦ ତରାଇ, ଉପଦେଷ୍ଠା ଭାବେ ଲଳିତ କୁମାର ବେହେରା, ସୋମନାଥ ଶରଣ, ଶରତଚନ୍ଦ୍ର ମୁଦୁଲି, ରୋଜାଲିନ୍ ବେହେରା, ମୋହିନି ମୋହନ ମୁଦୁଲି ଓ କ୍ଲଷ୍ଟର ପ୍ରମୁଖ ଭାବେ ମିନ୍ମୟୀ ପୃଷ୍ଟି, ସୁଦାମ ଚରଣ ସାହୁ, ନକୁଳ ଚନ୍ଦ୍ର ତରାଇ, ରୀନା ସାହୁ, ସ୍ନିଗ୍ଧାରାଣୀ ସାହୁ, ଲେଙ୍କା ହେମ୍‌୍ରମ୍‌, ପିଖାରାମ ମାଝୀ, ରାଜକିଶୋର ହୋତା, କିଶୋର କୁମାର ନାୟକ, ହରିବନ୍ଧୁ ମହାନ୍ତ, ଶୁଶାନ୍ତ କୁମାର ସାହୁ ମନୋନୀତ ହୋଇଥିଲେ । ସଂଘ ତରଫରୁ ବିଦାୟୀ ସଭାପତି କାଶୀନାଥ ପୃଷ୍ଟିଙ୍କୁ ମଧ୍ୟ ସମ୍ବର୍ଦ୍ଧିତ କରାଯାଇଥିଲା । ଏହି ବୈଠକରେ ବ୍ଲକର ଅନେକ ପ୍ରମୁଖ ଶିକ୍ଷୟତ୍ରୀ ଯୋଗଦାନ କରି ସଭାଟିକୁ ସାଫଲ୍ୟ ମଣ୍ଡିତ କରିଥିଲେ । ଶେଷରେ ବରିଷ୍ଠ ଶିକ୍ଷକ କୀର୍ତନ ବିହାରୀ ସାହୁ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ ।

Live Share Market

जवाब जरूर दे 

आप अपने सहर के वर्तमान बिधायक के कार्यों से कितना संतुष्ट है ?

View Results

Loading ... Loading ...

Related Articles

Back to top button
.
Website Design By Bootalpha.com +91 84482 65129
.
Close