ବ୍ୟାସନଗରର ପନାସିଆ ଠାରେ ‘ସନରାଇଜ୍ ଗ୍ରୀନ କ୍ଲବ’ ଆନୁକୂଲ୍ୟରେ ମା’ଗଜଲକ୍ଷ୍ମୀଙ୍କ ପୂଜା ଉପଲକ୍ଷେ ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମର ଆୟୋଜନ

ବ୍ୟାସନଗର,୧୨/୧୦(ଉ. ନ୍ୟୁଜ୍ ବ୍ୟୁରୋ): କ୍ରୋମନଗରୀ ବ୍ୟାସନଗର ପୈାର ପରିଷଦର ଫେରୋକ୍ରୋମ କାରଖାନା ସନ୍ନିକଟ କଲୋନି ଗେଟ୍ ନିକଟସ୍ଥ ପନାସିଆ ଠାରେ ‘ସନରାଇଜ୍ ଗ୍ରୀନ କ୍ଲବ’ ତରଫରୁ ମା’ ଗଜଲକ୍ଷ୍ମୀଙ୍କ ୨୫ତମ ପୂଜା ବଡ଼ ଧୂମଧାମରେ ପାଳିିତ ହେଉଛି । ଦୀର୍ଘ ପ୍ରାୟ ୨୫ ଦିନ ଧରି କ୍ଲବର ଯୁବକମାନେ ଏହି ପୂଜାକୁ ସଂପାଦନ କରିଆସୁଛନ୍ତି । କ୍ଲବ ସଭାପତି ସନ୍ତୋଷ କୁମାର ପଣ୍ଡାଙ୍କ ନେତୃତ୍ୱରେ ରାସ୍ତାଘାଟ ସଫେଇ କରି ସାହିକୁ ସ୍ୱଚ୍ଛ କରିବା ସହ ପୂଜା କାର୍ଯ୍ୟରେ ମାତିପଡିଛନ୍ତି । ପ୍ରତିବର୍ଷ ପରି ଚଳିତ ବର୍ଷ ମଧ୍ୟ ବିଭିନ୍ନ ସାଂସ୍କୃତିକ କାର୍ଯ୍ୟମାନ ଅନୁଷ୍ଠିତ ହେଉଛିି । ଗତ ଶୁକ୍ରବାର ସନ୍ଧ୍ୟାରେ ବହୁ ଲୋକଙ୍କ ପାଇଁ ପ୍ରସାଦ ସେବନର ବ୍ୟବସ୍ଥା ହୋଇଥିବା ବେଳେ ଗତ କାଲି ‘ଦୁର୍ଲ୍ଲଭ କଳା ପରିଷଦ’ ଦ୍ୱାରା ‘ଭଜନ ସନ୍ଧ୍ୟା’ କାର୍ଯ୍ୟକ୍ରମ ପରିବେଷଣ କରାଯାଇଥିଲା । ପରିଷଦର ମୁଖ୍ୟ ଦୁଷ୍ମନ୍ତ କୁମାର ରାଉତଙ୍କ ଟିମ୍ ସର୍ବଶ୍ରୀ ଅଜୟ ବ୍ରହ୍ମ, ହିତାଗ୍ନୀ ମିଶ୍ର, ରାଜେଶ ସେଠୀ, ଅରୁଣ ଦାସ, ଦେବାଶିଷ ସାହୁ, ଗାୟତ୍ରୀ ମଲ୍ଲିକ, ଅଶୋକ ଖିଲାର, ଅନୂପ କୁମାର ଦାସ, ଅଭିମନ୍ୟୁ ବିଶ୍ୱାଳ, ଟିକିନା ରାଉତ, ଅଭିମନ୍ୟୁ ଜେନା, ଉମେଶ ପ୍ରମୁଖ ଅଂଶଗ୍ରହଣ କରି ସୁନ୍ଦର ଭକ୍ତି ସଂଗୀତମାନ ଗାନ କରିଥିଲେ । ର ଦାସ, ଅଭିମନ୍ୟୁ ବିଶ୍ୱାଳ, ଟିକିନା ରାଉତ, ଅଭିମନ୍ୟୁ ଜେନା, ଉମେଶ ପ୍ରମୁଖ ଅଂଶଗ୍ରହଣ କରି ସୁନ୍ଦର ଭକ୍ତି ସଂଗୀତମାନ ଗାନ କରିଥିଲେ । ଏହି କାର୍ଯ୍ୟକ୍ରମକୁ ‘ଉଦୟବଟ’ର ସଂପାଦକ ଦୁଷ୍ମନ୍ତ କୁମାର ରାଉତ ନଡିଆ ବାଡେଇ ଉଦ୍‌ଘାଟନ କରିଥିବା ବେଳେ ସନ୍ଧ୍ୟାରେ ଅତିଥି ଭାବେ ସୁକିନ୍ଦା ସନ୍ଧ୍ୟାରେ ଅତିଥି ଭାବେ ସୁକିନ୍ଦା ଅଂଚଳର ଯୁବ ସମାଜସେବୀ ବିନୋଦ ବିହାରୀ ବେହେରା, ବ୍ୟାସନଗର ପୈାର ପରିଷଦର ପ୍ରାକ୍ତନ କାଉନସିଲର ଅନୂପ କୁମାର ନାୟକ ଯୋଗ ଦେଇ କଳାକାରମାନଙ୍କୁ ଉତ୍ସାହିତ କରିବା ସହ କ୍ଲବର ଯୁବକମାନଙ୍କୁ ପ୍ରଂଶସା କରିଥିଲେ । ଆଜି ସନ୍ଧ୍ୟାରେ ମଧ୍ୟ ସ୍ଥାନୀୟ ଅଂଚଳର ପ୍ରତିଯୋଗୀମାନଙ୍କୁ ନେଇ ଡ଼୍ୟାନ୍ସ ଆଣ୍ଡ ଡ଼୍ୟାନ୍ସ କାର୍ଯ୍ୟକ୍ରମ ଅନୁଷ୍ଠିତ ହେଉଛି । ଏଥିରେ ଯାଜପୁରରୋଡ ବନାଂଚଳ ଅଧିକାରୀ ଧର୍ମେନ୍ଦ୍ର ପ୍ରଧାନ, କାଜଲ କିନ୍ନର ପ୍ରମୁଖ ଅତିଥି ଭାବେ ଯୋଗ ଦେଇଛନ୍ତି । କାର୍ଯ୍ୟକ୍ରମଗୁଡିକୁ ସଭାପତି ଇଂ. ପଣ୍ଡାଙ୍କ ସହ କ୍ଲବର ସୁନାକର ଦାସ, ସୁରେଶ ଦାସ (ନଙ୍ଗଡ଼), ସୁଧାଂଶୁ ନାଥ, ଅକ୍ଷୟ ସେନାପତି, ତ୍ରୈଲୋକ (ଦୀପୁ) ମହାରଣା, ଦୀପୁ ନାଥ, ଆଶିଷ ଦାସ, ସହଦେବ ସାଣ୍ଡିଲ, ନଛିଆ ମୁଣ୍ଡା, ସୁମନ ହାଂସଦା ପ୍ରମୁଖ ଆଗଭର ହୋଇ ପୂଜା ଓ ବିଭିନ୍ନ କାର୍ଯ୍ୟକ୍ରମକୁ ସରସ, ସୁନ୍ଦର କରିବାରେ ଲାଗିପଡ଼ିଛନ୍ତି ।

Live Share Market

जवाब जरूर दे 

आप अपने सहर के वर्तमान बिधायक के कार्यों से कितना संतुष्ट है ?

View Results

Loading ... Loading ...

Related Articles

Back to top button
.
Website Design By Bootalpha.com +91 84482 65129
.
Close