ବ୍ୟାସନଗରରେ ନବ ଉତ୍କଳ ମହିଳା ସମିତି ପକ୍ଷରୁ ଜଳଛତ୍ର କାର୍ଯ୍ୟକ୍ରମ
From Childhood & till date I am fond of to do Social Works, Plantation Works, helps others who need especially Labouerers, Poors, trying to keep up Environment good etc……………I am fighting to give Social Justice who depends me & strongly working against Corruptions. I am emphasized on collective works. Patriotism & Honest Labour is my Motto……Jay Bharat
ବ୍ୟାସନଗର: ଆଜି ତା ୧୯-୦୪-୨୪ରିଖ ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହ ଯୋଗୁଁ ଜନଜୀବନ ଅସ୍ତବ୍ୟସ୍ତ ହୋଇପଡିଥିବା ବେଳେ ରାସ୍ତା ଘାଟରେ ଜଳ ପାଇଁ ହା ହା କାର ହେଉଥିବାବେଳେ ପ୍ରତ୍ୟେକ ଦିନ ବ୍ୟାସନଗର ସହରର ମୁଖ୍ୟ କାର୍ଯ୍ୟାଳୟ ଭାବେ ପୌର କାର୍ଯ୍ୟାଳୟ ଓ ବ୍ୟାସନଗର ତହସିଲ କାର୍ଯ୍ୟାଳୟକୁ ଶହ ଶହ ସଂଖ୍ୟାରେ ଜନସାଧାରଣ ଆସୁଥିବାରୁ, ଏହାକୁ ଦୃଷ୍ଟି ଦେଇ ବ୍ୟାସନଗର ମୁନିସିପାଲିଟି ଓ ତହସିଲ କାର୍ଯ୍ୟାଳୟ ନିକଟରେ ନବ ଉତ୍କଳ ମହିଳା ସମିତି ପକ୍ଷରୁ ଜଳଦାନ ଶିବିର ଅନୁଷ୍ଠିତ ହୋଇଯାଇଛି । ଏହି ଶିବିରକୁ ବ୍ୟାସନଗର ଅତିରିକ୍ତ ତହସିଲଦାର ପ୍ରସନ୍ନ କୁମାର ମହାନ୍ତି ଉଦଘାଟନ କରିଥିଲେ । ଉକ୍ତ କାର୍ଯ୍ୟକ୍ରମରେ ପୌର ଅଧକ୍ଷ୍ୟା ସଙ୍ଗୀତା ପିଙ୍ଗୁଆ ଓ ବ୍ୟାସନଗର ତହସିଲର ବରିଷ୍ଠ କିରାଣୀ ସୁକାନ୍ତ ଚନ୍ଦ୍ର ମହାନ୍ତି ପ୍ରମୁଖ ଯୋଗ ଦେଇଥିଲେ । ନବ ଉତ୍କଳ ମହିଳା ସମିତିର ସଭାନେତ୍ରୀ ଅମୂଲୀ ପହି ନିଜ ବକ୍ତବ୍ୟରେ କହିଲେ କି ଜଳ ଦାନ କାର୍ଯ୍ୟକ୍ରମ ଗ୍ରୀଷ୍ମ ପ୍ରବାହ ଚାଲିଥିବା ପର୍ଯ୍ୟନ୍ତ ଜାରି ରଖିବାକୁ କହିଥିଲେ । ଉକ୍ତ କାର୍ଯ୍ୟକ୍ରମରେ ସମିତିର ମମତା ବର୍ଦ୍ଧନ, ଯେମାମଣି କଅଁର, ପ୍ରଭାତୀ ଲେଙ୍କା, ସ୍ୱପ୍ନାରାଣୀ ସିଂ, ସୁନିତା ଦାସ, ଜଞ୍ଜାଳୀ ମଲ୍ଲିକ, ସୁଜାତା ମହାନ୍ତି, ଗୀତାରାଣୀ ନାୟକଙ୍କ ସମେତ ସମାଜସେବୀ ରତ୍ନାକର ଜେନା ଓ ପରମାନନ୍ଦ ସେଠୀ ପ୍ରମୁଖ ଉପସ୍ଥିତ ରହି କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ ।
Live Share Market