ଝାଡେଶ୍ୱର ମହାବିଦ୍ୟାଳୟରେ ‘ରାଷ୍ଟ୍ରୀୟ ଏକତା ଦିବସ’ ପାଳିତ

ଦାନଗଦୀ: ଦାନଗଦୀ ବ୍ଲକ୍ ଟୋଲକାନୀସ୍ଥିତ ଝାଡେଶ୍ୱର ମହାବିଦ୍ୟାଳୟରେ ସର୍ଦ୍ଦାର ବଲ୍ଲଭଭାଇ ପଟେଲଙ୍କ ୧୫୦ତମ ଜୟନ୍ତୀ ତଥା ରାଷ୍ଟ୍ରୀୟ ଏକତା ଦିବସ ପାଳିତ ହୋଇଯାଇଛି। ଟମକା ଥାନା ଆନୁକୂଲ୍ୟରେ ଓ କଲେଜ ସହଯୋଗରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ଅଧ୍ୟକ୍ଷ ଡ.ଅକ୍ଷୟ କୁମାର ପଣ୍ଡା ସଭାପତିତ୍ବ କରିଥିଲେ। ଏଥିରେ ଟମକା ଥାନା ଅଧିକାରୀ ପ୍ରମୋଦିନୀ ସାହୁ ଯୋଗଦେଇ ଲୌହମାନବ ସର୍ଦ୍ଦାର ବଲ୍ଲଭଭାଇ ପଟେଲଙ୍କ ଜୀବନାଦର୍ଶ ଉପରେ ଆଲୋକପାତ କରି ଭାରତରେ ଏକତାର ତାଙ୍କର ଅବଦାନ ସମ୍ପର୍କରେ ଆଲୋକପାତ କରିଥିଲେ। ଅଧ୍ୟକ୍ଷ ଡ.ପଣ୍ଡା ତାଙ୍କ ଅଭିଭାଷଣରେ କହିଲେ ଯେ ଏହି ପ୍ରଣମ୍ୟ ପୁରୁଷଙ୍କ ଦେଶଭକ୍ତିରେ ଅନୁପ୍ରାଣିତ ହୋଇ ଆମେ ମନେରଖିବା ଉଚିତ୍ ଯେ ଏକତା ଉତ୍ତରାଧିକାରୀ ସୂତ୍ରରେ ମିଳି ନଥାଏ, ଏହାକୁ ବିକଶିତ କରିବାକୁ ପଡ଼େ। ରାଷ୍ଟ୍ରୀୟ ଏକତା ଦିବସ ଆମକୁ ମନେ ପକାଇଦିଏ “ଏକଜୁଟ ଭାରତ ହିଁ ଆତ୍ମନିର୍ଭର ଭାରତ” । ଅନ୍ୟମାନଙ୍କ ମଧ୍ୟରେ ଅଧ୍ୟାପିକା ମୀରାମ୍ବିକା ସାହୁ, ଅଧ୍ୟାପକ ଖଗେଶ କୁମାର ଜେନା, ଗୋବର୍ଦ୍ଧନ ସାହୁ, ରଞ୍ଜନ କୁମାର ଖଣ୍ଡା, ମୁନା ନାୟକ, ଅମର ସେଠୀ, ଅଧ୍ୟାପିକା ପାରିଜାତ ମହାନ୍ତି, ଇତିଶ୍ରୀ ମଲ୍ଲିକ, କଲ୍ୟାଣୀ ମହାନ୍ତ, ପ୍ରିୟଙ୍କା ପ୍ରିୟଦର୍ଶିନୀ ନାୟକ ପ୍ରମୁଖ ଯୋଗଦେଇ ସେମାନଙ୍କ ବକ୍ତବ୍ୟ ରଖିଥିଲେ। ଏହି ଉପଲକ୍ଷେ କଲେଜର ଛାତ୍ରଛାତ୍ରୀ ମାନଙ୍କ ମଧ୍ୟରେ ଅନୁଷ୍ଠିତ ଚିତ୍ରାଙ୍କନ ଓ ପ୍ରବନ୍ଧ ପ୍ରତିଯୋଗୀତାରେ କୃତି ପ୍ରତିଯୋଗୀ ମାନଙ୍କୁ ଯଥା-ଚିତ୍ରାଙ୍କନରେ +୨ ପ୍ରଥମ ବର୍ଷ କଳାର ଛାତ୍ର ଜଙ୍ଗଲ ମୁଣ୍ଡା ପ୍ରଥମ ସ୍ଥାନ, ସରସ୍ଵତୀ ସାହୁ ଦ୍ବିତୀୟ ସ୍ଥାନ, ସୁମିତ୍ ଗାଗରାଇ ଓ +୨ ଦ୍ବିତୀୟ ବର୍ଷର ଛାତ୍ରୀ ଚିନ୍ମୟୀ ନାୟକ ଯୁଗ୍ମ ଭାବେ ତୃତୀୟ ସ୍ଥାନ ଅଧିକାର କରିଥିଲେ। ପ୍ରବନ୍ଧ ପ୍ରତିଯୋଗୀତାରେ +୨ ପ୍ରଥମ ବର୍ଷ କଳାର ଛାତ୍ରୀ ସୋନାଲି ସାହୁ ପ୍ରଥମ, +୨ ଦ୍ବିତୀୟ ବର୍ଷ କଳାର ଛାତ୍ରୀ ସ୍ମୃତିରେଖା ଦାସ ଦ୍ୱିତୀୟ ଓ ପୂଜା ବେହେରା ତୃତୀୟ ସ୍ଥାନ ଅଧିକାର କରି ଟମକା ଥାନା ଅଧିକାରୀଙ୍କ ଦ୍ବାରା ପୁରସ୍କୃତ ହୋଇଥିଲେ। ଶେଷରେ ଅଧ୍ୟାପକ ଡ. କ୍ଷୀରୋଦ ଚନ୍ଦ୍ର ବେହେରା ଧନ୍ୟବାଦ ଅର୍ପଣ କରିଥିଲେ। ଏଥିରେ କଲେଜର ସମସ୍ତ ଶିକ୍ଷକ ଓ ଅଣଶିକ୍ଷକ କର୍ମଚାରୀ ସହଯୋଗ କରିଥିଲେ।

Live Share Market

जवाब जरूर दे 

आप अपने सहर के वर्तमान बिधायक के कार्यों से कितना संतुष्ट है ?

View Results

Loading ... Loading ...

Related Articles

Back to top button
.
Website Design By Bootalpha.com +91 84482 65129
.
Close