Home/ଆଞ୍ଚଳିକ/ଧର୍ମପରାୟଣା ମହିଳା ପାର୍ବତୀ ପରିଡ଼ାଙ୍କ ବିୟୋଗରେ ଶୋକ ସଭା ଧର୍ମପରାୟଣା ମହିଳା ପାର୍ବତୀ ପରିଡ଼ାଙ୍କ ବିୟୋଗରେ ଶୋକ ସଭା 10 October 2025 1,336 Less than a minute 🔊 Listen to this Dushmanta Kumar Rout ସିଂହପୁର,୦୯/୧୦(ଉ. ନ୍ୟୁଜ୍ ବ୍ୟୁରୋ): ଓଡ଼ିଶାର ପ୍ରଖ୍ୟାତ୍ ନାଟ୍ୟକାର, ଲେଖକ, କବି ତଥା ସ୍ୱାସ୍ଥ୍ୟ ବିଭାଗର କର୍ମଚାରୀ ୰ ଶରତ ଚନ୍ଦ୍ର ପରିଡ଼ାଙ୍କର ଧର୍ମପତ୍ନୀ ପାର୍ବତୀ ପରିଡ଼ାଙ୍କ ସିଂହପୁର ନିକଟବର୍ତୀ ଯାଜପୁର ଜିଲ୍ଲା ବରୀ ବ୍ଲକର ମଧୂସୁଦନପୁର ପଂଚାୟତର ଚକ୍ରପୁର ଗ୍ରାମର ବାସଭବନରେ ଗତ ତା: ୨୯/୦୯/୨୦୨୫ ରିଖ ସୋମବାର ପରଲୋକ ଗମନ ଘଟିଥିଲା । ୰ ଶ୍ରୀମତୀ ପରିଡ଼ା ୭୬ ବର୍ଷ ବୟସରେ ଇହଲୀଳା ସମ୍ଭରଣ କରିଥିଲେ । ଆଜି ଗୁରୁବାର ପୂର୍ବାହ୍ନରେ ୰ ପାର୍ବତୀ ଦେବୀଙ୍କ ଏକାଦଶ କ୍ରିୟା ଯଥାବିଧି ମତେ ତାଙ୍କର ଗ୍ରାମରେ ଅନୁଷ୍ଠିତ ହୋଇଥିଲା । ଏହି ଅବସରରେ ଏକ ଶୋକ ସଭା ଅନୁଷ୍ଠିତ ହୋଇଥିଲା । ସ୍ଥାନୀୟ ଅଂଚଳର ବହୁ ଶିକ୍ଷାବିତ୍, ରାଜନେତା, ବୁଦ୍ଧିଜୀବୀ ପ୍ରମୁଖ ଏଥିରେ ଅଂଶଗ୍ରହଣ କରି ତାଙ୍କ ଫଟୋଚିତ୍ରରେ ପୁଷ୍ପମାଲ୍ୟ ଅର୍ପଣ କରି ତାଙ୍କ ଅମର ଆତ୍ମାର ସଦ୍ଗତି କାମନା କରିବା ସହ ତାଙ୍କ ଶୋକ ସନ୍ତପ୍ତ ପରିବାର ପ୍ରତି ସମବେଦନା ଜ୍ଞାପନ କରିଥିଲେ । କାର୍ଯ୍ୟକ୍ରମରେ ଜିଲ୍ଲାର ବରିଷ୍ଠ ଶିକ୍ଷାବିତ୍ ନିର୍ମଳ ଚନ୍ଦ୍ର ରାୟ, ବରିଷ୍ଠ ଅବସରପ୍ରାପ୍ତ ଡ଼ାକ୍ତର ନିରଞ୍ଜନ ସ୍ୱାଇଁ , ବରୀ ଅଂଚଳର ଯୁବ ସମାଜସେବୀ ତୁଷାରକାନ୍ତ ଜେନା (ମାନୁ), ସିଏଜିର ଅବସରପ୍ରାପ୍ତ ବରିଷ୍ଠ ପଦାଧିକାରୀ ମିହିର କୁମାର ପରିଡ଼ା, ‘ଉଦୟବଟ’ର ସଂପାଦକ ଦୁଷ୍ମନ୍ତ କୁମାର ରାଉତ, ରସୁଲପୁର ଅଂଚଳର ଯୁବ ସମାଜସେବୀ ରାଜେଶ କୁମାର ଖୁଟିଂଆ, ବିଦ୍ୟୁତ୍ପ୍ରଭା ରାୟ, ସୁମନ ରାୟ ପ୍ରମୁଖ ଯୋଗ ଦେଇ ତାଙ୍କ ପ୍ରତି ଶ୍ରଦ୍ଧା ସୁମନ ଅର୍ପଣ କରିଥିଲେ । ସ୍ୱର୍ଗତା ପାର୍ବତୀ ଦେବୀ ଜଣେ ଧର୍ମପରାୟଣା ମହିଳା ଥିଲେ । ତାଙ୍କର ସୁପୁତ୍ର ସ୍ୱାଧିନ କୁମାର ପରିଡ଼ା, ପୁତ୍ରବଧୂ ନର୍ମଦା ପ୍ରିୟଦର୍ଶୀନି ପରିଡ଼ା ସମସ୍ତ କ୍ରିୟା କାର୍ଯ୍ୟ ସଂପାଦନ କରିଥିଲେ । ୰ ଶ୍ରୀମତୀ ପରିଡ଼ାଙ୍କ ନାତି ସୁରଜ ପରିଡ଼ା, ୦୫ ଝିଅ ସୁପ୍ରଭା, ସୁରଭି, ସୁରେଖା, ସବିତା ଏବଂ ସୈାମ୍ୟାଲିନ୍, ଜ୍ୱାଇଁ ଲଳିତ କୁମାର ରାଉତ, ରତିକାନ୍ତ ସାମଲ, ସଂଜୟ କୁମାର ଥାଟୋଇ, ରଶ୍ମିକାନ୍ତ ବିଶ୍ୱାଳ, ଶ୍ରୀକାନ୍ତ ସାମଲ ପ୍ରମୁଖ ଏହି କାର୍ଯ୍ୟରେ ଯୋଗ ଦେଇ ସହଯୋଗ କରିଥିଲେ । ସୂଚନାଯୋଗ୍ୟ, ୰ ଶ୍ରୀମତୀ ପରିଡ଼ା ଗତ ତା: ୦୫/୦୮/୧୯୪୯ରେ ଜନ୍ମଗ୍ରହଣ କରିଥିବା ବେଳେ ତାଙ୍କର ୨୯/୦୯/୨୦୨୫ରେ ପରଲୋକ ଘଟିଥିଲା । Live Share Market मौषम का हाल Delhi Weather