ସମାଜସେବୀ ଉପେନ୍ଦ୍ରନାଥ ମହାନ୍ତିଙ୍କ ବିୟୋଗରେ ‘ଶିବାନନ୍ଦନଗର ସୋସିଆଲ ୟୁଥ୍ କ୍ଲବ’ ତରଫରୁ ଶୋକ ସଭା
ଯାଜପୁର, ୨୪/୧୦: ଯାଜପୁର ଜିଲ୍ଲା ବ୍ୟାସନଗର ପୌରାଂଚଳର ବିଶିଷ୍ଟ ସମାଜସେବୀ, ସୁକିନ୍ଦାର କାଳିଆପାଣି ସ୍ଥିତ ‘ଟିସ୍କୋ’ ମାଇନ୍ସର ପୂର୍ବତନ ଅଧିକାରୀ ଉପେନ୍ଦ୍ରନାଥ ମହାନ୍ତିଙ୍କ ବିୟୋଗରେ ବିଭିନ୍ନ ମହଲରେ ଶୋକ ପ୍ରକାଶ ପାଉଛି । ୰ ମହାନ୍ତିଙ୍କ ପ୍ରତି ଶ୍ରଦ୍ଧାଞ୍ଜଳି ଜ୍ଞାପନ କରାଯାଇ ତାଙ୍କ ଅମର ସଦ୍ଗତି କାମନା ପାଇଁ ବିଭିନ୍ନ ଅନୁଷ୍ଠାନ ତରଫରୁ ଶୋକସଭାମାନ ଅନୁଷ୍ଠିତ ହେଉଛି । ଆଜି ରବିବାର ସକାଳେ ୰ ମହାନ୍ତି ବାସ କରୁଥିବା ୦୩ନଂ. ୱାର୍ଡ଼ରେ ସ୍ଥାନୀୟ ‘ଶିବାନନ୍ଦନଗର ସୋସିଆଲ ୟୁତ୍ କ୍ଲବ’ ଆନୁକୂଲ୍ୟରେ ଏକ ଶୋକସଭା ତାଙ୍କର ବାଲ୍ୟ ବନ୍ଧୁ, ଅବସରପ୍ରାପ୍ତ ଦାନଗଦି ବ୍ଲକ୍ର ମୁଖ୍ୟ କିରାଣୀ ତଥା କ୍ଲବର ମୁଖ୍ୟ ଉପଦେଷ୍ଟା ପରମାନନ୍ଦ ଦାସଙ୍କ ଅଧ୍ୟକ୍ଷତାରେ ଏକ ଶୋକସଭା ଅନୁଷ୍ଠିତ ହୋଇଥିଲା । ଏଥିରେ ‘ଉଦୟବଟ’ର ସଂପାଦକ ଦୁଷ୍ମନ୍ତ କୁମାର ରାଉତ, ଶ୍ରମିକ ନେତା ପରମାନନ୍ଦ ସେଠୀ, ଆଡ଼ଭୋକେଟ ବିଦ୍ୟାଧର ମହାନ୍ତି, କ୍ଲବର ସଭାପତି ସୈାମ୍ୟରଂଜନ ନାୟକ, ସଂପାଦକ ଅକ୍ଷୟ କୁମାର ରାଉତ, ସହ-ସଂପାଦକ ହିମାଂଶୁ ମଲ୍ଲିକ, ଶାଶ୍ୱତ ସ୍ୱାଇଁ, ଉତ୍କଳ କେଶରୀ ଜେନା, ସତ୍ୟବ୍ରତ ସାହୁ, ଚନ୍ଦନ ବୋଷ, ବାବୁଲି ଗୋଚ୍ଛାୟତ ପ୍ରମୁଖ ଯୋଗ ଦେଇ ୰ ମହାନ୍ତିଙ୍କୁ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିବା ସହ ତାଙ୍କ ଅମର ଆତ୍ମାର ସଦ୍ଗତି କାମନା କରିଥିଲେ । ସୂଚନାଯୋଗ୍ୟ, ୰ ମହାନ୍ତି କ୍ଲବର ପ୍ରତିଷ୍ଠାତା ପରାମର୍ଶଦାତା ଥିଲେ ଓ ତାଙ୍କର ଆକସ୍ମିକ ବିୟୋଗରେ କ୍ଲବର କର୍ମକର୍ତା ଓ ସଭ୍ୟମାନେ ମର୍ମାହତ ହୋଇଛନ୍ତି । ଏଠାରେ ତାଙ୍କର ବିଭିନ୍ନ ଉପକାରୀ ଗୁଣ ଓ ସମାଜସେବା ଉପରେ ବକ୍ତାମାନେ ସ୍ମୃତିଚାରଣ କରିବା ସହ କ୍ଲବ ଆଗାମୀ ଦିନରେ ତାଙ୍କର ଆଦର୍ଶରେ କାର୍ଯ୍ୟ କରିବ ବୋଲି ପ୍ରତିଶ୍ରୃତିବଦ୍ଧ ହୋଇଥିଲେ ।





