ଦାନଗଦୀ ବ୍ଲକ ଟୋଲକାନୀର ଝାଡେଶ୍ୱର ମହାବିଦ୍ୟାଳୟରେ ସାଇବର ସୁରକ୍ଷା ଆଲୋଚନାଚକ୍ର ଅନୁଷ୍ଠିତ

ଦାନଗଦୀ: ଦାନଗଦୀ ବ୍ଲକ ଟୋଲକାନୀ ସ୍ଥିତ ଝାଡେଶ୍ୱର ମହାବିଦ୍ୟାଳୟରେ ‘ସାଇବର ସୁରକ୍ଷା’ ସମ୍ପର୍କିତ ଏକ ଆଲୋଚନାଚକ୍ର ଅନୁଷ୍ଠିତ ହୋଇଯାଇଛି । କଲେଜର ଅଧ୍ୟକ୍ଷ ଡ. ଅକ୍ଷୟ କୁମାର ପଣ୍ଡାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ଆଲୋଚନାଚକ୍ରରେ କଳିଙ୍ଗନଗର ଆଡିସନାଲ ଏସି. ପି ସୁପ୍ରସନ୍ନ ମଲ୍ଲିକ, ଟମକା ଥାନା ଆଇ. ଆଇ. ସି ପ୍ରମୋଦିନୀ ସାହୁ, ଅଧ୍ୟାପକ ଡ କ୍ଷୀରୋଦ ଚନ୍ଦ୍ର ବେହେରା, ଦିଲ୍ଲୀପ କୁମାର ନାୟକ, ରଞ୍ଜନ କୁମାର ଖଣ୍ଡା, ଅଜୟ କୁମାର ସାହୁ ପ୍ରମୁଖ ଯୋଗଦେଇ ସାଇବର ସୁରକ୍ଷିତ ରହିବାର ବିଭିନ୍ନ ଉପାୟ, ଯଥା: ସୋସିଆଲ ମିଡ଼ିଆ ବ୍ୟବହାରରେ ସତର୍କତା, ଅନଲାଇନ୍ ସପିଙ୍ଗ, ଅନଲାଇନ୍ ଆର୍ଥିକ କାରବାର ଓ ଅଜ୍ଞାତ ବ୍ୟକ୍ତିଙ୍କ ଦ୍ଵାରା ପ୍ରାପ୍ତ ଲିଙ୍କ ପ୍ରତି ସତର୍କତା, କେ.ୱାଇ. ସି, ପ୍ୟାନ, ଆଧାର ଅପଡେଟରେ ଠକେଇ, ଲୋନ ଆପ୍ ଠକେଇ, ଚାକିରିର ଠକେଇ ଓ ମାଟ୍ରିମୋନିଆଲ କିମ୍ବା ଉପହାର ଠକେଇ ପ୍ରତି ସମସ୍ତେ ସଚେତନ ହେବା ସହ ସତର୍କ ରହିବାକୁ ଅତିଥିମାନେ ପରାମର୍ଶ ଦେଇଥିଲେ। ଏହି କାର୍ଯ୍ୟକ୍ରମରେ ମହାବିଦ୍ୟାଳୟର ସମସ୍ତ ଶିକ୍ଷକ ଓ ଅଣଶିକ୍ଷକ କର୍ମଚାରୀ ସହଯୋଗ କରିଥିଲେ।

Live Share Market

जवाब जरूर दे 

आप अपने सहर के वर्तमान बिधायक के कार्यों से कितना संतुष्ट है ?

View Results

Loading ... Loading ...

Related Articles

Back to top button
.
Website Design By Bootalpha.com +91 84482 65129
.
Close