ଅନ୍ତର୍ଜାତୀୟ ଇଂରାଜୀ କବି ପଦ୍ମଶ୍ରୀ ସ୍ୱର୍ଗତ ଜୟନ୍ତ ମହାପାତ୍ରଙ୍କ ୯୭ତମ ଜନ୍ମ ଜୟନ୍ତୀ ପାଳିତ

ବ୍ୟାସନଗର: ସ୍ଥାନୀୟ ବ୍ୟାସନଗର ଷ୍ଟାଡିଅମ ରୋଡ ସ୍ଥିତ କ୍ରିଷ୍ଣ ଇଣ୍ଟରନାସନାଲ ସ୍କୁଲରେ ଅନ୍ତର୍ଜାତୀୟ ଇଂରାଜୀ କବି ପଦ୍ମଶ୍ରୀ ସ୍ୱର୍ଗତ ଜୟନ୍ତ ମହାପତ୍ରାଙ୍କର ୯୭ତମ ଜୟନ୍ତୀ ବ୍ୟାସନଗର ସ୍ୱୟଂଶାସିତ ମହାବିଦ୍ୟାଳୟର ପ୍ରାକ୍ତନ ଅଧ୍ୟକ୍ଷ, କ୍ରିଷ୍ଣ ଚାରିଟେବଲ ପ୍ରୋଗ୍ରେସିଭ ଟ୍ରଷ୍ଟର ଅଧ୍ୟକ୍ଷ ତଥା ରକ ପେବୁଲସ ଇଂରାଜୀ ପତ୍ରିକାର ଉପଦେଷ୍ଟା ଡ଼କ୍ଟର କୁଶ ଚନ୍ଦ୍ର ପ୍ରଧାନଙ୍କ ଅଧକ୍ଷତାରେ ପାଳିତ ହୋଇଯାଇଛି। ଏହି ଉତ୍ସବ ଅବସରରେ କବି ମହାପାତ୍ରଙ୍କ ସାହିତ୍ୟ କୃତି ଉପରେ ଏକ ସମ୍ପାନ “JAYANTA MAHAPATRA:A TRIBUTE” ବିଷୟ ବସ୍ତୁ ଉପରେ ଅତିଥି ତଥା ଜୟନ୍ତ ପ୍ରେମୀ ସାହିତ୍ୟିକ ଓ ସାହିତ୍ୟିକ।ମାନେ ନିଜ ନିଜର ବକ୍ତବ୍ୟ ରଖିଥିଲେ। ପ୍ରଥମେ କବି ମହାପାତ୍ରଙ୍କ ଫୋଟୋଚିତ୍ରରେ ଅତିଥିମାନେ ମାଲ୍ୟାର୍ପଣ କରିବା ପରେ ବ୍ୟାସନଗର ସ୍ୱୟଂ ଶାସିତ ମହାବିଦ୍ୟାଳୟର ଛାତ୍ରୀମାନଙ୍କ ଦ୍ୱାରା ଏକ ଇଂରାଜୀ ସ୍ୱାଗତ ସଂଗୀତ ଗାନ କରାଯାଇଥିଲା। ଇଂରାଜୀ ବିଭାଗର ମୁଖ୍ୟ ଡ଼କ୍ଟର ପ୍ରଜ୍ଞା ପ୍ରବର୍ତ୍ତିକା ଦାଶ ଅତିଥିମାନଙ୍କର ପରିଚୟ ପ୍ରଦାନ କରିବା ସହିତ କବି ମହାପାତ୍ରଙ୍କର ସ୍ମୃତି ତଥା ସାହିତ୍ୟ ସୃଷ୍ଟି ଉପରେ ଆଲୋକପାତ କରିଥିଲେ। ରକପେବୁଲସ ପତ୍ରିକାର ସମ୍ପାଦକ ଡ଼କ୍ଟର ଉଦୟନାଥ ମାଝୀ ଅତିଥିମାନଙ୍କୁ ସ୍ୱାଗତ କରିବା ସହିତ ଜୟନ୍ତ ମହାପାତ୍ରଙ୍କର ରକପେବୁଲସ ପତ୍ରିକା ପ୍ରତି ଅବଦାନକୁ ବ୍ୟାଖ୍ୟା କରିଥିଲେ। ମୁଖ୍ୟ ଅତିଥି ଭାରତୀୟ ପ୍ରସାଶନିକ ସେବାର ଅବସର ପ୍ରାପ୍ତ ଅଧିକାରୀ ପ୍ରଦୀପ କୁମାର ବିଶ୍ୱାଳଙ୍କୁ 2025 ମସିହାର ଜୟନ୍ତ ମହାପାତ୍ର ସ୍ମୃତି ସମ୍ମାନରେ କ୍ରିଷ୍ଣା ଚାରିଟେବୁଲ ପ୍ରୋଗ୍ରେସିଭ ଟ୍ରଷ୍ଟ ଓ ରକପେବୁଲସ ଦ୍ୱାରା ମିଳିତ ଭାବେ ସମ୍ମାନିତ କରାଯାଇଥିଲା। ଦ୍ବିଭାଷିକ କବି ଶ୍ରୀ ବିଶ୍ୱାଳ ଜୟନ୍ତ ମହାପାତ୍ରଙ୍କ ସମସ୍ତ ସାହିତ୍ୟକୃତି ଇଂରାଜୀ ସାହିତ୍ୟକୁ ରୁଦ୍ଧିମନ୍ତ କରିଥିବାରୁ ପ୍ରଥମ ଭାରତୀୟ ଇଂରାଜୀ କବି ଭାବେ 1981 ମସିହାରେ ବିଶେଷକରି “Relationship ” କବିତା ସଂକଳନ ପାଇଁ ତାଙ୍କୁ କେନ୍ଦ୍ରୀୟ ସାହିତ୍ୟ ଏକାଡେମୀ ସମ୍ମାନରେ ସମ୍ମାନିତ କରାଯାଇଥିଲା ବୋଲି ମତବ୍ୟକ୍ତ କରିଥିଲେ । ମୁଖ୍ୟବକ୍ତା ଭାବେ ଶିଶୁ ସାହିତ୍ୟ ପାଇଁ କେନ୍ଦ୍ରୀୟ ସାହିତ୍ୟ ଏକାଡେମୀ ପୁରସ୍କାର ପ୍ରାପ୍ତ ସାହିତ୍ୟିକ ରାଜ କିଶୋର ପାଢ଼ୀଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା। ତାଙ୍କ ବକ୍ତବ୍ୟରେ ସେ କହିଥିଲେ ଯେ କବି ଜୟନ୍ତ ମହାପାତ୍ର ଜଣେ ଖୋଲା ମଣିଷ ଓ ସେ ତାଙ୍କ ଆତ୍ମଜୀବନୀରେ ତାଙ୍କ ଜୀବନର ସମସ୍ତ ଅକୁହା କଥାକୁ ସ୍ପଷ୍ଟଭାବେ ପ୍ରକାଶ କରିଛନ୍ତି ଯାହା ଖୁବ କମ ସାହିତ୍ୟିକଙ୍କ କ୍ଷେତ୍ରରେ ସମ୍ଭବ ହୋଇଥାଏ । ସମ୍ମାନିତ ଅତିଥି ଭାବେ ଆନନ୍ଦପୁର କଲେଜର ପ୍ରାକ୍ତନ ଅଧ୍ୟକ୍ଷ ଡ଼କ୍ଟର ଶ୍ୟାମ ସୁନ୍ଦର ପଢିଆରୀ, ସିଂହପୁର ମହାବିଦ୍ୟାଳୟର ପ୍ରାକ୍ତନ ଅଧ୍ୟକ୍ଷ ଡ଼କ୍ଟର ଉଦୟନାଥ ପରିଡା ଓ ବ୍ୟାସନଗର ସ୍ୱୟଂଶାସିତ ମହାବିଦ୍ୟାଳୟର ପ୍ରାକ୍ତନ ଅଧ୍ୟକ୍ଷ ସୌରଭମୟ ଦାଶଙ୍କ ସମେତ କ୍ରିତିକା ଗୁପ୍ତା, ଛାତ୍ରୀ ସୁନିତା, ଶୁଭଶ୍ରୀ,ପଦ୍ମଜା ପ୍ରଭୁତି ଜୟନ୍ତ ମହାପତ୍ରାଙ୍କ ଉପରେ ତାଙ୍କର ଭିତ୍ତିପତ୍ର ଉପସ୍ଥାପନା କରିଥିଲେ। ରକ ପେବୁଲସ ଇଂରାଜୀ ପତ୍ରିକାର ସେପ୍ଟେମ୍ବର ସଂଖ୍ୟ। ଓ ଡ଼କ୍ଟର କୁଶଚନ୍ଦ୍ର ପ୍ରଧାନଙ୍କ ଦ୍ୱାରା ସମ୍ପାଦିତ ଆଧ୍ୟାତ୍ମିକ ବାର୍ଷିକ ପତ୍ରିକା “କୃଷ୍ଣ ଚେତନା “ଉନ୍ମୋଚିତ ହୋଇଥିଲା । ଏହି ଜୟନ୍ତୀ ଅବସରରେ ଡ଼କ୍ଟର ପ୍ରଜ୍ଞାପ୍ରବର୍ତ୍ତିକା ଦାସ, ସନ୍ଧ୍ୟାରାଣୀ ଘଡେଇ, ମଧୁସୂଦନ ମହାପାତ୍ର ଓ ଗଣେଶ୍ଵର ବେହେରାଙ୍କ ସଂଚଳନାରେ ଇଂରାଜୀ ହିନ୍ଦୀ ଓ ଓଡ଼ିଆ ଭାଷାରେ ଏକ କବିତା ପାଠ ଉତ୍ସବ ଅନୁଷ୍ଠିତ ହୋଇଥିଲା। ଶତାଧିକ କବି, କବୟତ୍ରୀ- ଯୁଗଳ କୁମାର ହୋତା, ନବଘନ ସ୍ୱାଇଁ, କୁଳମଣି ଦତ୍ତ, ନିତ୍ୟାନନ୍ଦ ଦାସ, ଜ୍ୟୋସ୍ନା ଦାସ, ସନ୍ଧ୍ୟାରାଣୀ ଘଡେଇ, ମଧୁସୂଦନ ଦାସ, ଗଣେଶ୍ଵର ବେହେରା, ସୌରଭମୟ ଦାସ, ଡ଼କ୍ଟର ଅବନୀ ପ୍ରଧାନ, ସ୍ବର୍ଣ୍ଣମୟୀ ତ୍ରିପାଠୀ, ପ୍ରକାଶ ସାହୁ,ମାଳୟବଲ୍ଲଭ ପଣ୍ଡା, ବରିଷ୍ଠ ସାମ୍ବାଦିକ ଅଭିମନୁ ମିଶ୍ର, ଦୁଷ୍ମନ୍ତ କୁମାର ରାଉତ, ଭୁବନମୋହନ ମହାନ୍ତି, ଡ଼କ୍ଟର କୁଶଚନ୍ଦ୍ର ପ୍ରଧାନ ପ୍ରଭୁତି ପଦ୍ମଶ୍ରୀ ସ୍ୱର୍ଗତ ଜୟନ୍ତ ମହାପାତ୍ରଙ୍କ ବିଷୟରେ ବକ୍ତବ୍ୟ ସହ ସେମାନଙ୍କର କବିତା ପାଠ କରିଥିଲେ। କବୟତ୍ରୀ ସନ୍ଧ୍ୟାରାଣୀ ଘଡେଇ ଧନ୍ୟବାଦ ଅର୍ପଣ କରିଥିବା ବେଳେ ଅଧ୍ୟାପକ ଜଗବନ୍ଧୁ ସାହୁ,ରଞ୍ଜନ କୁମାର ମଲିକ, କୃଷ୍ଣ ମିଶ୍ର ଓ କ୍ରିଷ୍ଣା ଇଣ୍ଟେରନାସନାଲ ସ୍କୁଲର ଶିକ୍ଷୟତ୍ରୀ ସ୍ଵାଗତିକା ତ୍ରିପାଠୀ, ଶୁଭସ୍ମିତା ପ୍ରଧାନ, ସତ୍ୟଭାମା ମଣ୍ଡଳ, ପୁଷ୍ପିତା ମହାରଣା ଓ କର୍ମଚାରୀ କଳ୍ପନା ମିଶ୍ର ପରିଚାଳନାରେ ସହଯୋଗ କରିଥିଲେ। ଶେଷରେ ଜୟନ୍ତ ମହାପାତ୍ର ସ୍ମୃତି ସମ୍ମାନ କମିଟି ଗଠନ କରାଯାଇଥିଲା, ଯାହାର ତତ୍ୱାବଧାନରେ ପ୍ରତ୍ୟେକ ବର୍ଷ କବି ଜୟନ୍ତ ମହାପାତ୍ରଙ୍କ ଜନ୍ମ ଦିବସ 22 oct କୁ ପାଳନ କରାଯିବା ସହ ସ୍ମୃତି ସମ୍ମାନ ଜଣେ ଲବ୍ଧପ୍ରତିଷ୍ଠ କବିଙ୍କୁ ପ୍ରଦାନ କରାଯିବାକୁ ସିଦ୍ଧାନ୍ତ ହୋଇଥିଲା ।

Live Share Market

जवाब जरूर दे 

आप अपने सहर के वर्तमान बिधायक के कार्यों से कितना संतुष्ट है ?

View Results

Loading ... Loading ...

Related Articles

Back to top button
.
Website Design By Bootalpha.com +91 84482 65129
.
Close