
ଭଦ୍ରକ ମୁଖ୍ୟ ସହରରେ ଟ୍ରାଫିକ ଚେକପୋଷ୍ଟ ରହିଛି କିନ୍ତୁ ଟ୍ରାଫିକ ପୋଲିସ ନାହାନ୍ତି

ଭଦ୍ରକ ; ୦୬/୧୨ : (ଶିଵ ଶଙ୍କର ପଣ୍ଡାଙ୍କ ଠାରୁ) ଭଦ୍ରକ ଜିଲ୍ଲାର ମୁଖ୍ୟ କଚେରୀ ବଜାର ଛକ ଏହିଠାରେ ପୋଲିସ ଚେକପୋଷ୍ଟ ତ ରହିଛି କିନ୍ତୁ ଟ୍ରାଫିକ ପୋଲିସ ନ ଥିବାର ଦୃଶ୍ୟ ସାମ୍ନାକୁ ଆସିଛି। ଯେଉଁ ଭଦ୍ରକ ସହର ସବୁବେଳେ ଲୋକଙ୍କ ଭିଡ଼ ରହିଥାଏ ସେହି ସ୍ଥାନରେ ଏଭଳି ଅବ୍ୟବସ୍ଥା ଦେଖିବାକୁ ମିଳିଛି। ଆଗକୁ ରହିଛି ହିନ୍ଦୁ ମାନଙ୍କର ପାରମ୍ପରିକ ପର୍ବ ଅଷ୍ଟମୀ ଏହି ସମୟରେ ସାଧାରଣତଃ ବଜାରରେ ଭିଡ଼ ଦେଖିବାକୁ ମିଳିଥାଏ। ଟ୍ରାଫିକ ପୋଷ୍ଟ ରେ ପୋଲିସ ନଥିବାରୁ ଚାଳକଙ୍କ ଅନଧିକାର ପ୍ରବେଶ ଯୋଗୁଁ ଲୋକେ ନାନା ଅସୁବିଧାରେ ସମ୍ମୁଖୀନ ହେଉଥିବାର ଦେଖିବାକୁ ମିଳିଛି।
Live Share Market




