ତୁରନ୍ତ ଜଳେଶ୍ଵରରେ କୋଭିଡ୍ ହସ୍ପିଟାଲ ପ୍ରତିଷ୍ଠା ନହେଲେ ଆସନ୍ତା ୧୭ଜୁନ ଠାରୁ ଅନିର୍ଦିଷ୍ଟ କାଳ ଧାରଣା
ବାଲେଶ୍ବର/ଜଳେଶ୍ବର ; ୧୦/୦୬ ( ବ୍ରଜ ଗୋପାଳ ସେନଙ୍କ ଠାରୁ ) : ଜଳେଶ୍ୱର ଠାରେ ଏକ କୋଭିଡ ହସ୍ପିଟାଲ ଦାବୀ କରି ଗତ ମାସ ୧୩ଏବଂ ୨୦ ତାରିଖରେ ଜିଲ୍ଲାପାଳଙ୍କ ପାଖକୁ ସିପିଆଇଏମ ତରଫରୁ ଏକ ଦାବୀ ପତ୍ର ଦିଆଯାଇଥିଲା l ରାଜ୍ୟ ସରକାର ଏହି ଦାବୀ ପ୍ରତି କର୍ଣ୍ଣପାତ କରୁନାହାନ୍ତି l ଏବେ କରୋନା କମିବାର ଦେଖା ଯାଉନି l ମୃତ୍ୟ ହାର ମଧ୍ୟ ବଢିଚାଲିଛି l ଜଳେଶ୍ୱରକୁ କେନ୍ଦ୍ର କରି ୫୦ରୁ ୬୦ କିମି ପରିଧି ମଧ୍ୟରେ ଭୋଗରାଇ, ରାଇବଣିଆ, ବସ୍ତା ଓ ବାଲିଆପାଳର କିଛି ଅଞ୍ଚଳ ଆସୁଛି l ଏ ଅଂଚଳର ଲୋକଙ୍କୁ ପାଖା ପାଖି ବାଲେଶ୍ୱର ଯିବା ପାଇଁ ୧୦୦କି. ମି. ଯିବାକୁ ପଡୁଛି l ଅନେକ ସମୟରେ ଆଇ ସି ୟୁ ଅଭାବରୁ କଟକ ଯିବାକୁ ପଡୁଛି l ଏବେ ପୁଣି କଭିଡ -୩ ଆସୁଛି ବୋଲି ବୈଜ୍ଞାନିକ ଓ ଡାକ୍ତର ମାନେ ସତର୍କ କଲେଣି l ଏ ଭଳି ପରିସ୍ଥିତି ରେ ଏକ କୋଭିଡ୍ ହସ୍ପିଟାଲ ଜଳେଶ୍ୱର ଠାରେ ଅତ୍ୟନ୍ତ ଜରୁରୀ l ଏହି ଦାବୀ ପୁନଃ ଜିଲ୍ଲାପାଳ ମହୋଦୟ ଙ୍କୁ ଜଳେଶ୍ୱର ତହସିଲଦାର ଙ୍କ ଜରିଆରେ ଦିଆ ଯାଇଛି l ଏଥର ସରକାର କୌଣସି ପଦକ୍ଷେପ ନ ନେଲେ ୧୭ଜୁନ ଠାରୁ ଜଳେଶ୍ୱର ତହସିଲ ଆଗରେ ଅନିର୍ଦ୍ଧିଷ୍ଟ କାଳ ପର୍ଯ୍ୟନ୍ତ ଗଣ ଧାରଣା ଦିଆ ଯିବ ବୋଲି ଘୋଷଣା କରାଯାଇଛି ଓ ସରକାରଙ୍କୁ ଦାବୀ ପତ୍ର ମାଧ୍ୟମରେ ସିପିଆଇଏମ ଜଳେଶ୍ୱର ଶାଖା ତରଫରୁ ଜଣାଇ ଦିଆଯାଇଛି l ଉକ୍ତ କାର୍ଯ୍ୟକ୍ରମର ନେତୃତ୍ୱ ନେଇଥିଲେ ଦିଲ୍ଲୀପ କୁମାର,ଗିରି ଶିଶିର ହୁଇ, ଶିତାଂଶୁ ସେନାପତି, ଦିପ୍ତିମାନ ଆଚାର୍ଯ୍ୟ, ଜିତାଂଶୁ ନନ୍ଦୀ, ଦିଲ୍ଲୀପ ପରିଡ଼ା,ପଲ୍ଟୁ ଦାସ, ରବିନ୍ଦ୍ର ବାରିକ,ରତନ ଦାସ ଜୀବନ ପରିଡ଼ା ପ୍ରମୁଖ।