
ବବି ‘ ଓ ‘ଡ଼୍ୟାନିି’ଙ୍କୁ ନେଇ ନୂଆପଡ଼ା ରାଜନୀତି ସରଗରମ

ଭୁବନେଶ୍ୱର,୩୧/୧୦(ଦୁଷ୍ମନ୍ତ କୁମାର ରାଉତଙ୍କ ଠାରୁ): ଓଡ଼ିଶାର ନୂଆପଡ଼ା ନିର୍ବାଚନ ମଣ୍ଡଳୀରେ ବିଜେଡ଼ି ବିଧାୟକ ୰ ରାଜେନ୍ଦ୍ର ଢ଼ୋଲକିଆଙ୍କ ଦେହାନ୍ତ ପରେ ଆଗାମୀ ନଭେମ୍ବର ୧୧ ତାରିଖରେ ସେଠାରେ ଉପ-ନିର୍ବାଚନ କରାଯାଇ ଭୋଟ ଅନୁଷ୍ଠିତ ହେବାକୁ ଯାଉଥିବା ବେଳେ ନିର୍ବାଚନ ମଣ୍ଡଳୀର ୩୫୮ ପୋଲିଂ ବୁଥ୍ରେ ପ୍ରାୟ ୨.୫ ଲକ୍ଷ ଭୋଟର ଅଂଶଗ୍ରହଣ କରିବାକୁ ଯାଉଛନ୍ତି । ନଭେମ୍ବର ୧୪ତାରିଖରେ ଭୋଟ ଗଣତି କରାଯାଇ ଫଳାଫଳ ଘୋଷଣା କରାଯିବ । ନିର୍ବାଚନ ମଇଦାନରେ ୧୪ ଜଣ ପ୍ରାର୍ଥୀ ଅବତୀର୍ଣ୍ଣ ହୋଇଥିବା ବେଳେ ପ୍ରମୁଖ ବିଜେଡି ଦଳରୁ ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଏକାନ୍ତ ବିଶ୍ୱସ୍ଥ, ପୂର୍ବତନ ଅତାବିରାର ବିଧାୟିକା ତଥା ପୂର୍ବତନ ମନ୍ତ୍ରୀ ସ୍ନେହାଙ୍ଗିନୀ ଛୁରିଆ ପ୍ରାର୍ଥିନୀ ହୋଇଥିବା ବେଳେ ଦିବଙ୍ଗତ ବିଧାୟକ ରାଜେନ୍ଦ୍ର ଢ଼ୋଲକିଆଙ୍କ ପୁଅ ଜୟ ଢ଼ୋଲକିଆ ବିଜେପିରୁ, ଜାତୀୟ କଂଗ୍ରେସରୁ ଘାସିରାମ ମାଝୀ ପ୍ରାର୍ଥୀ ହୋଇ ନିର୍ବାଚନ ପ୍ରଚାରରେ ବ୍ୟସ୍ତ ରହିଛନ୍ତି । ୰ ଢ଼ୋଲକିଆ ନୂଆପଡ଼ାରୁ ୦୪ଥର ବିଧାୟକ ହୋଇଥିବା ବେଳେ ବିଜେଡି ସରକାରରେ ସେ କ୍ୟାବିନେଟ ମନ୍ତ୍ରୀ ମଧ୍ୟ ରହିଥିଲେ । ୰ ରାଜନ୍ଦ୍ରେ ବାବୁ ଗତ ୦୮/୦୯/୨୦୨୫ରେ ଚେନ୍ନାଇରେ କିଡ୍ନୀ ଜନିତ ରୋଗରେ ୬୮ ବର୍ଷ ବୟସରେ ପରଲୋକ ଗମନ କରିଥିଲେ । ଏତେ ଦିନ ବିଜେଡିରେ ରହି ୰ ରାଜନ୍ଦ୍ରେ ବାବୁ ନବୀନଙ୍କ ବିଶ୍ୱାସଭାଜନ ହୋଇ ନୂଆପଡ଼ାର ସାମଗ୍ରୀକ ବିକାଶ ଘଟାଇ ଥିବା ବେଳେ ତାଙ୍କ ପୁଅ ଜୟ ବିଜେଡ଼ିରୁ ଲଢ଼ିବେ ବୋଲି ଆଶା କରାଯାଉଥିଲା । ମାତ୍ର ସେ ବିଜେପି ଶିବିରରେ ଯୋଗ ଦେବା ସମସ୍ତଙ୍କୁ ଚକିତ କରିଥିଲା ।
ପ୍ରଥମେ ପ୍ରଥମେ ବିଜେଡି ଓ କଂଗ୍ରେସ ମଧ୍ୟରେ ଲଢ଼େଇ ହେବ ବୋଲି କୁହାଯାଉଥିବା ବେଳେ ଏବେ ବିଜେପି ଓ ବିଜେଡି ମଧ୍ୟରେ ଲଢ଼େଇ ତୀବ୍ର ହୋଇଛି । ଜୟ ଢ଼ୋଲକିଆ ବିଜେଡିରୁ ପ୍ରାର୍ଥୀ ହେବାର କୁହାଯାଉଥିବା ବେଳେ ସେ ଦଳ ବଦଳ କରି ବିଜେପିକୁ ଯାଇ ଟିକେଟ ହାସଲ କରିଥିବା ବେଳେ ନୂଆପଡ଼ାର ଭେଟେରାନ ବିଜେପି ନେତା ତଥା ପୂର୍ବତନ ଦଳର ରାଜ୍ୟ ସଭାପତି ବସନ୍ତ ପଣ୍ଡାକୁ ଉପେକ୍ଷା କରାଯାଇଥିବାର କୁହାଯାଉଛି । ବିଶେଷକରି ନବୀନଙ୍କ ପ୍ରତି ନୂଆପଡ଼ାବାସୀଙ୍କ ଭଲ ପାଇବା ସ୍ପଷ୍ଟ ବାରି ହୋଇ ବଡୁଥିବା ବେଳେ ଅଧିକାଂଶ ନୂଆପଡ଼ାବାସୀ ଏକ ପ୍ରକାରର ନବୀନଙ୍କ ସପକ୍ଷରେ ବାହାରିଛନ୍ତି । ବିଜେପି ସରକାର ଡ଼ବଲ ଇଞ୍ଜିନ ସରକାରର ଦ୍ୱାହି ଦେଇ ସେଭଳି କୈାଣସି ଆଖିଦୃର୍ଶିଆ ଉନ୍ନତି କରିପାରି ନ ଥିବା ବେଳେ ରାଜ୍ୟବାସୀଙ୍କୁ ୩୦୦ ୟୁନିଟ୍ ବିଜୁଳି ମାଗଣାରେ ପ୍ରଦାନ, ବିଜୁ ସ୍ୱାସ୍ଥ୍ୟ କାର୍ଡକୁ ନେଇ ଖେଳ ଖେଳିବା ଆଦି ବହୁ ଘଟଣାରେ ଅଧିକାଂଶ କ୍ଷୁବ୍ଧ ଥିବାର ଦେଖାଯାଉଛି । ବିଜେପିକୁ ଭୋଟ ଦେଇ ଅଧିକାଂଶ ସେପରି ଖୁସି ନ ଥିବା ବେଳେ ନବୀନଙ୍କୁ ନେଇ ପୁଣି ସ୍ୱପ୍ନ ଦେଖିବା ଆରମ୍ଭ କଲେଣି ଅନେକ । ନୂଆପଡ଼ାର ବିଶାଳ ବିଡେଡି ଶୋଭାଯାତ୍ରା ଏସବୁକୁ ପ୍ରମାଣିତ କରୁଥିବା ବେଳେ ବିଜେଡ଼ିକୁ ନିଶାଣ କରିବାରେ ଲାଗିଛି ବିଜେପି । ଆଇନଜୀବୀ ପିତବାସ ପଣ୍ଡାଙ୍କୁ ଗୁଳି କରି ହତ୍ୟା କରିବା ମାମଲାରେ ପୂର୍ବତନ ବିଧାୟକ ବିକ୍ରମ ପଣ୍ଡାକୁ ଏହି ଜାଲରେ ଛନ୍ଦି ଦିଆଯାଇଥିବା ବେଳେ ବସନ୍ତ ପଣ୍ଡାଙ୍କ ପୁତୁରା ପଣ୍ଡା ବିଜେଡିରେ ଯୋଗ ଦେଇ ଯାଜପୁରର ଭେଟେରାନ ନେତା ପ୍ରଣବ ପ୍ରକାଶ ଦାସ (ବବି)ଙ୍କ ବେଶ ପ୍ରଂଶସା କରୁଥିବାର ଭିଡିଓ ଦୃର୍ଶ୍ୟ ବେଶ ଭାଇରାଲ ହୋଇଛି । ଏହା ପରେ ଆଜି ବବି ଏବଂ ବିଧାୟକ ଅଧିରାଜ ପାଣିଗ୍ରାହୀଙ୍କ ନାମରେ ଏକ ସଂଗୀନ ଅଭିଯୋଗ ଆଣିଛନ୍ତି ଜଣେ ଆଦିବାସୀ ଯୁବକ । ବବି ଦାସ କୁଆଡ଼େ ତାଙ୍କୁ ଅଶ୍ଳୀଳ ଭାଷାରେ ଗାଳିଗୁଲଜ କରିବା ସହ ତାଙ୍କ କଲର ଧରି ଟାଣି ନେବା ଏବଂ ବିଜେଡି ପାଇଁ କାମ ନ କଲେ ତାଙ୍କୁ ଜୀବନରେ ମାରିଦେବେ ବୋଲି ଧମକ ଦେଇଥିଲେ ବୋଲି ସେ ତାଙ୍କ ଅଭିଯୋଗରେ ଦର୍ଶାଇଥିବାର ଜଣାଯାଇଛି । ବିଜେଡି ନେତା ମନୋଜ ମିଶ୍ରଙ୍କ ଫାର୍ମ ହାଉସକୁ ଡାକି ନେଇ ଏପରି ଦୁର୍ବ୍ୟବହାର କରିଥିବା ନେଇ ସେ କୋମନା ଥାନାରେ ଏତଲା ଦେଇଥିବାର ଜଣାଯାଇଛି । ଯାହା ରାଜ୍ୟରେ ବେଶ ଆଲୋଡନ ସୃଷ୍ଟି କରିଥିବା ବେଳେ ବବି ଦାସଙ୍କ ଭଳି ଜଣେ ପରିପକ୍ୱ ତଥା ସାଂଗଠନିକ ଦକ୍ଷତା ଥିବା ନେତା ନିର୍ବାଚନ ଚାଲିଥିବା ବେଳେ ଏଭଳି ଘଟଣା ଘଟାଇବାକୁ ନେଇ ଅଧିକାଂଶ ବିଶ୍ୱାସ କରିପାରୁନାହାନ୍ତି । ହୁଏତ ସେଠାକୁ ଡାକି ବବି ଓ ତାଙ୍କ ସାଥିମାନେ ବିଜେଡି ପାଇଁ ପୂର୍ବପରି କାମ କରିବା ପାଇଁ ତାଙ୍କୁ କହିଥିବେ; ଯାହାକି ବିଶ୍ୱାସଯୋଗ୍ୟ ମନେକରାଯାଏ । ନିର୍ବାଚନ ଜିତିବା ପରେ ବବିଙ୍କ ପାୱାର ବଢ଼ିବା ନେଇ ଆଶା କରାଯାଉଥିଲା । ଏଣେ ବସନ୍ତ ପଣ୍ଡାଙ୍କ ପୁତୁରା ସାମାଜିକ ଗଣମାଧ୍ୟରେ ଦେଇଥିବା ଭିଡିଓମାନ ବେଶ ଭାଇରାଲ ହୋଇଥିବା ଏହାକୁ କାଟୁ କରିବା ପାଇଁ ବବିଙ୍କ ଉପରେ ଏପରି ଆରୋପ କରାଯାଇଥିବାର ବୁଦ୍ଧିଜୀବୀ ମହଲରେ ଚର୍ଚ୍ଚା ଯୋର ଧରିଛି । ବବି ଜଣେ ଗେମ୍ ଚେଞ୍ଜର ଭାବେ ପରିଚିତ ହୋଇଥିବା ବେଳେ ଦୃଷ୍ଟି ଆଢ଼ୁଆଳରେ ରହି ନବୀନଙ୍କ ଏକାନ୍ତ ବିଶ୍ୱସ୍ଥ ଭାବେ ଦଳର ଋଣନୀତି ପ୍ରସ୍ତୁତ କରୁଥିବାର କୁହାଯାଉଥିବା ବେଳେ ବିଜେପି ତାଙ୍କ ଉପରେ ନିଷାଣ କରୁଥିବାର କେତେକ କହିଛନ୍ତି । ପୁଣି ଅଡ଼ୁଆ ଭିତରକୁ ଆସିଛନ୍ତି ଯାଜପୁରର ଆଉ ଜଣେ ହେବି ୱେଟ୍ ନେତା ଇଂ. ପ୍ରୀତିରଂଜନ ଘଡ଼ାଇ । ଖରିଆରରୋଡ ସ୍ଥିତ ତାଙ୍କ ରହିବା ଭଡ଼ା ଘରେ ସେ ଅନୁପସ୍ଥିତ ଥିବା ବେଳେ ଆଜି ମାଜିଷ୍ଟ୍ରେଟ୍ଙ୍କ ଉପସ୍ଥିତିରେ ବଡ଼ ଧରଣର ରେଡ୍ ହୋଇଥିବା ଓ ସେଠାରୁ ସେପରି କିଛି ମିଳି ନ ଥିବାର ଜଣାଯାଇଛି । ବୋଧହୁଏ ସେଠାରେ ନିର୍ବାଚନ ପାଇଁ ଟଙ୍କା ଗଚ୍ଛିତ ରଖିଥିବାର ଆକଳନ କରାଯାଇଥିଲା । ପୋଲିସର ଏକ ଟିମ୍ ଅର୍ତକିତ ଚଢ଼ଉ କରି ସେଠାରୁ ଖାଲି ହାତରେ ଫେରିଥିବାର ଜଣାଯାଇଛି । ଯାହାକି ବିଜେଡିକୁ ଅଯଥା ନିଶାଣ କରାଯାଉଥିବାର ଆଲୋଚନା ହେଉଛି । ବହୁ ମିଡିଆରେ ଏହାର ପ୍ରସାରଣ ଦେଖି ଅଧିକାଂଶ ଲୋକେ ବିଜେଡି ଉପରେ ଅଯଥା ଆରୋପ କରାଯାଉଥିବା କଥାକୁ ହୃଦୟଙ୍ଗମ କରୁଥିବା ସହ ସାମ୍ବାଦିକମାନଙ୍କ ପ୍ରଶ୍ନ ପଚାରିବାର ଦୃର୍ଶ୍ୟ ଓ ଏହାର ହଡବଡ଼ିଆ ଉତର ବରଂ ବୁମେରାଂ ଭଳି ହୋଇଛି । ଏହାଦ୍ୱାରା ବିଜେଡ଼ିର ଇମେଜ୍ କମିବା ସ୍ଥଳେ ବରଂ କିଛିଟା ବଢ଼ିଛି । ସୁକିନ୍ଦାର ବିଧାୟକ ତଥା ପୂର୍ବତନ ମନ୍ତ୍ରୀ ଇଂ. ଘଡାଇ ଜଣେ ଧନି ନେତା ଭାବେ ପରିଚିତ ହୋଇଥିବା ବେଳେ ତାଙ୍କ ଉପରେ ନିଶାଣ କରାଯାଇଥିଲା । ଉପକୂଳ ଓଡ଼ିଶାର ଏହି ୦୨ ପ୍ରଭାବଶୀଳ ଯାଜପୁରର ଟାଣୁଆ ନେତା ନୂଆପଡ଼ାରେ ଡେରା ପକାଇ ସ୍ନେହାଙ୍ଗିନୀଙ୍କ ବିଜୟ ପଥକୁ ସୁଗମ କରୁଥିବା ବେଳେ ତାଙ୍କ ପ୍ରତି ଅଡୁଆ ପରିବେଶ ସୃଷ୍ଟି କରାଯାଉଥିବାର କୁହାଯାଉଛି । ଦେଢ଼ ବର୍ଷର ସରକାରଙ୍କ ପ୍ରତି ଅଧିକାଂଶଙ୍କ ସେପରି ସରାଗ ଭାବ ନ ଥିବା ବେଳେ ରାଜ୍ୟ ଏବେ ସ୍ଥିର ରହିଛି । ଯେତେବେଳେ ପରିବର୍ତନ ଆସେ ତାହା ପୂର୍ବରୁ ଏପରି ନୀରବ ଭାବ ସବୁଠି ଦେଖାଯାଏ । ଯାହାକୁ ବିଜେଡି ବୁଝି ପୁରା ଯୋର ଲଗାଇ ଦେଇଥିବାର କୁହାଯାଉଥିବା ବେଳେ ଡବଲ ଇଂଜିନ ସରକାର ନିର୍ବାଚନ ଜିତିବା ପାଇଁ ମଧ୍ୟ ବିଭିନ୍ନ ଗେମ ପ୍ଲାନ ଆପଣାଉଥିବାର ପରିଲକ୍ଷିତ ହେଉଛି । ନିର୍ବାଚନରେ ଟଙ୍କା କାରବାର ବଢ଼ୁଥିବା ବେଳେ ପ୍ରାୟ ଅଧିକାଂଶ ଏହାକୁ ଆଦରି ନେଇଥିବା ବେଳେ ସ୍ୱଳ୍ପ ସମ୍ବଳରେ ନିର୍ବାଚନ ବୈତରଣୀ ପାର ହେବା ମୁସ୍କିଲ ବୋଲି କୁହାଯାଉଛି । ନିର୍ବାଚନ ଯେତିକି ଯେତିକି ପାଖଉଛି ଏପରି ବିବାଦୀୟ ଘଟଣାମାନେ ସେତିକି ସେତିକି ବଢ଼ିବାରେ ଲାଗିଛି । ଦେଖାଯାଉ, ଏଠାରେ କାହାର ବାଜିମାତ୍ ହେଉଛି । 




