ମା’ଶ୍ୟାମା କାଳୀଙ୍କ ପୂଜା ପାଲଟିଛି ଗଣପର୍ବ, ବ୍ୟାସନଗର ସହର ଦୁଲୁକୁଛି, ଆସନ୍ତା ୩୧ରେ ବିଶାଳ ମେଲଣ

ବ୍ୟାସନଗର,୨୨/୧୦(ଦୁଷ୍ମନ୍ତ କୁମାର ରାଉତ/ଶୁଭ୍ରାଂଶୁ ଶେଖର ନାୟକଙ୍କ ଠାରୁ): ଓଡ଼ିଶାର କ୍ରୋମନଗରୀ ଭାବେ ପରିଚିତ ଯାଜପୁରରୋଡ ଅର୍ଥାତ୍ ବର୍ତମାନର ବ୍ୟାସନଗର ସହରର ଏବେ ଦୁଲୁକୁଛି । ଖଣି ଖାଦାନ, କଳ କାରଖାନା ପାଇଁ ପରିଚିତ ଥିବା ଏହି ସହର ମା’କାଳୀଙ୍କ ପୂଜାକୁ ମହାସମାରୋହରେ ଅନୁଷ୍ଠିତ କରି ଗୈାରବ ବହନ କରୁଛି । ମା’ ଶ୍ୟାମା କାଳୀଙ୍କ ପୂଜା ଏହି ମ୍ୟୁନିସପାଲିଟି ଅଂଚଳରେ ଦୀର୍ଘ ୧୧ ଦିନ ଧରି ବେଶ ଧୂମ୍‌ଧାମରେ ପାଳିତ ହେଉଛି । ୧୮ଟି ପେଣ୍ଡାଲରେ ମୃଣୟୀ ମୂର୍ତିଗୁଡିକ ପୂଜା ପାଉଛନ୍ତି । ମା’ ପୂଜା ଏହି ଅଂଚଳରେ ଗଣପର୍ବରେ ପରିଣତ ହୋଇଛି । ପୂଜା କମିଟିମାନେ ନିଜ ନିଜର ପୂଜା ଓ ପେଣ୍ଡାଲକୁ ଯଥେଷ୍ଟ ସରସ ସୁନ୍ଦର କରିବା ପାଇଁ ପରସ୍ପର ମଧ୍ୟରେ ପ୍ରତିଦ୍ୱନ୍ଦିତା କରୁଛନ୍ତି । ରାଜ୍ୟ ଓ ରାଜ୍ୟ ବାହାରର ନାମିଦାମୀ କଳାକାରମାନଙ୍କୁ ଆଣି ସାଂସ୍କୃତିକ କାର୍ଯ୍ୟକ୍ରମମାନ କରୁଛନ୍ତି । ମୀନା ବଜାରରେ ସନ୍ଧ୍ୟାରେ ବେଶ ଭିଡ଼ ପରିଲକ୍ଷିତ ହେଉଛି । ସହରର ମେଢ଼ଗୁଡିକ ଅତି ଉନ୍ନତ ଧରଣର କରାଯିବା ସହ ପାଶ୍ୱର୍ଚିତ୍ର ବି ସେମିତି ଯାକଜମକର ହୋଇଛି । ଯାକଜମକର ତୋରଣ ସାଂଗକୁ ଉଜ୍ଜ୍ୱଳ ଆଲୋକ ସଜ୍ଜା ଦର୍ଶକମାନଙ୍କ ମନକୁ ଛୁଉଁଛି । ଦିନ ଦ୍ୱିପ୍ରହରରୁ ଲୋକାଲ ଟ୍ରେନରେ ଭଦ୍ରଖ ପଟୁ ଏବଂ କଟକ ପଟୁ ଦର୍ଶକଙ୍କ ସୁଅ ଛୁଟୁଛି । ଯାନବାହାନରେ ଢ଼େଙ୍କାନାଳର ଭୁବନରୁ ଆରମ୍ଭ କରି ସୁକିନ୍ଦା, ଡୁବୁରୀ, କଳିଙ୍ଗନଗର, କେଉଁଝରର ଆନନ୍ଦପୁର, ପାଣିକୋଇଲି ପଟୁ ଦର୍ଶକମାନେ ମା’ଙ୍କ ଦର୍ଶନ ସହ ମୀନା ବଜାରରେ ବୁଲିବା ପାଇଁ ଧାଇଁ ଆସୁଛନ୍ତି । ବିଭିନ୍ନ ଦୋଳିର ମଜା ନେବା ପାଇଁ ପିଲାମାନେ ଏବଂ ଯୁବ ବର୍ଗ ଆଗଭର ହେଉଛନ୍ତି । କଳିଙ୍ଗନଗରରେ କାର୍ଯ୍ୟରତ ବହୁ ସଂଖ୍ୟକ ଅଣ-ଓଡ଼ିଆଙ୍କ ମନୋରଂଜନ ପାଇଁ ଏହି ମେଳା ବେଶ ଖୋରାକ୍ ଯୋଗାଉଛି । ପାଣିପାଗର ସୂଚନା ଅନୁଯାୟୀ ଗତ କାଲି ୨୧ ତାରିଖ ଠାରୁ ବର୍ଷା ହେବାର ଥିବାରୁ ଓ ତାହା ପୁଣି ସପ୍ତାହେ ଧରି ବର୍ଷିବ ବୋଲି ସୁଚନା ଦିଆଯାଇଥିବାରୁ ଆୟୋଜକମାନେ ମନସ୍ତାପରେ ଥିଲେ । ହେଲେ ମା’ଙ୍କ କରୁଣାରୁ ପାଗ ଅନୁକୂଳ ଥିବାରୁ ପୂଜା ଠିକ୍ ଠାକ୍ ଚାଲିଛି । ପ୍ରାୟ ସମସ୍ତ ପୂଜା ମଣ୍ଡପରେ ପ୍ରସାଦ ସେବନର ବ୍ୟବସ୍ଥା କରାଯାଇଛି । ଗୋପବନ୍ଧୁନଗର ପୂଜା ମଣ୍ଡପରେ ପ୍ରତ୍ୟହ ଖରାବେଳେ ପ୍ରସାଦ ସେବନର ଆୟୋଜନ କରାଯାଇଛି । ଏହି କମିଟିର ସଂପାଦକ ଭାବେ ବରିଷ୍ଠ ସାମ୍ବାଦିକ ବିଜୟ କୁମାର ସାହୁ ଦାୟିତ୍ୱ ନେଇଛିନ୍ତି । ଏଠାରେ କର୍ତାଭାବେ ଜିଲ୍ଲାର ବରିଷ୍ଠ ସାମ୍ବାଦିକ ତଥା ବ୍ୟାସ ପ୍ରିଂଟ ମିଡିଆ ଆସୋସିଏସନର ସଭାପତି ଶରତ ପଥାଳ ସସ୍ତ୍ରୀକ ଦାୟିତ୍ୱ ତୁଲାଇଛନ୍ତି । ବହୁ ଆଗଧାଡ଼ିର ଏବଂ ପୁରୁଖା ନେତୃବୃନ୍ଦ ଓ ବୁଦ୍ଧିଜୀବୀ, ସାମ୍ବାଦିକ, ଆଇନଜୀବୀ ଆଦି ସହରରେ ଶାନ୍ତି ଶୃଙ୍ଖଳାର ସହ ପୂଜା ସଂପାଦନ ପାଇଁ ସୁଚିନ୍ତିତ ଏବଂ ମୂଲ୍ୟବାନ ମତାମତ ଦେଉଛନ୍ତି । ଏହି ପୂଜା ସହରର ସୈାନ୍ଧ୍ୟର୍ଯ୍ୟ ବର୍ଦ୍ଧନ କରିଛି । ପ୍ରତିବର୍ଷ କିଛିଟା ପେଣ୍ଡାଲ ବଢ଼ୁଛି । ଯେପରିକି ଏବର୍ଷ ସହରର ସାପଗଡ଼ିଆ-ଷ୍ଟାଡିୟମ ରୋଡ଼ରେ ଷ୍ଟାଡ଼ିୟମରୋଡ କାଳୀପୂଜା ।
ଏହି ଦୀର୍ଘ ୧୧ ଦିନର ପୂଜା ଓ ଆସନ୍ତା ୩୧ ତାରିଖରେ ସହରର ପାରମ୍ପରିକ କାଳୀ ମେଲଣ ପଡ଼ିଆରେ ହେବାକୁ ଥିବା ମେଲଣ ମହୋତ୍ସବ ଏବଂ ପରବର୍ତୀ ଭଷାଣୀ କାର୍ଯ୍ୟକ୍ରମର ସୁପରିଚାଳନା କରିବା ପାଇଁ ଯାଜପୁରରୋଡ ଆଦର୍ଶ ଥାନା ଅଧିକାରୀ ଆଶିଷ କୁମାର ସାହୁ, କଳିଙ୍ଗନଗର ଅତିରିକ୍ତ ଜିଲ୍ଲାପାଳ ସପନ କୁମାର ନନ୍ଦ, ପାଣିକୋଇଲି ସ୍ଥିତ ଆରକ୍ଷୀ ଅଧିକ୍ଷକ ୟଶପ୍ରତାପ ଶ୍ରୀମଲ, ବ୍ୟାସନଗର ତହସିଲଦାର ଦେବାଶିଷ ରାଉତ, ବ୍ୟାସନଗର ପୈାର ପରିଷଦର ନିର୍ବାହୀ ଅଧିକାରୀ ପ୍ରଦୀପ କୁମାର ପାଢ଼ୀ ଓ ପୈାର କର୍ମଚାରୀ, ପୈାରପାଳ ସୁବାଷ ଚନ୍ଦ୍ର ବଳ, କାଉନସିଲର, ବିଜୁଳି ବିଭାଗ, ଜନସ୍ୱାସ୍ଥ୍ୟ ବିଭାଗ, ଦମକଳ ବିଭାଗ ଆଦିମାନେ ଶୃଙ୍ଖଳାର ସହ ପରିଚାଳନା କରିବା ନିମନ୍ତେ ଉଦ୍ୟମ ଜାରୀ ରଖିଛନ୍ତି । ସହରରେ ପୋଲିସ ଛାଉଣୀ ହୋଇଛି । ପରିସ୍ଥିତି ଏବେ ସ୍ୱାଭାବିକ ଅଛି । କୈାଣସି ପ୍ରକାରର ଅପ୍ରିତୀକର ପରିସ୍ଥିତିକୁ ଦୃଢ଼ହସ୍ତରେ ଦମନ କରିବା ପାଇଁ ଜିଲ୍ଲା ପ୍ରଶାସନ ପୁରା ସଜାଗ ରହିଛି । ପୂଜା କମିଟିମାନେ ନିଜକୁ ସଂଗଠିତ ଓ ସମୃଦ୍ଧଶୀଳ କରି ସହରରେ ଭାଇଚାରାର ଟେକ ପାଇଁ କାର୍ଯ୍ୟ କରୁଛନ୍ତି । କୋପଣ୍ଡ, ଚାନ୍ଦମା, ଆର୍ଯ୍ୟ କ୍ଲବ, ଷ୍ଟେଟ୍ ବ୍ୟାଙ୍କ, ନହକା, ଗୋପବନ୍ଧୁନଗର, ଚୋରଦା, ଲେବର ଅଫିସ ପାଖ ଆଦି ପେଣ୍ଡାଲଗୁଡିକ ବହୁ ଅର୍ଥ ବ୍ୟୟରେ ସୁ-ସଜ୍ଜିତ ହୋଇଛି ।
ବିଶେଷକରି ମା’କାଳୀଙ୍କ ପୂଜା ପାଇଁ ଏକଦା ଓଡ଼ିଶାର ଭଦ୍ରଖ, ଯାଜପୁର ସହର ୧ମ ଓ ୨ୟ ସ୍ଥାନରେ ଥିବାର କୁହାଯାଉଥିବା ବେଳେ ଏବେ ବ୍ୟାସନଗର ସହରର କାଳୀ ମେଲଣ ଅଧିକାଂଶ ୟୁଟୁବରଙ୍କ ଅନୁଯାୟୀ ୧ମ ସ୍ଥାନରେ ରହିବ ବୋଲି ଆକଳନ କରାଯାଇଛି । ତାଛଡ଼ା ମେଢ଼ଗୁଡିକ ତୁଳନାତ୍ମକ ଭାବେ ବଡ଼ ବଡ଼ ହେଉଛି । ଭଷାଣୀ ଦିନ ସହରର ରାସ୍ଥାଘାଟ ଜନ ସମୁଦ୍ରରେ ପରିଣତ ହେବା ସହ ଦିନ ୦୧ଟାରୁ ମେଢ଼ମାନଙ୍କର ଶୋଭାଯାତ୍ରା ଆରମ୍ଭ ହୋଇ ବିଳମ୍ବିତ ରାତ୍ରୀ ୦୧ ଟା ୦୨ଟା ପର୍ଯ୍ୟନ୍ତ ଚାଲିବ ବୋଲି କୁହାଯାଉଛି, ଯାହା ଅତୀତ ବର୍ଷର ପରିସ୍ଥିତିରୁ ଜଣାଯାଉଛି । ଏହି ମେଲଣରେ ସହରର ଆଖପାଖ ଅଂଚଳର କିଛି ମେଢ଼ ସାମିଲ ହେବାକୁ ଚାହୁଁଥିବା ବେଳେ ଗତ ଥର ଆଇନ ଶୃଙ୍ଖଳା ପରିସ୍ଥିତି ଏବଂ ଅତ୍ୟଧିକ ରାସ୍ତା ଜାମ ପାଇଁ ଖାଲି ବ୍ୟାସନଗର ସହରର ମେଢ଼ଗୁଡିକ ଏହି ମେଲଣରେ ସାମିଲ ହୋଇଥିଲେ । ଲକ୍ଷ ଲକ୍ଷ ଜନତାଙ୍କ ଭିଡ଼କୁ ସୁପରିଚାଳନା କରି ପୂର୍ବତନ ଥାନା ଅଧିକାରୀ ଯଥା: ରାଜୀବ ଲୋଚନ ପଣ୍ଡା, ଅମିତାଭ ମହାପାତ୍ର, ଅନୀଲ କୁମାର ମହାନ୍ତି, ଉପେନ୍ଦ୍ର କୁମାର ପ୍ରଧାନ ଆଦି ସୁନାମ ଅର୍ଜ୍ଜନ କରିସାରିଥିବା ବେଳେ ଚଳିତ ଥର ଥାନା ଅଧିକାରୀ ଆଶିଷ କୁମାର ସାହୁ ମଧ୍ୟ ନିଜର ପୋଲିସ ଟିମକୁ ଆଲର୍ଟ ରଖିଛନ୍ତି । ପୂଜା ପାଇଁ ଆଖପାଖ ଥାନାର ଅଧିକାରୀ, ପୋଲିସ ବଳ ସହରରେ ମୃତୟନ ମଧ୍ୟ ଅଛନ୍ତି । ମେଲଣ ଦିନ ପୋଲିସି ସଂଖ୍ୟା ବହୁ ଅଧିକ ରହିବ ବୋଲି କୁହାଯାଉଛି ।
ସହରର ପୂଜା ସ୍ଥିତି ପରିଖିବା ଆଜି ୦୨ଟି ମେଢ଼କୁ ପାଖକୁ ଆମ ‘ଉଦୟବଟ’ ଟିମ୍ ଯାଇଥିଲା । ଏଥିରେ ସାମିଲ ଥିଲେ ସଂପାଦକ ଦୁଷ୍ମନ୍ତ କୁମାର ରାଉତ, ପ୍ରତିନିଧି ଅନୂପ କୁମାର ଦାସ ଏବଂ କ୍ୟାମେରା ମ୍ୟାନ ଶୁଭ୍ରାଂଶୁ ଶେଖର ନାୟକ । ୦୨ ବର୍ଷ ତଳୁ ସହରର ଲେବର ଅଫିସ ପାଖରେ ଅନୁଷ୍ଠିତ ହେଉଥିବା ପୂଜା । ଏଠାରେ ମେଢ଼ ଖୁବ ଆକର୍ଷଣୀୟ ହୋଇଛି । ସାଜସଜ୍ଜା ବେଶ ବି ଉଚ୍ଚକୋଟୀର ହୋଇଛି । ଏହାପରେ ଆମେ ଆସିଥିଲୁ, ସାପଗଡିଆ-ଷ୍ଟାଡିୟମରୋଡ଼ ରାସ୍ତା କଡ଼ରେ ଚଳିତ ଥର ନୂଆ କରି ହୋଇଥିବା ମା’ ଶ୍ୟାମା କାଳୀଙ୍କ ପୂଜା ମଣ୍ଡପକୁ । ବେଶ ଶୃଙ୍ଖଳାରେ, ଯଥା ବିଧିମତେ ଏଠାରେ ପୂଜା ଅନୁଷ୍ଠିତ ହେଉଛି । କମିଟିର କର୍ମକର୍ତା ଓ ସଦସ୍ୟମାନେ ଉପସ୍ଥିତ ରହି ପୂଜାର ସୁପରିଚାଳନା କରୁଥିବାର ପରିଲକ୍ଷିତ ହୋଇଛି । ଏଠାରେ ପୂଜା ହେବା ପାଇଁ ୦୨ ବର୍ଷ ତଳେ ସାପଗଡ଼ିଆ ଛକ ସ୍ଥିତ “ଲକ୍ଷ୍ମୀନାରାୟଣ ମନ୍ଦିର” ପ୍ରାଙ୍ଗଣରେ ଅଂଚଳର ବରିଷ୍ଠ ନେତା ଅକ୍ଷୟ କୁମାର ନାୟକ, ମନ୍ଦିରର ମୁଖ୍ୟ ପୁରୋଧା ଗଦାଧର ଜେନା, ବ୍ୟାସନଗର ସହରର ବରିଷ୍ଠ ସମାଜସେବୀ ଓ ଶ୍ରମିକ ନେତା ଚନ୍ଦମଣି ସାମଲ, ‘ଉଦୟବଟ’ର ସଂପାଦକ ଦୁଷ୍ମନ୍ତ କୁମାର ରାଉତ, ଯୁବ ନେତା ଅନୂପ କୁମାର ନାୟକ, ଦେବ ଦାସ, ଜିନ୍ଦଲ ଷ୍ଟିଲର ବିଜୟାନନ୍ଦ ମହାରଣା ଆଦି ବୈଠକ କରି ଏହି ଅଂଚଳରେ ନୂଆ କାଳୀ ମେଢ଼ କରିବା ପାଇଁ ଯୋଜନା କରିଥିଲେ । ହେଲେ ବିଳମ୍ବରେ ହେଉ ପଛେ ଏହି ଅଂଚଳରେ ଏକ ପୂଜା ମଣ୍ଡପ ହୋଇଥିବାରୁ ସହରରେ ଆଉ ଏକ ପେଣ୍ଡାଲ ବଢ଼ିଛି । କର୍ମକର୍ତା ଓ ସ୍ଥାନୀୟ ଅଂଚଳର ଯୁବକମାନେ ଏଥିରେ ସାମିଲ ପୂଜାକୁ ସରଗରମ କରିବା ସହିତ ଷ୍ଟେଜ୍ ପ୍ରୋଗାମ ଜାରୀ ରଖିବା ପାଇଁ ଯୋଜନା ପ୍ରସ୍ତୁତ କରୁଛନ୍ତି । ବେଶ ସଫାସୁତୁରା ପରିବେଶରେ ଏଠାରେ ପୂଜକ ଗୁଣନିଧି ପଣ୍ଡାଙ୍କ ତତ୍ୱାବଧାନରେ ପୂଜା କାର୍ଯ୍ୟ ଚାଲିଛି ।

Live Share Market

जवाब जरूर दे 

आप अपने सहर के वर्तमान बिधायक के कार्यों से कितना संतुष्ट है ?

View Results

Loading ... Loading ...

Related Articles

Back to top button
.
Website Design By Bootalpha.com +91 84482 65129
.
Close