ଅନ୍ତର୍ଭୂକ୍ତିକାରୀ ବିକାଶର ଏକ ଦଶନ୍ଧି : ସ୍ଥାନୀୟ ଅଞ୍ଚଳର ରୂପାନ୍ତରଣରେ ଯୋଗଦାନ ଦେଇ ଚାଲିଛି ଟାଟା ଷ୍ଟିଲ୍ କଳିଙ୍ଗନଗର

– ଦୀର୍ଘସ୍ଥାୟୀ ଜୀବିକା ନିର୍ବାହ, ସ୍ଥାନୀୟ ଉଦ୍ୟୋଗ ଏବଂ ଅଭିବୃଦ୍ଧିରେ ଯୋଗଦାନ
– ଉନ୍ନତ ଜୀବନଯାପନ ପାଇଁ ସ୍ୱାସ୍ଥ୍ୟ, ପୁଷ୍ଟିକର ଖାଦ୍ୟ ଏବଂ ଜଳ ନିରାପତ୍ତାକୁ ଗୁରୁତ୍ଵ ପ୍ରଦାନ

କଳିଙ୍ଗନଗର, ନଭେମ୍ବର ୧୩, ୨୦୨୫: ବିଗତ ଏକ ଦଶନ୍ଧି ମଧ୍ୟରେ ଟାଟା ଷ୍ଟିଲ କଳିଙ୍ଗନଗର (ଟିଏସକେ) ଏକ ଶିଳ୍ପ ଶକ୍ତି ଭାବରେ ପରିଣତ ହୋଇ ଏହାର କାର୍ଯ୍ୟକ୍ଷେତ୍ରର ଚାରିପାଖରେ ସର୍ବାଙ୍ଗୀନ ଉନ୍ନତି ତଥା ଦୀର୍ଘସ୍ଥାୟୀ ବିକାଶ ପାଇଁ ନିଜର ଯୋଗଦାନ ଜାରି ରଖିଛି । ୨୦୧୫ରୁ କଳିଙ୍ଗନଗର ଶିଳ୍ପାଞ୍ଚଳରେ ଦେଶର ଏକ ପ୍ରମୁଖ ପ୍ଳାଣ୍ଟ ଭାବରେ ଉତ୍ପାଦନ ଆରମ୍ଭ କରିଥିବା ଟିଏସକେ “ଏକ ରାଷ୍ଟ୍ର ଗଠନ ଏବଂ ସ୍ଥାନୀୟ ଲୋକମାନଙ୍କୁ ସୁଦୃଢ କରିବାର” ର ଆଦର୍ଶ ଦ୍ୱାରା ପରିଚାଳିତ । ଏହାର ସହଯୋଗୀ ସଂସ୍ଥା ଟାଟା ଷ୍ଟିଲ୍ ଫାଉଣ୍ଡେସନ୍ (ଟିଏସ୍ଏଫ୍) ମାଧ୍ୟମରେ କମ୍ପାନୀ ଶିକ୍ଷା, ସ୍ୱାସ୍ଥ୍ୟସେବା, ଜୀବିକା, ଦକ୍ଷତା ବିକାଶ ଏବଂ ମହିଳା ସଶକ୍ତିକରଣ ଦ୍ଵାରା ଗତ ୧୦ ବର୍ଷରେ ମଧ୍ୟରେ କଳିଙ୍ଗନଗରର ମୋଟ ୧୪,୨୭,୧୬୪ ଲକ୍ଷ ଲୋକଙ୍କ ନିକଟରେ ପହଞ୍ଚିପାରିଛି । ଅର୍ଥିକବର୍ଷ ୨୦୨୫ ହିଁ କେବଳ ଟିଏସ୍ଏଫ୍ ୨.୭୯ ଲକ୍ଷ ବ୍ୟକ୍ତିବିଶେଷଙ୍କୁ ସକରାତ୍ମକ ଭାବରେ ପ୍ରଭାବିତ କରିପାରିଛି ଏବଂ ଦୀର୍ଘସ୍ଥାୟୀ ତଥା ଆତ୍ମନିର୍ଭରଶୀଳ ସମାଜ ଗଠନ ପାଇଁ ନିଜର ପ୍ରତିବଦ୍ଧତାକୁ ପ୍ରଦର୍ଶିତ କରିଛି । ଏହି ରୂପାନ୍ତରଣ ମୂଳରେ ମହିଳାମାନେ ପରିବର୍ତ୍ତନର ପ୍ରକୃତ ଏଜେଣ୍ଟ ଭାବରେ ନିଜକୁ ପରିପ୍ରକାଶ କରୁଛନ୍ତି । ଟିଏସ୍ଏଫ୍ ର ଦିଶା କାର୍ଯ୍ୟକ୍ରମ ମାଧ୍ୟମରେ, ୩୪୫ ଜଣ ନେତୃତ୍ୱ ପ୍ରଶିକ୍ଷଣ ପାଇଛନ୍ତି ଏବଂ ୧,୫୨୨ ଜଣ ଡିଜିଟାଲ୍ ସାକ୍ଷରତା ହାସଲ କରିଛନ୍ତି । ଅନେକେ ପ୍ରଥମ ଥର ପାଇଁ ସ୍ୱାଧୀନ ଭାବରେ ନିଜ ଖର୍ଚ ନିର୍ବାହ କରୁଛନ୍ତି । କ୍ଷୁଦ୍ର ଉଦ୍ୟୋଗ ଏବଂ ସ୍ଥାନୀୟ ଅଞ୍ଚଳର ବିକାଶ କ୍ଷେତ୍ରରେ ସେମାନେ ସକ୍ରିୟ ଭାବେ ଅଂଶଗ୍ରହଣ କରୁଛନ୍ତି । ୧,୩୦୦ ରୁ ଅଧିକ ମହିଳା ଗ୍ରାମ ସଭାରେ ଯୋଗଦେଇଛନ୍ତି ଏବଂ ଅନେକେ ଦିଦି କାଫେ, ଷ୍ଟେସନାରୀ ଦୋକାନ, ଏବଂ ୟୁଟିଲିଟି ଷ୍ଟୋର ଚଳାଉଛନ୍ତି, ଆତ୍ମବିଶ୍ୱାସ, ସ୍ୱାଧୀନତା ଏବଂ ସାମାଜିକ ପ୍ରଗତିକୁ ପ୍ରୋତ୍ସାହନ କରୁଛନ୍ତି ।

     ସାମୂହିକ ସଶକ୍ତିକରଣର ଏକ ଉଜ୍ଜ୍ୱଳ ଉଦାହରଣ ହେଉଛି ନବଜୀବନ, ଏହାଏକ ମହିଳା ସମବାୟ ସମିତି ଯାହାକି ୨୦୧୨ ରେ ପ୍ରତିଷ୍ଠିତ ହୋଇଥିଲା। ପାରମ୍ପାରିକ ହସ୍ତଶିଳ୍ପ ଏବଂ ସଉରା କଳା ମାଧ୍ୟମରେ ଏହାର ସଦସ୍ୟ ମାନେ ବାର୍ଷିକ ପ୍ରାୟ ୪୦-୬୦ ଲକ୍ଷ ଟଙ୍କା ଆୟ କରୁଛନ୍ତି । ଏହାର ସଦସ୍ୟା କୌଶଲ୍ୟା ପାତ୍ର ଓ ସୁମିତ୍ରା ଜାମୁଡା ରାଜ୍ୟ ଶିଳ୍ପ ପୁରସ୍କାର ପାଇଁ ମନୋନିତ ହୋଇଥିବାବେଳେ, “ଟାଇଟାନ” ସହ ମିଳିତ ଉଦ୍ୟମ ଓ “କଳା ଘୋଡ଼ା ଆର୍ଟ୍ସ ଫେଷ୍ଟିଭାଲ” ରେ ଯୋଗଦାନ କରି ଓଡ଼ିଶାର ଶିଳ୍ପକଳାକୁ ଜାତୀୟ ସ୍ତରରେ ପରିଚୟ ଦେଇଛନ୍ତି । ଓଡିଶା ସରକାରଙ୍କ ସହଭାଗିତାରେ ଟାଟା ଷ୍ଟିଲ୍ ଫାଉଣ୍ଡେସନ୍ (ଟିଏସ୍ଏଫ୍) ଡିସେମ୍ବର ୨୦୨୪ ରେ ଜାତୀୟ ଦକ୍ଷତା ମିଶନ୍ ଅଧୀନରେ ଦାନଗଦୀରେ ଏକ ମଲ୍ଟି ସ୍କିଲ୍ ସେଣ୍ଟର ସ୍ଥାପନ କରିଥିଲା। ପୋଷଣ ପ୍ରକଳ୍ପ ମାଧ୍ୟମରେ ଟିଏସଏଫ କଳିଙ୍ଗନଗର ଏବଂ ଏହାର ଆଖପାଖ ଅଞ୍ଚଳର ୩୯ଟି ଗ୍ରାମପଞ୍ଚାୟତରେ କୁପୋଷଣ ସ୍ଥିତିରେ ଅଧିକ ସୁଧାର ଆଣିବା ପାଇଁ ସରକାରକୁ ସହଯୋଗ କରିଆସୁଛି । ଜଳ ସଂରକ୍ଷଣ ପଦକ୍ଷେପ ମାଧ୍ୟମରେ, ଆର୍ଥିକବର୍ଷ ୨୦୨୫ରେ ୬୮୯ ଏକରରୁ ଅଧିକ ଶୁଷ୍କ ଜମିକୁ ଉର୍ବର ଚାଷ ଜମିରେ ପରିଣତ କରାଯାଇ ୧୦.୩୬ ନିୟୁତ ଘନଫୁଟ ଜଳ ସଂରକ୍ଷଣ ସ୍ଥାନ ସୃଷ୍ଟି ହୋଇଛି । ବିଗତ ଦୁଇ ବର୍ଷ ମଧ୍ୟରେ, ବିଭିନ୍ନ ଉଦ୍ୟମ ମାଧ୍ୟମରେ ୩୦୦ ନିୟୁତ ଘନଫୁଟରୁ ଅଧିକ ଜଳ ସଂରକ୍ଷଣ କ୍ଷମତା ଯୋଡ଼ାଯାଇଛି, ଯାହା ପରିବେଶ ଉପଯୋଗୀ କୃଷି କ୍ଷେତ୍ରରେ ଅଗ୍ରସର କରୁଛି ।

    ଆଦିବାସୀ ପରିଚୟକୁ ବଞ୍ଚାଇ ରଖିବା ଏବଂ ଶିକ୍ଷାକୁ ପ୍ରୋତ୍ସାହିତ କରିବା ପାଇଁ ୭୫ ଟି ଆଦିବାସୀ ଭାଷା କ୍ଲାସ ମାଧ୍ୟମରେ ଦୁଇଟି ବ୍ଲକରେ ୩,୦୦୦ ଛାତ୍ରଛାତ୍ରୀ ଲାଭାନ୍ବିତ ହୋଇଛନ୍ତି । ୨୦୨୫ ଆର୍ଥିକ ବର୍ଷରେ ଜ୍ୟୋତି ଫେଲୋଶିପ ମାଧ୍ୟମରେ ୮୩୬ ଜଣ ମେଧାବୀ ଛାତ୍ରଛାତ୍ରୀ (୭୦ପ୍ରତିଶତ ଝିଅ) ୭୫ ଲକ୍ଷ ର ଛାତ୍ରବୃତ୍ତି ପାଇଛନ୍ତି। ଶିକ୍ଷା ସିଗନେଚର ପ୍ରକଳ୍ପ ଓ ମଡେଲ୍ ସ୍କୁଲ୍ ଯୋଜନା ଦ୍ଵାରା ଗୁଣାତ୍ମକ ଶିକ୍ଷା ସୁନିଶ୍ଚିତ କରାଯାଉଛି । ୨୦୧୫ ଠାରୁ ଆରମ୍ଭ ହୋଇଥିବା ଟାଟା ଷ୍ଟିଲ୍ ମେଡିକା ସୁପର ସ୍ପେସିଆଲିଟି ହସ୍ପିଟାଲ୍ କଳିଙ୍ଗନଗର ଏବଂ ନିକଟବର୍ତ୍ତୀ ଅଞ୍ଚଳରେ ଉନ୍ନତ ସ୍ୱାସ୍ଥ୍ୟସେବାର ଯୋଗାଇ ଆସୁଛି । ୧୦୦ ଶଯ୍ୟା ବିଶିଷ୍ଟ ସୁବିଧା ଥିବା ଏହି ହସ୍ପିଟାଲ୍ ର ଏକାଧିକ ବିଭାଗରେ ଅତ୍ୟାଧୁନିକ ଚିକିତ୍ସା ସେବା ପ୍ରଦାନ କରୁଛି । ଯାହା କେବଳ କଳିଙ୍ଗନଗରର ସ୍ଥାନୀୟ ଲୋକଙ୍କ ପାଇଁ ନୁହେଁ ବରଂ ସମଗ୍ର ଯାଜପୁର ଜିଲ୍ଲାରେ ରହୁଥିବା ପ୍ରତ୍ୟକ ଲୋକଙ୍କ ପାଇଁ ଗୁଣାତ୍ମକ ଚିକିତ୍ସା ସେବା ସୁନିଶ୍ଚିତ କରିଥାଏ । ଏହି ପ୍ରକଳ୍ପ ଗୁଡ଼ିକ ପରେ ମଧ୍ୟ, ଟାଟା ଷ୍ଟିଲ କଳିଙ୍ଗନଗରର ବିକାଶ ପ୍ରୟାସଗୁଡ଼ିକର ପ୍ରଭାବ ସାରା ଅଞ୍ଚଳରେ ଦୃଶ୍ୟମାନ ହେଉଛି ଯେପରିକି କ୍ଷୁଦ୍ର ବ୍ୟବସାୟୀ, ଦୋକାନୀ, ଡ୍ରାଇଭର, ଏବଂ ଫେରିବାଲା, ରାସ୍ତାକଡ ଉଠାଦୋକାନୀଙ୍କ ଭଳି ହଜାର ହଜାର ଲୋକଙ୍କ ପାଖରେ ଜୀବନ ଜୀବିକାରେ ଉନ୍ନତି ଆସିପାରିଛି ।

Live Share Market

जवाब जरूर दे 

आप अपने सहर के वर्तमान बिधायक के कार्यों से कितना संतुष्ट है ?

View Results

Loading ... Loading ...

Related Articles

Back to top button
.
Website Design By Bootalpha.com +91 84482 65129
.
Close