ଯାଜପୁରରୋଡ଼ ରେଳବାଇ ଷ୍ଟେସନ ପରାମର୍ଶ ଦାତା କମିଟି ଗଠିତ

ବ୍ୟାସନଗର: ପୂର୍ବତଟ ରେଳବାଇ ଖୋର୍ଦ୍ଧା ଡିଭିଜନ ତରଫରୁ ଯାଜପୁରରୋଡ଼ ରେଳ ଷ୍ଟେସନ ପରାମର୍ଶଦାତା କମିଟି ଗଠନ କରାଯାଇଛି। ଏନେଇ ଖୋର୍ଦ୍ଧା ରେଳବାଇ ଡିଭିଜନ ତରଫରୁ ଚିଠି ମାଧ୍ୟମରେ ସବିଶେଷ ଯାଜପୁରରୋଡ଼ ରେଳ ଷ୍ଟେସନ ପରିଚାଳକଙ୍କୁ ଅବଗତ କରାଯିବା ସହିତ ସମସ୍ତ ନବନିଯୁକ୍ତ ସଦସ୍ୟଙ୍କୁ ବିଭାଗୀୟ ଚିଠି ୧୭। ୧୦। ୨୫ରେ ପ୍ରେରଣ କରାଯାଇଛି। ଯାଜପୁର ରୋଡ଼ ଚାମ୍ବର ଅଫ କମର୍ସ ର ସମ୍ପାଦକ ସଦାଶିବ ଦାସ, ଶିକ୍ଷାବିତ୍ ତଥା ସୁକିନ୍ଦା କଲେଜ ଭାରପ୍ରାପ୍ତ ଅଧ୍ୟକ୍ଷ ହିମାଂଶୁ ଶେଖର ଦ୍ବିବେଦୀ, ବରିଷ୍ଠ ସାମ୍ବାଦିକ ଡ଼. ଚିନ୍ତାମଣି ପାଢୀ, ନିୟମିତ ରେଳଯାତ୍ରୀ ସଂଘ ପକ୍ଷରୁ ଅନୁପ କୁମାର କୁଣ୍ଡୁ, ବ୍ୟାସନଗର ପୌର ପରିଷଦର ୨୦ ନମ୍ବର କାଉନସିଲର ସରୋଜିନୀ ସେଠୀ, ଏନଜିଓ ଏନଆଇଏସଡବ୍ଲୁ ତରଫରୁ ସୂଦୀପ୍ତା ଜେନା, ପରିବେଶ ସୁରକ୍ଷା ସଂଗଠନ ସମ୍ପାଦକ ରାଜେନ୍ଦ୍ର କୁମାର ନାୟକଙ୍କୁ ପରାମର୍ଶ ଦାତା କମିଟି ସଦସ୍ୟ ଭାବେ ଖୋର୍ଦ୍ଧା ଡିଭିଜନ ତରଫରୁ ମନୋନୟନ କରାଯାଇଛି। ରେଳ ଷ୍ଟେସନ ଅସୁବିଧା, ରେଳଯାତ୍ରୀ ଓ ଷ୍ଟେସନ ସମ୍ବଦ୍ଦୀୟ ସମସ୍ତ ଆବଶ୍ୟକୀୟ କାର୍ଯ୍ୟକୁ ଉକ୍ତ କମିଟି ତର୍ଜମା କରିବା ସହିତ ଏନେଇ ଖୋର୍ଦ୍ଧା ଡିଭିଜନ ଉଚ୍ଚ କର୍ତୃପକ୍ଷଙ୍କ ଦୃଷ୍ଟି ଆକର୍ଷଣ କରି ତୁରନ୍ତ ସମାଧାନ କରିବାକୁ ପ୍ରସ୍ତାବମାନ ଯୋଗାଇଦେବ। ଉକ୍ତ କମିଟି ଦୁଇବର୍ଷ ପାଇଁ ଅର୍ଥାତ ୩୧. ୧୨. ୨୬ ପର୍ଯ୍ୟନ୍ତ ବୈଧ ରହିବ ବୋଲି ଖୋର୍ଦ୍ଧା ରେଳବାଇ ଡିଭିଜନ ତରଫରୁ ବିଜ୍ଞପ୍ତି ମାଧ୍ୟମରେ ପ୍ରକାଶ ପାଇଛି।

Live Share Market

जवाब जरूर दे 

आप अपने सहर के वर्तमान बिधायक के कार्यों से कितना संतुष्ट है ?

View Results

Loading ... Loading ...

Related Articles

Back to top button
.
Website Design By Bootalpha.com +91 84482 65129
.
Close