ମା’ ଶ୍ୟାମା କାଳୀଙ୍କ ମେଲଣରେ ଦୁଲୁକୁଛି ବ୍ୟାସନଗର ସହର, ପୋଲିସ ଓ ପ୍ରଶାସନର ଆଇନ ଶୃଙ୍ଖଳା ଉପରେ କଡ଼ା ନଜର

ବ୍ୟାସନଗର, ୧୮/୧୧(ସୁମିତ୍ରା ମିଶ୍ର/ଦୁଷ୍ମନ୍ତ କୁମାର ରାଉତଙ୍କ ଠାରୁ): ଭାରତର ଧାତବ ଶିଳ୍ପ ରାଜଧାନୀ କଳିଙ୍ଗନଗରର ଉପକଣ୍ଠ ଯାଜପୁର ଜିଲ୍ଲାର କ୍ରୋମନଗରୀ ଭାବେ ପରିଚିତ ୨୬ ୱାର୍ଡ ବିଶିଷ୍ଟ ବ୍ୟାସନଗର ମ୍ୟୁନିସପାଲିଟି ଆଜି ବୁଧବାର ମଧ୍ୟାହ୍ନ ଠାରୁ ଦୁଲୁକୁଛି । ବିଭିନ୍ନ ପ୍ରକାରର ବାଜା, ବାଣ, ନୃତ୍ୟ, ଗୀତ, ସଂ।ସ୍କୃତିକ କାର୍ଯ୍ୟକ୍ରମରେ ଫାଟି ପଡୁଛି ରାଜରାସ୍ତା । ଗତ କାଲି ରାତ୍ରୀରୁ ବହୁ ନାମୀ ଦାମୀ ବ୍ରାଣ୍ଡ ପାର୍ଟି, କଳାକାର ଆଦିକୁ ସହରକୁ ଅଣାଯାଇଥିଲା ବିଭିନ୍ନ ମା’ କାଳୀ ପେଣ୍ଡାଲର ଆୟୋଜକମାନଙ୍କ ଦ୍ୱାରା । ପେଣ୍ଡାଲ ପେଣ୍ଡାଲ ମଧ୍ୟରେ ସବୁ ବର୍ଷ ପରି ଆଜି ମଧ୍ୟ କିଏ କିଏ ଭଲ କରିବ ଓ ସ୍ଥାନୀୟ ଚୋରଦା ସ୍ଥିତ କାଳୀ ମେଲଣ ପଡିଆରେ ଆୟୋଜନ, ମେଢ଼ର ସୁନ୍ଦରତା ଆଜିର ଶୋଭାଯାତ୍ରା ପାଇଁ ପରସ୍କୃତ ହେବ ସେଥିଲାଗି ପୂଜା କମିଟି ମଧ୍ୟରେ ପ୍ରତିଦ୍ୱନ୍ଦିତା ଦେଖାଯାଇଛି । କମିଟିମାନେ ଭିନ୍ନ ଭିନ୍ନ ପୋଷାକରେ ମଧ୍ୟ ସଜ୍ଜିତ ହୋଇ ଯେଝା ଯେଝାର ମେଢ଼କୁ ରାସ୍ତାରେ ଆଗେଇ ନେଉଛନ୍ତି । ମଧ୍ୟାହ୍ନ ୦୧ ଟା ପରେ ସହର ମଧ୍ୟକୁ ଗାଡି ଚଳାଚଳ ବନ୍ଦ ରଖିବା ସହ ଜନସମୂଦ୍ରକୁ ନିୟନ୍ତ୍ରଣ କରିବାକୁ ପୋଲିସ ଓ ଜିଲ୍ଲା ପ୍ରଶାସନ ପକ୍ଷରୁ ଆଗୁଆ ସୁବନ୍ଦୋବସ୍ତ କରାଯାଇଥିଲା । ଫଳସ୍ୱରୂପ ଆଜି ଦିନ ୧୨ଟା ଠାରୁ ପୋଲିସ ବିଭିନ୍ନ ଛକ, ସମ୍ବେଦନଶୀଳ ସ୍ଥାନ, ରାସ୍ତା ଆଦିରେ ମହଜୁଦ ହୋଇ ରହିଥିଲେ । ବ୍ୟାପକ ସଂଖ୍ୟକ ପୋଲିସ ଫୋର୍ସ ମୃତୟନ ହୋଇ ମେଲଣରେ ହେବାକୁ ଥିବା ଲକ୍ଷାଧିକ ଶ୍ରଦ୍ଧାଳୁ ଓ ଦର୍ଶକଙ୍କ ଭିଡକୁ ଆଖି ଆଗରେ ରଖି ପଇଁତରା ମାରୁଥିଲେ । ସହରରେ ଚଳିତ ବର୍ଷ ଧବଳଗିରିର କାଳୀ ପୀଠକୁ ଛାଡି ୧୮ଟି ପେଣ୍ଡାଲରେ ମୃଣୟମୟୀ ମାଆ ପୂଜା ପାଉଥିଲେ । ପ୍ରତିଦିନ ସନ୍ଧ୍ୟାରେ ବିଭିନ୍ନ ପ୍ରକାରର ସାଂସ୍କୃତିକ କାର୍ଯ୍ୟକ୍ରମ ସାଂଗକୁ ଦିନରେ ପ୍ରସାଦ ସେବନର ବ୍ୟବସ୍ଥା ମଧ୍ୟ ହୋଇଥିଲା । ପୂଜା ପେଣ୍ଡାଲକୁ ବୁଲିବା ପାଇଁ ବହୁ ପ୍ରତିଷ୍ଠିତ ବ୍ୟକ୍ତିବିଶେଷ ଓ ଅଧିକାରୀମାନେ ନିୟମିତ ଆସୁଥିଲେ । ଆଜିର ମେଲଣରେ ଲକ୍ଷାଧିକ ବ୍ୟକ୍ତି ସାମିଲ ହୋଇଥିବା ବେଳେ ବହୁ ଲୋକ ଘରର ଛାତ ଉପରୁ, ବାଲକୋନୀରୁ ଓ ବହୁ ଲୋକ ରାସ୍ତା କଡରେ ଚେୟାର ପକାଇ ବସି ମେଢ଼ମାନଙ୍କର ସୁନ୍ଦର ଶୋଭାଯାତ୍ରାକୁ ଉପଭୋଗ କରୁଛନ୍ତି ।  ଯାଜପୂର ଓ ବ୍ୟାସନଗରର ଗଣପର୍ବ ମା’ ଶ୍ୟାମାକାଳୀଙ୍କ ପୂଜା ପାଇଁ ସମୁଦାୟ ବ୍ୟାସନଗର ସହର ୧୧ ଦିନ ବ୍ୟାପୀ ଉତ୍ସବ ମୁଖରିତ ହୋଇଥିଲା । ସହରରେ ମୋଟାମୋଟି ଭାବେ ଭାଇଚାରର ସୁନିଦର୍ଶନ ଦେଖିବାକୁ ମିଳିଥିଲା । ମାତ୍ର ସହରର ରାସ୍ତା ଘାଟର ଉନ୍ନତିକରଣ କଥା ପୂର୍ବ ପ୍ରସ୍ତୁତି ବୈଠକରେ ବାରମ୍ବାର ଦୋହରାଯାଇଥିଲେ ହେଁ ଫଳ ସେପରି ଆଖିଦୃର୍ଶିଆ ନ ଥିଲା । ବହୁ ଅଭିଯୋଗ କରନ୍ତି ଯେ, ରାସ୍ତା ଭଲ ନ କରି ଖାଲି ଗୁଡାଏ ହମ୍ପସ୍ କରିଦେଲେ କ’ଣ ହେବ । ବରଂ ଏହା ବରିଷ୍ଠ ନାଗରିକ, ଛୋଟ ପିଲା, ମହିଳା ଏବଂ ବିଶେଷକରି ରୋଗୀ ଲୋକଙ୍କ ପାଇଁ ଗତ ବର୍ଷରୁ ସମସ୍ୟା ସୃଷ୍ଟି କରିଆସୁଛି । ପାଣିକୋଇଲି ଆର ଆଣ୍ଡ ବି ବିଭାଗ ଓ ସ୍ଥାନୀୟ ବ୍ୟାସନଗର ପୈାର ପରିଷଦର ଖାମଖିଆଲି ନୀତି ପାଇଁ ସୁନ୍ଦର ଓ ମଜଭୂତ ରାସ୍ତା ତିଆରିରେ ବାଧକ ସାଜୁଛି । ଫଳତଃ ଦେଢ଼ ଲୋକ ପାଖାପାଖି ଜନ ସଂଖ୍ୟା ବିଶିଷ୍ଟ ଏହି ସହରଟି ବିଭିନ୍ନ ସମସ୍ୟାରେ ପେଷି ହେଉଥିବା ବେଳେ ଏଠି ହୀନ ରାଜନୀତିରେ ସାଧାରଣ ଜନତା ଓ ବୁଦ୍ଧିଜୀବୀ ନୀରବଦ୍ରଷ୍ଟା ସାଜିଛନ୍ତି ।
ସୂଚନାଯୋଗ୍ୟ, ଆଜିର ଏହି ମେଲଣ ଓ ଜନସମୂଦ୍ରକୁ ନିୟନ୍ତ୍ରଣ ରଖିବାରେ ପୋଲିସ ଓ ପ୍ରଶାସନର ଭୂମିକା ବେଶ ପ୍ରଂଶସନୀୟ । ଯାଜପୁରରୋଡ ଆଦର୍ଶ ଥାନା ଅଧିକାରୀ ଆଶିଷ କୁମାର ସାହୁ, ବ୍ୟାସନଗର ତହସିଲଦାର ତଥା ଏକ୍‌ଜିକ୍ୟୁଟିଭ ମାଜିଷ୍ଟ୍ରେଟ ପ୍ରଶାନ୍ତ କୁମାର ପୂହାଣ, କୋରେଇ ଥାନା ଅଧିକାରୀ ରାକେଶ କୁମାର ତ୍ରିପାଠୀ, ବ୍ୟାସନଗର ପୌର ପରିଷଦର ନିର୍ବାହୀ ଅଧିକାରୀ ରଂଜିତ କୁମାର ମଲ୍ଲିକ, ଏସଡିପିଓ ଶରତ କୁମାର ପାତ୍ର, କଳିଙ୍ଗନଗର ଅତିରିକ୍ତ ଜିଲ୍ଲାପାଳ ସପନ କୁମାର ନନ୍ଦ ପ୍ରମୁଖ ଲଗାତର ପ୍ରଚେଷ୍ଟା ଜାରୀ ରଖି ଚଳିତ ବର୍ଷ ପୂଜାକୁ ବେଶ ଶାନ୍ତି ଶୃଙ୍ଖଳାରେ ସମ୍ପାଦିତ କରିଥିବାର ଦେଖାଯାଇଛି । ସ୍ଥାନୀୟ ଜି.ଆର.ପି ପୋଲିସ, ରେଳ ସୁରକ୍ଷା ବଳ (ଆରପିଏଫ) ନିରୀକ୍ଷକ କ୍ଷୀର ସାଗର ଭଂଜ ଓ ତାଙ୍କ କର୍ମଚାରୀଙ୍କ ଭୂମିକା ମଧ୍ୟ ଷ୍ଟେସନ ବଜାର ଓ ଚଳିତ ପୂଜାରେ ଶାନ୍ତି ଶୃଙ୍ଖଳା ରକ୍ଷାରେ ଉଲ୍ଲେଖନୀୟ ଅଟେ । ଏହାଛଡ଼ା ପଡୋଶୀ ଥାନା ଅଧିକାରୀମାନେ ଓ କର୍ମଚାରୀମାନେ ବ୍ୟାସନଗରର କାଳୀ ପୂଜା ଓ ମେଲଣରେ ସାମିଲ ହୋଇ ଶାନ୍ତି ଶୃଙ୍ଖଳା ରକ୍ଷାରେ ସହଯୋଗ କରିଥାନ୍ତି । ଯାଜପୂର ଜିଲ୍ଲାପାଳ ଅମ୍ବର କୁମାର କର ଓ ଆରକ୍ଷୀ ଅଧିକ୍ଷକ ଯଶପ୍ରତାପ ଶ୍ରୀମଲ ମଧ୍ୟ ଏହାର ପ୍ରତ୍ୟକ୍ଷ ତତ୍ୱାବଧାନ କରିଥାନ୍ତି । ପ୍ରକାଶଥାଉକି, ପୂର୍ବ ବର୍ଷମାନଙ୍କରେ ମଧ୍ୟ ଏଠାରେ କାଯ୍ୟରତ ଥିବା ଥାନା ଅଧିକାରୀ ତପନ କୁମାର ମହାନ୍ତି, ପରେଶ କୁମାର ରାଉତ, ବି. ଏନ ମହାନ୍ତି, ରାଜୀବ ଲୋଚନ ପଣ୍ଡା, ଅମିତାଭ ମହାପାତ୍ର, ଅନୀଲ କୁମାର ମହାନ୍ତି ପ୍ରମୁଖ ଶାନ୍ତି ଶୃଙ୍ଖଳାରେ ପୂଜା ଓ ମେଲଣ ସମାପନ କରି ବେଶ ପ୍ରଂଶସିତ ହୋଇଥିଲେ ।

Live Share Market

जवाब जरूर दे 

आप अपने सहर के वर्तमान बिधायक के कार्यों से कितना संतुष्ट है ?

View Results

Loading ... Loading ...

Related Articles

Back to top button
.
Website Design By Bootalpha.com +91 84482 65129
.
Close