‘ବ୍ୟାସ ପ୍ରିଣ୍ଟ ମିଡ଼ିଆ’ର ଜାତୀୟ ପ୍ରେସ ଦିବସ ପାଳିତ

ବ୍ୟାସନଗର,୧୬। ୧୧(ଉ.ନ୍ୟୁଜ୍ ବ୍ୟୁରୋ): ଅଗ୍ରଣୀ ସାମ୍ବାଦିକ ସଂଗଠନ “ବ୍ୟାସ ପ୍ରିଣ୍ଟ ମିଡ଼ିଆ ଆସୋସିଏସନ” ତରଫରୁ ଆଜି ସୋମବାର ‘ଜାତୀୟ ପ୍ରେସ ଦିବସ’ ପାଳିତ ହୋଇଯାଇଛି। ସଂଘର ସଭାପତି ଶରତ ପଥାଳଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ବରିଷ୍ଠ ଉପଦେଷ୍ଟା ହାରାଧନ ବାନାର୍ଜୀ ସାମ୍ବାଦିକମାନେ ନିଜର ସୁରକ୍ଷା ସହିତ ସମାଜ ସୁରକ୍ଷା ଦିଗରେ ବ୍ରତୀ ହୁଅନ୍ତୁ ବୋଲି କହିଥିଲେ। ସାଧାରଣ ସମ୍ପାଦକ ଡ଼. ଚିନ୍ତାମଣି ପାଢ଼ୀ ଜାତୀୟ ସାମ୍ବାଦିକ ଦିବସର ତାତ୍ପର୍ଯ୍ୟତା ଉପରେ ବକ୍ତବ୍ୟ ରଖିଥଲେ। ସଂଗଠନ ସମ୍ପାଦକ ଉମାକାନ୍ତ ରାଉତ ଆଜି ସାମ୍ବାଦିକମାନଙ୍କ ପାଇଁ ଏକ ପବିତ୍ର ଦିବସ ଓ ଏହାର ମର୍ଯ୍ୟାଦା ପ୍ରତି ସମସ୍ତେ ଯତ୍ନବାନ ହୁଅନ୍ତୁ ବୋଲି କହିଥିଲେ। ଉପ ସଭାପତି ପ୍ରଦ୍ୟୁମ୍ନ କୁମାର ବୋଇତାଇ,ଯଜ୍ଞଦତ୍ତ ତ୍ରିପାଠୀ, କୈଳାସ ରାଉତ, କୋଷାଧ୍ୟକ୍ଷ ଦେବେନ୍ଦ୍ର କୁମାର ନାୟକ, ବିଜୟ କୁମାର ସାହୁ, ପବିତ୍ର ରଂଜନ ମହାନ୍ତି, ଦୁଷ୍ମନ୍ତ କୁମାର ରାଉତ, ପ୍ରଶାନ୍ତ କୁମାର ପାତ୍ର, ସୁଦୀପ ମିଶ୍ର, ଜ୍ଞାନରଞ୍ଜନ ରାଉତ, ଶ୍ରୀକାନ୍ତ ବ୍ରହ୍ମ ପ୍ରମୁଖ ବକ୍ତବ୍ୟ ରଖିଥିଲେ। ଶେଷରେ ସହ ସମ୍ପାଦକ ଭରତ ରାଉତ ଧନ୍ୟବାଦ ଅର୍ପଣ କରିଥିଲେ।

Live Share Market

जवाब जरूर दे 

आप अपने सहर के वर्तमान बिधायक के कार्यों से कितना संतुष्ट है ?

View Results

Loading ... Loading ...

Related Articles

Back to top button
.
Website Design By Bootalpha.com +91 84482 65129
.
Close