ଶିଶୁ ଶ୍ରମିକ ମୁକ୍ତ ପଂଚାୟତ ଗଠନ ଲକ୍ଷ୍ୟ ଅଭିଯାନ; ସୁକିନ୍ଦା ବ୍ଲକସ୍ତରୀୟ ପ୍ରତିଯୋଗିତାରେ ଭାଗ ନେଲେ ୯୯ ଛାତ୍ରଛାତ୍ରୀ

କାଳିଆପାଣି,(ଉ. ନ୍ୟୁଜ୍ ବ୍ୟୁରୋ): ଶିଶୁ ଶ୍ରମିକ ମୁକ୍ତ ଗ୍ରାମପଂଚାୟତ ତଥା ଶିଶୁମାନଙ୍କ ଅଧିକାର, ଶିକ୍ଷା ଓ ସୁରକ୍ଷିତ ଭବିଷ୍ୟତ ସମ୍ପର୍କରେ ସଚେତନତା ସୃଷ୍ଟି ଲକ୍ଷ୍ୟରେ ଗାନ୍ଧୀ ଜୟନ୍ତୀରୁ ଶିଶୁ ଦିବସ ଯାଏଁ ୪୪ ଦିନିଆ ରାଜ୍ୟବ୍ୟାପୀ ଶିଶୁ ଶ୍ରମିକମୁକ୍ତ ପଂଚାୟତ ଅଭିଯାନ ଆୟୋଜିତ ହୋଇଛି । ଯାଜପୁର ଯୁଗ୍ମ ଶ୍ରମ ଆୟୁକ୍ତଙ୍କ କାର୍ଯ୍ୟାଳୟ ପକ୍ଷରୁ ସୁକିନ୍ଦା ବ୍ଲକରେ ଏକ ସଚେତନତା ମୂଳକ ପ୍ରତିଯୋଗିତା ଆୟୋଜିତ ହୋଇଥିଲା । ୧୧ଟି କ୍ଲଷ୍ଟରରୁ ମୋଟ ପ୍ରବନ୍ଧ, ବକ୍ତୃତା ଓ ଚିତ୍ରାଙ୍କନ ପ୍ରତିଯୋଗିତାରେ ନିଜ ନିଜର ପ୍ରତିଭା ପ୍ରଦର୍ଶନ କରିଥିଲେ । କାର୍ଯ୍ୟକ୍ରମରେ ସହକାରୀ ଶ୍ରମ ଅଧିକାରୀ ସୁଶ୍ରୀ ଶତାବ୍ଦିକା ନାୟକ ଭୁଖ୍ୟ ଅତିଥି ଭାବେ ଯୋଗ ଦେଇଥିବା ବେଳେ ଭାରତୀ ବିହାର ଡିଗ୍ରୀ

ମହାବିଦ୍ୟାଳୟର ପୂର୍ବତନ ଅଧ୍ୟକ୍ଷ ରଶ୍ମୀରଞ୍ଜନ ପ୍ରତିହାରୀ, ଅତିରିକ୍ତ ମଣ୍ଡଳ ଶିକ୍ଷା ଅଧିକାରୀ ଗୋବର୍ଦ୍ଧନ ପ୍ରଧାନ, ମାଣିକ ସଏ ଏବଂ ଗୌରାଙ୍ଗ ମହାପାତ୍ର ଉଚ୍ଚ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଅଶୋକ ସାର ସମ୍ମାନିତ ଅତିଥି ଭାବେ ଯୋଗ ଦେଇ ଶିଶୁ ଶ୍ରମିକ ପ୍ରଥାର ନିରାକରଣ ଓ ପ୍ରତ୍ୟେକ ଶିଶୁଙ୍କୁ ଶିକ୍ଷାର ମୁଖ୍ୟ ସ୍ରୋତରେ ସାମିଲ କରିବା ଉପରେ ମତବ୍ୟକ୍ତ କରିଥିଲେ । ପ୍ରତିଯୋଗିତାରେ ପ୍ରଥମ, ଦ୍ୱିତୀୟ ଓ ତୃତୀୟ ସ୍ଥାନ ଅଧିକାର କରିଥିବା କୃତୀ ପ୍ରତିଯୋଗୀଙ୍କୁ ଯଥାକ୍ରମେ ୧୫୦୦, ୧୦୦୦ ଓ ୫୦୦ ଟଙ୍କା ପୁରସ୍କାର ରାଶି ସହିତ ଟ୍ରଫି ଓ ପ୍ରମାଣପତ୍ର ପ୍ରଦାନ କରାଯାଇଥିଲା । ଏହା ଛାତ୍ରଛାତ୍ରୀଙ୍କ ମଧ୍ୟରେ ସାମାଜିକ ଦାୟିତ୍ୱବୋଧ ଓ ସେଚେତନତା ବୃଦ୍ଧି କରିବା ସହିତ ସେମାନଙ୍କ ପ୍ରତିଭା ବିକାଶରେ ସହାୟକ ହୋଇଥିଲା । କାର୍ଯ୍ୟକ୍ରମକୁ ଆଂଚଳିକ ସାଧନ କେନ୍ଦ୍ର ସଂଯୋଜକ ଅନିଲ କୁମାର ରଣା ପରିଚଳାନା କରିଥିଲେ । ୧୧ଟି କ୍ଲଷ୍ଟରର ଆଂଚଳିକ ସାଧନ କେନ୍ଦ୍ର ସଂଯୋଜକ ଓ ବହୁ ଶିକ୍ଷକ ଶିକ୍ଷୟତ୍ରୀ ସହଯୋଗ କରିବା ସହ କୃତୀ ଓ ଅଂଶଗ୍ରହଣକାରୀ ପ୍ରତିଭାଙ୍କୁ ଉତ୍ସାହିତ କରିଥିଲେ ।

Live Share Market

जवाब जरूर दे 

आप अपने सहर के वर्तमान बिधायक के कार्यों से कितना संतुष्ट है ?

View Results

Loading ... Loading ...

Related Articles

Back to top button
.
Website Design By Bootalpha.com +91 84482 65129
.
Close