‘ଉଦୟବଟ’ ତରଫରୁ ୭୨ତମ ଶିଶୁ ଦିବସ ପାଳିତ ଓ ପୁରସ୍କାର ପ୍ରଦାନ

ବ୍ୟାସନଗର,୧୪/୧୧(ଉ.ନ୍ୟୁଜ୍ ବ୍ୟୁରୋ): ସ୍ଥାନୀୟ ବ୍ୟାସନଗର ପୈାର ପରିଷଦର ଫେରୋକ୍ରୋମ କଲୋନି ଗେଟ୍ ନିକଟସ୍ଥ ‘ଦୁର୍ଲ୍ଲଭ କଳା ପରିଷଦ ମଣ୍ଡପ’ ଠାରେ ‘ଉଦୟବଟ’ ତରଫରୁ ୭୨ତମ ଶିଶୁ ଦିବସ ‘ଉଦୟବଟ’ର ସଂପାଦକ ଦୁଷ୍ମନ୍ତ କୁମାର ରାଉତଙ୍କ ଅଧ୍ୟକ୍ଷତାରେ ପାଳିତ ହୋଇଯାଇଛି । କ୍ରୋମନଗରୀ ବ୍ୟାସନଗରର ବସ୍ତି ଅଂଚଳର ପିଲାମାନଙ୍କ ମଧ୍ୟରେ ଖୁସିର ପରିପ୍ରକାଶ ଏବଂ ପ୍ରତିଭାର ଅନ୍ୱେଷଣ ପାଇଁ ‘ଉଦୟବଟ’ ଦୀର୍ଘ ୦୩ ଦଶନ୍ଧିରୁ ଉର୍ଦ୍ଧ ବର୍ଷ ଧରି ଚେଷ୍ଟା ଜାରୀ ରଖିଛି । ଆଜି ଶନିବାର ଅପରାହ୍ନରେ କୁନି କୁନି ଛାତ୍ରଛାତ୍ରୀମାନଙ୍କ ମଧ୍ୟରେ ଚିତ୍ରାଙ୍କନ ପ୍ରତିଯୋଗିତା ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା । କାର୍ଯ୍ୟକ୍ରମରେ ବ୍ୟାସନଗର ବରିଷ୍ଠ ନାଗରିକ ମଂଚର ସଂପାଦକ ତଥା ବିଶିଷ୍ଟ ସମାଜସେବୀ ଓ ଶ୍ରମିକ ନେତା ଚନ୍ଦ୍ରମଣି ସାମଲ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ପ୍ରଦୀପ ପ୍ରଜ୍ଜ୍ୱଳନ କରି ଆନୁଷ୍ଠାନିକ ଭାବେ କାର୍ଯ୍ୟକ୍ରମ ଓ ପ୍ରତିଯୋଗିତାର ଉଦ୍‌ଘାଟନ କରିଥିଲେ । ଏଥିରେ ମୁଖ୍ୟ ବକ୍ତା ଭାବେ ଦାନଗଦି ବ୍ଲକ ଟୋଲକାନି ସ୍ଥିତ ଝାଡେଶ୍ୱର ମହାବିଦ୍ୟାଳୟର ଅଧ୍ୟକ୍ଷ ଡ଼ଃ. ଅକ୍ଷୟ କୁମାର ପଣ୍ଡା ଯୋଗ ଦେଇ କହିଥିଲେ ଯେ, ଶିଶୁମାନେ ହିଁ ଦେଶର ଭବିଷ୍ୟତ, ତେଣୁ ସେମାନଙ୍କୁ ଶୈଶବ ଅବସ୍ଥାରୁ ଉଚିତ ନୈିତିକ ଶିକ୍ଷା ଓ ସଂସାର ଦେଲେ ହିଁ ସେମାନଙ୍କର ପ୍ରକୃତ ବିକାଶ ସହିତ ଦେଶ ଓ ଜାତିର ଉଜ୍ଜ୍ୱଳମୟ ଗାରିମାରେ ସେମାନେ ସାମିଲ ହୋଇପାରିବେ । ଏଥିରେ ସମ୍ମାନିତ ଅତିଥି ସ୍ୱାସ୍ଥ୍ୟ ବିଭାଗର ଅବସରପ୍ରାପ୍ତ ଅଧିକାରିଣୀ ତଥା ବରିଷ୍ଠ ସମାଜସେବିକା ଉର୍ମିଳା ନାୟକ, ରାଜ୍ୟସ୍ତରୀୟ ଶିକ୍ଷକ ନେତା ତଥା ବିଶିଷ୍ଠ କଳା ଶିକ୍ଷକ ଆଶିଷ ମଲ୍ଲିକ, ଓଏଫଡିସିର ଅବସରପ୍ରାପ୍ତ ଏସ.ଡି.ଏମ ବିନୋଦ କୁମାର ଜେନା, କ୍ରୋମନଗର ବିଦ୍ୟାମନ୍ଦିରର ବରିଷ୍ଠ ଶିକ୍ଷକ ରୁଦ୍ରନାରାୟଣ ନାୟକ, ସାପଗଡିଆ ବିଦ୍ୟାଳୟର ଅବସରପ୍ରାପ୍ତ ପ୍ରଧାନ ଶିକ୍ଷକ ତଥା ବରିଷ୍ଠ ଶିକ୍ଷାବିଦ୍ ରଂଜିତ କୁମାର ମହାପାତ୍ର, ଶଶିଭୂଷଣ ବାଳିକା ଉଚ୍ଚ ବିଦ୍ୟାଳୟର ବରିଷ୍ଠ ଶିକ୍ଷକ ଅଭୟ ଲୋଚନ ସ୍ୱାଇଁ ପ୍ରମୁଖ ଯୋଗ ଦେଇ ଶିଶୁ ଦିବସର ତାପ୍ତର୍ଯ୍ୟତା ଉପରେ ବିଶଦ ଆଲୋଚନା କରିଥିଲେ । ‘ଉଦୟବଟ’ର ସଂପାଦକ ଶ୍ରୀ ରାଉତଙ୍କ ପ୍ରଚେଷ୍ଠାରେ ‘କରୋନା’ ମହାମାରୀ ସମୟରେ ଶ୍ରମଜୀବୀ ପରିବାରଙ୍କ ପାଖରେ ପହଚିଂ ଯଥାସମ୍ଭବ ସହଯୋଗ କରିଥିଲେ ଯାହା ସେତେବେଳେ ଉଦାୟରଣ ସୃଷ୍ଟି କରିଥିଲା । ଶ୍ରମିକନେତା ଚନ୍ଦ୍ରମଣି ସାମଲ ତାଙ୍କୁ ଏଥିରେ ବହୁ ସହଯୋଗ କରିଥିବା ବେଳେ ତତ୍‌କାଳୀନ ଯାଜପୁରରୋଡ ଆଦର୍ଶ ଥାନା ଅଧିକାରୀ ଅନୀଲ କୁମାର ମହାନ୍ତି, ତତ୍‌କାଳୀନ ଯାଜପୁର ଜିଲ୍ଲାପାଳ ରଂଜନ କୁମାର ଦାସ, କଳିଙ୍ଗନଗର ଅତିରିକ୍ତ ଜିଲ୍ଲାପାଳ ସନ୍ତୋଷ କୁମାର ମିଶ୍ର, ଭୁବନେଶ୍ୱର ସ୍ଥିତ ଭବିଷ୍ୟନିଧି ମୁଖ୍ୟାଳୟର ସହକାରୀ ଆୟୁକ୍ତ ସଂଜୟ କୁମାର ରଥ ପ୍ରମୁଖ ଏହି ମହତ କାର୍ଯ୍ୟରେ ସହମତି ଦେଇଥିଲେ ।ଏଥିସହ ଗତ ଅକ୍ଟୋବର ୦୨ ଗାନ୍ଧୀ ଜୟନ୍ତୀ ଠାରୁ ଆରମ୍ଭ ହୋଇ ୪୪ ଦିନ ବ୍ୟାପି ଶିଶୁ ଶ୍ରମିକ ମୁକ୍ତ ପଂଚାୟତ ଆଭିମୁଖ୍ୟ ଜନସଚେତନତା ଆଜି ୪୪ ଦିନ ପୂରଣ କରି ଶେଷ ଦିନରେ ପହଚିଂଛି । ଶିଶୁ ଶ୍ରମିକ ମୁକ୍ତ ସମାଜ ଗଠନ ଦିଗରେ ସଭାର ସଭାପତି ଶ୍ରୀ ରାଉତ, ଅତିଥି ଓ ଅନ୍ୟମାନେ ପ୍ରଚେଷ୍ଠା ଜାରୀ ରଖିବେ ବୋଲି ଏଠାରେ କହିଥିଲେ । ଶ୍ରୀ ରାଉତ ତାଙ୍କର ସାଥି ଏହି କାର୍ଯ୍ୟକ୍ରମରେ ମଧ୍ୟ ବିଭିନ୍ନ ସମୟରେ ଭାଗ ନେଇଛନ୍ତି ।
       ଆଜିର କାର୍ଯ୍ୟକ୍ରମରେ‘ଉଦୟବଟ’ର କାର୍ଯ୍ୟନିର୍ବାହୀ ସଂପାଦକା ବିଦ୍ୟୁତ୍‌ପ୍ରଭା ରାୟ ସ୍ୱାଗତ ସମ୍ଭାଷଣ ଓ ଅତିଥି ପରିଚୟ ପ୍ରଦାନ କରିଥିଲେ । ଏହି ଅବସରରେ ସାପଗଡିଆ ବିଦ୍ୟାଳୟର ଅବସରପ୍ରାପ୍ତ ପ୍ରଧାନ ଶିକ୍ଷକ ରଂଜିତ କୁମାର ମହାପାତ୍ର, ସ୍ୱାସ୍ଥ୍ୟ ବିଭାଗର ଅବସରପ୍ରାପ୍ତ ଅଧିକାରିଣୀ ଉର୍ମିଳା ନାୟକ ଓ ବିଶିଷ୍ଠ କଳା ଶିକ୍ଷକ ଆଶିଷ ମଲ୍ଲିକ ପ୍ରମୁଖଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା । ରାଜ୍ୟସ୍ତରୀୟ କବୟତ୍ରୀ ସୁମିତ୍ରା ମିଶ୍ର ଶିଶୁ ଦିବସ ଉପରେ ଏକ ସୁନ୍ଦର କବିତା ଆବୃତି କରିଥିଲେ । ଏଥିରେ ଅନ୍ୟମାନଙ୍କ ମଧ୍ୟରେ ପ୍ରଫୁଲ୍ଲ ବାରିକ, ସଂଗୀତା ଗିରି, ପ୍ରୀତିପାଲ ସିଂହ, ଅଭିମନ୍ୟୁ ବିଶ୍ୱାଳ, ଶ୍ରମିକ ନେତା ଅରୁଣ କୁମାର ଦାସ, କାଂଚନ ନାୟକ, ଗୋଲାପ ମଲ୍ଲିକ, ବିଜୟଲକ୍ଷ୍ମୀ ପଣ୍ଡିତ, ରମା ସାମଲ, ଭାରତୀ ବେହେରା, ମିଟି ମହାରଣା, ଭାରତ ଭୂଷଣ ରାଉତ, କଳିଂଗ କେଶରୀ ରାଉତ, ଶ୍ୟାମସୁନ୍ଦର ରାଉତ, ଲକ୍ଷ୍ମୀ ମହାରଣା, ସସ୍ମିତା ମଲ୍ଲିକ, ଆରତୀ ବାରିକ ପ୍ରମୁଖ ଯୋଗ ଦେଇଥିଲେ । ପରେ ଅତିଥିମାନେ ପ୍ରତିଯୋଗୀମାନଙ୍କୁ ପୁରସ୍କୃତ କରିଥିଲେ । ସ୍ୱାଧିନ ଭାରତର ୧ମ ପ୍ରଧାନମନ୍ତ୍ରୀ ଚାଚା ନେହୁର କିପରି ଶିଶୁମାନଙ୍କୁ ଭଲ ପାଉଥିଲେ ଓ ଏହି ଦିବସର ତାତ୍ପର୍ଯ୍ୟତା ସଂର୍ପକରେ ଅତିଥିମାନେ ଆଲୋଚନା କରାଯିବା ସହ ଶିଶୁମାନଙ୍କର ସମୟୋଚିତ ଯତ୍ନ ନେବାକୁ ପରାମର୍ଶ ଦେଇଥିଲେ । ଶେଷରେ ଅନୂପ କୁମାର ଦାସ ଧନ୍ୟବାଦ ଅର୍ପଣ କରିଥିଲେ ।

 

Live Share Market

जवाब जरूर दे 

आप अपने सहर के वर्तमान बिधायक के कार्यों से कितना संतुष्ट है ?

View Results

Loading ... Loading ...

Related Articles

Back to top button
.
Website Design By Bootalpha.com +91 84482 65129
.
Close