‘ଟାଟା ଷ୍ଟିଲ୍’ କଳିଙ୍ଗନଗରରେ ‘ଆଇରନ୍ ଓ ଷ୍ଟିଲ୍ ପ୍ଲାଣ୍ଟରେ ସୁରକ୍ଷା’ ଶୀର୍ଷକ ରାଜ୍ୟସ୍ତରୀୟ ତାଲିମ ଶିବିର

ଅଧିକ ସୁରକ୍ଷିତ ଆଇରନ୍ ଏବଂ ଷ୍ଟିଲ ଉତ୍ପାଦନ ନିମନ୍ତେ ସର୍ବୋତ୍ତମ ଅଭ୍ୟାସ ଏବଂ ନୂତନ ପ୍ରଯୁକ୍ତିବିଦ୍ୟା ସମ୍ପର୍କରେ ଆଲୋଚନା ପାଇଁ ସାରା ଓଡ଼ିଶାରୁ ପ୍ରାୟ ୨୦୦ ଶିଳ୍ପ ପ୍ରତିନିଧିଙ୍କ ଯୋଗଦାନ

କଳିଙ୍ଗନଗର, ନଭେମ୍ବର ୧୪, ୨୦୨୬: ଏକ ଅଧିକ ସୁରକ୍ଷିତ ଏବଂ ଦୀର୍ଘସ୍ଥାୟୀ ଇସ୍ପାତ ଶିଳ୍ପ ଗଠନ ପ୍ରତି ନିଜର ପ୍ରତିବଦ୍ଧତାକୁ ଦୋହରାଇ ଟାଟା ଷ୍ଟିଲ୍ କଳିଙ୍ଗନଗର ପକ୍ଷରୁ ଶୁକ୍ରବାର ପ୍ଲଟ୍-୨ ଅଡିଟୋରିୟମ୍‌ଠାରେ ‘ଆଇରନ୍ ଏବଂ ଷ୍ଟିଲ୍ ପ୍ଲାଣ୍ଟ ରେ ସୁରକ୍ଷା’ ବିଷୟବସ୍ତୁ ଉପରେ ଏକ ଦିନିକିଆ ରାଜ୍ୟସ୍ତରୀୟ ତାଲିମ କାର୍ଯ୍ୟକ୍ରମ ଆୟୋଜିତ ହୋଇଯାଇଛି। ଡାଇରେକ୍ଟୋରେଟ୍ ଅଫ୍ ଫ୍ୟାକ୍ଟୋରିଜ୍ ଆଣ୍ଡ ବଏଲର୍ସ ଏବଂ ଷ୍ଟେଟ୍ ଲେବର୍ ଇନଷ୍ଟିଚ୍ୟୁଟର ମିଳିତ ଆନୁକୂଲ୍ୟରେ ଏହି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ଏହି କାର୍ଯ୍ୟକ୍ରମରେ ରାଜ୍ୟର ବିଭିନ୍ନ ଆଇରନ୍ ଏବଂ ଷ୍ଟିଲ୍ କମ୍ପାନୀର ପ୍ରାୟ ୨୦୦ ଜଣ ପ୍ରତିନିଧି ଅଂଶଗ୍ରହଣ କରିଥିଲେ। ଏହା ବ୍ୟବହାରିକ ଜ୍ଞାନ ବାଣ୍ଟିବା, ଅଭିଜ୍ଞତା ଆଦାନପ୍ରଦାନ କରିବା ଏବଂ କର୍ମକ୍ଷେତ୍ରରେ ସୁରକ୍ଷା ମାନଦଣ୍ଡକୁ ଅଧିକ ସୁଦୃଢ଼ କରିବା ପାଇଁ ଏକ ଗୁରୁତ୍ୱପୂର୍ଣ୍ଣ ମଞ୍ଚ ପ୍ରଦାନ କରିଥିଲା। ଉଦ୍‌ଘାଟନୀ ଅଧିବେଶନରେ ଓଡ଼ିଶାର ଡାଇରେକ୍ଟୋରେଟ୍ ଅଫ୍ ଫ୍ୟାକ୍ଟୋରିଜ୍ ଆଣ୍ଡ ବଏଲର୍ସର ଡାଇରେକ୍ଟର, ଶ୍ରମ କମିଶନର ତଥା ରାଜ୍ୟ ଶ୍ରମ ପ୍ରତିଷ୍ଠାନର ନିର୍ଦ୍ଦେଶକ ଡ. ଇନ୍ଦ୍ରମଣି ତ୍ରିପାଠୀ (ଆଇଏଏସ୍) ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ। ମଞ୍ଚାସୀନ ଅନ୍ୟ ସରକାରୀ ଅଧିକାରୀମାନଙ୍କ ମଧ୍ୟରେ ଭୁବନେଶ୍ୱରସ୍ଥିତ ଡାଇରେକ୍ଟୋରେଟ୍ ଅଫ୍ ଫ୍ୟାକ୍ଟୋରିଜ୍ ଆଣ୍ଡ ବଏଲର୍ସ ଉପ-ନିର୍ଦ୍ଦେଶକ (ସୁରକ୍ଷା) ଡ. ମଳୟ ପ୍ରଧାନ, ଯାଜପୁର ଡିଭିଜନ୍‌ର ଉପ-ନିର୍ଦ୍ଦେଶକ ଇଂ ଉମେଶ ଚନ୍ଦ୍ର ସୂତାର, ଯାଜପୁର ଜୋନ୍‌ର ସହକାରୀ ନିର୍ଦ୍ଦେଶକ ଇଂ ଦେବାଶିଷ ନାୟକ, କେନ୍ଦୁଝର ଜୋନ୍‌ର ସହକାରୀ ନିର୍ଦ୍ଦେଶକ ଇଂ କେଦାରନାଥ ହାଁସଦା ଏବଂ ବାଲେଶ୍ୱର ଜୋନ୍‌ର ସହକାରୀ ନିର୍ଦ୍ଦେଶକ ଇଂ ଶୁଭଶ୍ରୀ ଦୀପାଳି ମୁଦୁଲି ଉପସ୍ଥିତ ଥିଲେ। ଟାଟା ଷ୍ଟିଲ୍ କଳିଙ୍ଗନଗରର ବରିଷ୍ଠ ନେତୃବୃନ୍ଦ, ଯଥା ଚିଫ୍ ଅଫ୍ ଆଇରନ୍ ମେକିଂ ସୁବାସ କୁମାର ସିହ୍ନା ଏବଂ ପ୍ରୋଜେକ୍ଟସ୍ ଆଣ୍ଡ୍ କନଷ୍ଟ୍ରକ୍ସନ୍ (ଓଡ଼ିଶା ଓ ମହାରାଷ୍ଟ୍ର)ର ଜେନେରାଲ୍ ମ୍ୟାନେଜର୍ ହରବିନ୍ଦର ସିଂହ ଦୀପକ ମଧ୍ୟ ଉପସ୍ଥିତ ପ୍ରତିନିଧିମାନଙ୍କୁ ସମ୍ବୋଧିତ କରିଥିଲେ।

                 ଦିନବ୍ୟାପୀ ପ୍ଲଟ୍-୨ ଅଡିଟୋରିୟମ୍ ଏବଂ ସେଫ୍ଟି ଲିଡରସିପ୍ ଡେଭଲପ୍‌ମେଣ୍ଟ ସେଣ୍ଟର୍ (ଏସଏଲଡିସି) ଅଡିଟୋରିୟମ୍‌ରେ ଆୟୋଜିତ ବୈଷୟିକ ଅଧିବେଶନଗୁଡ଼ିକରେ ପ୍ରମୁଖ ଶିଳ୍ପ ବିଶେଷଜ୍ଞମାନେ ସୁରକ୍ଷା ସମ୍ବନ୍ଧୀୟ ଆହ୍ୱାନ ଏବଂ ଆଧୁନିକ ସମାଧାନ ଉପରେ ଆଲୋଚନା କରିଥିଲେ। ଏଥିରେ ବିଦ୍ୟୁତ ସୁରକ୍ଷା, ଫର୍ଣ୍ଣେସ୍ ପରିଚାଳନା, ହଟ୍ ମେଟାଲ୍ ପରିଚାଳନା ଠାରୁ ଆରମ୍ଭ କରି ଡାଇରେକ୍ଟ ରିଡ୍ୟୁସ୍‌ଡ ଆଇରନ୍ (ଡିଆରଆଇ) ଉତ୍ପାଦନ ଏବଂ ଷ୍ଟିଲ୍ ମେଲ୍ଟିଂରେ ‘ଶୂନ୍ୟ-କ୍ଷତି’ ଲକ୍ଷ୍ୟ ହାସଲ କରିବା ଭଳି ବିଷୟଗୁଡ଼ିକ ସ୍ଥାନ ପାଇଥିଲା। ଡିଜିଟାଲ୍ ରୂପାନ୍ତରଣ, ଅତ୍ୟାଧୁନିକ ବ୍ଲାଷ୍ଟ ଫର୍ଣ୍ଣେସ୍ ପ୍ରଯୁକ୍ତିବିଦ୍ୟା ଏବଂ ସ୍ମାର୍ଟ ବିପଦ ପରିଚାଳନା କିପରି ଦୁର୍ଘଟଣା ଘଟିବା ପୂର୍ବରୁ ତାହାକୁ ରୋକିବାରେ ସହାୟକ ହେଉଛି, ସେ ସମ୍ପର୍କରେ ବକ୍ତାମାନେ ଆଲୋକପାତ କରିଥିଲେ।

       କେବଳ ସାଧାରଣ ନିୟମ ପାଳନ ମଧ୍ୟରେ ସୀମିତ ନରହି ଆଧୁନିକ ପ୍ରଯୁକ୍ତିବିଦ୍ୟା ଦ୍ୱାରା ପରିଚାଳିତ ଏକ ସକ୍ରିୟ ଏବଂ ଲୋକ-କୈନ୍ଦ୍ରିକ ସୁରକ୍ଷା ବ୍ୟବସ୍ଥା ଆପଣାଇବା ଏହି କାର୍ଯ୍ୟକ୍ରମର ମୂଳ ଲକ୍ଷ୍ୟ ଥିଲା। ଏଭଳି ପଦକ୍ଷେପ ମାଧ୍ୟମରେ ଟାଟା ଷ୍ଟିଲ୍ କଳିଙ୍ଗନଗର ନିଜର ସୁରକ୍ଷା ଦକ୍ଷତାକୁ କାରଖାନା ପରିସର ବାହାରକୁ ବିସ୍ତାର କରିବା ସହ ସମଗ୍ର ଶିଳ୍ପ ଜଗତରେ ସୁରକ୍ଷା ମାନଦଣ୍ଡକୁ ଉନ୍ନତ କରିବା ପାଇଁ ପାରସ୍ପରିକ ସହଯୋଗକୁ ପ୍ରୋତ୍ସାହିତ କରିଆସୁଛି।

Live Share Market

जवाब जरूर दे 

आप अपने सहर के वर्तमान बिधायक के कार्यों से कितना संतुष्ट है ?

View Results

Loading ... Loading ...

Related Articles

Back to top button
.
Website Design By Bootalpha.com +91 84482 65129
.
Close