ଯାଜପୁରରୋଡ ବନାଂଚଳରେ ପ୍ରିୟାପ୍ରୀତିତୋଷଣ ମାତ୍ରାଧିକ, ଉଚ୍ଚ ଅଧିକାରୀଙ୍କ ସଂପୃକ୍ତିକୁ ନେଇ ଅସନ୍ତୋଷ

ଯାଜପୁରରୋଡ଼, ୧୦/୦୮(ଉ.ନ୍ୟୁଜ୍ ବ୍ୟରୋ): କଟକ ବନଖଣ୍ଡ ଅଧିନ ଯାଜପୁର ଜିଲ୍ଲାର ଯାଜପୁରରୋଡ ବନାଂଚଳ (ରେଂଜ)ରେ ଯେ ଖାଲି ବହୁ ଦୁର୍ନୀତି ହୋଇଛି ତାହା ନୁହେଁ ବରଂ ପ୍ରିୟାପ୍ରିତୀ ତୋଷଣ ଢ଼େର ଅଧିକ ମାତ୍ରାରେ ହୋଇଛି । ଏକଦା ଏଠାକାର ଦାୟିତ୍ୱରେ ଥିବା ଏ.ସି.ଏଫ (ସହକାରୀ ବନ ସରଂକ୍ଷକ) ସନ୍ତୋଷ କୁମାର ପତି ବାରମ୍ବାର ଏହି ଅଂଚଳକୁ ଗ୍ରସ୍ତ କରୁଥିବାର ପରିଲକ୍ଷିତ ହୋଇଥିଲା । ତା’ ଭିତରେ ସେ ରେଂଜ ଅଧିକାରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଉପରେ ଚାପ ପକାଇବାରୁ ଏବଂ ରେଂଜ ଅଧିକାରୀ ଶ୍ରୀ ପ୍ରଧାନ ମଧ୍ୟ ଏସିଏଫଙ୍କୁ ହାତରେ ରଖିବାକୁ ଯୋଜନା କରି ତାଙ୍କୁ ଖୁସି କରିବାକୁ ଯାଇ ଶ୍ରୀ ପତିଙ୍କର ନିକଟ ସଂର୍ପକୀୟ ୦୨ ଜଣଙ୍କୁ ଏଠାରେ ଅବସ୍ଥାପିତ କରିଥିବାର ଖବର ନଜରକୁ ଆସିଛି । ୦୧.୦୪.୨୦୨୫ରୁ ଓଡ଼ିଶା ସରକାରଙ୍କ ଅର୍ଥ ବିଭାଗର ନିୟମାନୁଯାୟୀ କାହାରିକୁ ନୂଆ କୈାଣସି ପଦବୀରେ ବା କର୍ମରେ ରଖିଲେ ଅର୍ଥ ବିଭାଗର ଅନୁମତି ଦରକାର । ହେଲେ ଯାଜପୁରରୋଡ ବନାଂଚଳରେ ଏହାର ବ୍ୟତିକ୍ରମ ଦେଖିବାକୁ ମିଳିଛି । ପ୍ରକାଶଥାଉକି, ଶ୍ରୀ ପତିଙ୍କ ଜନୈକ ସଂର୍ପକୀୟ ଭାଇ ବିଷ୍ଣୁପ୍ରସାଦ ଶତପଥିଙ୍କୁ ଜୁଲାଇ-୨୦୨୫ରେ ଏଠାରେ ପାରା ସ୍କାର୍ଡରେ ରଖାଯାଇଛି । ପୂର୍ବରୁ ସେ ସୁକିନ୍ଦାରେ ଥିଲେ, ସେଠାରେ ସେ କିଛି କାମଦାମ କରି ନ ପାରିବାରୁ କୁଆଡେ ତାଙ୍କୁ ବନାଚଂଳ ଅଧିକାରୀ ଓ ବନପାଳ ସେଠାରେ ରଖିବାକୁ ଅମଙ୍ଗ ହେଲେ । ମାତ୍ର ଶ୍ରୀ ପତି ଶ୍ରୀ ପ୍ରଧାନଙ୍କ ଜରିଆରେ ଏଠାକୁ ଆଣିଲେ । ଜଣାଯାଇଛିଯେ, ତାଙ୍କୁ ପ୍ରାୟତଃ କିଛି କାମଦାମ ଆସେ ନାହିଁ । ସେ କରତକଳ, କାଠ ଡିପୋ ଆଦିରୁ ବଟି ଆଦାୟ କରି ଦିନ ୧୧ଟା ପରେ ଅଫିସ ଆସନ୍ତି ଓ ଅପରାହ୍ନ ୦୪ଟା ପୂର୍ବରୁ ଅଫିସ ଛାଡନ୍ତି ବୋଲି ଅଭିଯୋଗ ହେଉଛି । ଯେଉଁଦିନ ରେଂଜର ରହନ୍ତି ନାହିଁ, ସେଦିନ ପ୍ରାୟତଃ ତାଙ୍କର ଛୁଟି । ହେଲେ ତାଙ୍କର ମାସର ପ୍ରତିଦିନ ହାଜିରା ପଡେ । ଢ଼େଙ୍କାନାଳ ଜିଲ୍ଲା ଭୁବନରୁ ପ୍ରତ୍ୟହ ଯାଜପୁରରୋଡକୁ ଆସି ସେ କ’ଣ ସ୍କ୍ୱାର୍ଡ ଡ଼୍ୟୁଟି କରୁଥିବେ ତାହା ଜଳଜଳ ଦିଶୁଛି । ତାଛଡା ସେ ଖୁବ ମୋଟା ପିଲା ହୋଇଥିବାରୁ ସ୍କ୍ୱାର୍ଡରେ କିପରି ଯୋଗ୍ୟ ବିବେଚିତ ହେଲେ ତାହା ତଦନ୍ତସାପେକ୍ଷ । ଯାଜପୁରରୋଡ ଅଂଚଳରେ କ’ଣ କେହି ମିଳିଲେନି କି ? ଏଥିପାଇଁ କ’ଣ ପରୀକ୍ଷା ନିଆଯାଇଥିଲା କି ? ଯଦି ହୋଇ ନାହିଁ ତାହାଲେ ଏହା ଜଂଗଲ ବିଭାଗର ଉଚ୍ଚ ଅଧିକାରୀଙ୍କ ଏକ ପ୍ରିୟାପ୍ରିତୀତୋଷଣ ନୁହେଁକି ? ଖାଲି ଏତିକିରେ ଶ୍ରୀ ପତିଙ୍କ ପ୍ରିୟାପ୍ରିତୀତୋଷଣ ଶେଷ ହୋଇନାହିଁ । ତାଙ୍କର ଜଣେ ସଂର୍ପକୀୟ ଭାଉଜଙ୍କୁ ଯାଜପୁରରୋଡ ରେଂଜ କାର୍ଯ୍ୟାଳୟରେ ରଖାଇଛନ୍ତି । ସେ ବି ସେମିତି ଖାମଖିଆଲି ଡ଼୍ୟୁଟି କରନ୍ତି । ଅଳ୍ପ ସମୟ ଅଫିସରେ ରହି ଘରକୁ ପଳାଉଥିବାର ଦେଖାଯାଉଛି । ଶ୍ରୀ ପତି ମଧ୍ୟ କଟକ ସ୍ଥିତ ଡି.ଏଫ.ଓ ଅଫିସରେ (ବନଖଣ୍ଡ କାର୍ଯ୍ୟାଳୟ)ରେ MGNREGS ଯୋଜନାରେ ତାଙ୍କର ଜଣେ ସଂର୍ପକୀୟ ଭାଇ (ଶଳା)ଙ୍କୁ ଡି.ଇ.ଓ (ଡାଟା ଏଟ୍ରିଂ ଅପରେଟର) ରଖାଇବାରେ ସକ୍ଷମ ହୋଇଛନ୍ତି । ଜଣେ ଅଧିକାରୀଙ୍କ ଏତେ ପ୍ରିୟାପ୍ରତୀତୋଷ ? ଆଉ କା କଥା କହିବା!
ପାଣିକୋଇଲି ଛକରୁ ଯାଜପୁରରୋଡ ନିକଟସ୍ଥ ଫାୟାର ଷ୍ଟେସନ ଛକ ଯାଏ ଲାଗି ଥିବା ଗଛର ଏବେ ଚିହ୍ନବର୍ଣ୍ଣ ନାହିଁ, ଯାହାକୁକି, ତôତକାଳୀନ ଜିଲ୍ଲାପାଳ ପି. ଅନ୍ୱେଷା ରେଡ୍ଡି ମହେଦୟା ଉଦ୍‌ଘାଟନ କରିଥିଲେ । ଏହି ବନିକରଣର ୧ମ ବର୍ଷରେ ସେତେବେଳର ବନପାଳ ନିଲୀମା ପ୍ରିୟଦର୍ଶିନୀ ୨୦ ଲକ୍ଷ ଟଙ୍କା ପାଖାପାଖି ଓ ୨ୟ ବର୍ଷରେ ବନପାଳ ମହମଦ୍ଦ ସାକିର ହୋସେନ ୧୫ ଲକ୍ଷ ଟଙ୍କା ପାଖାପାଖି ମ୍ୟାଟେରିଆଲ ବିଲ ଆଦି କରି ଚଳୁ କରିଥିଲେ ହେଁ ଏଠାରେ ଲାଗିଥିବା ୨୫୦୦ ଗଛରୁ ଏବେ କେତେ ଅଛି ତଦନ୍ତ କଲେ ଜଣାପଡିବ । ବନପାଳ ନିଲୀମା ଓ ବନପାଳ ହୋସେନ ପାଣିଦେବାରେ ନିଜ ସଂର୍ପକିୟଙ୍କ ପାଣି ଟ୍ୟାଙ୍କର ଗାଡି ଲଗାଇ କମ ପରିମାଣର ପାଣି ଦେଇ ବହୁ ଅଧିକ ବିଲ କରିଛନ୍ତି । ଶ୍ରୀ ହୋସେନ ନିଜ ପୁଅ ଜୁମନ ନାମରେ ଥିବା ଗୋଟଏ ଟ୍ରାକ୍ଟର ଓ ଗୋଟିଏ ଟାଟା ଏସି ଗାଡି ଲଗାଇ ବିଭାଗରୁ ମୁନାଫା ଲୁଟିଛନ୍ତି । ଏପରିକି ଗୋଟିଏ ଗାଡି ଗୋଟିଏ ଦିନରେ ଏକାଧିକ ସ୍ଥାନରେ ପାଣିଦେଇଥିବାର ଦର୍ଶାଯାଇଛି । ବନପାଳ ନିଲୀମା ମଧ୍ୟ ୟା’ ତା’ ନାମରେ ଟ୍ରାକ୍ଟର ଲଗାଇ ମୁନାଫା ନେଇଥିବା ବେଳେ ସେ ଏଠାରୁ ବିଭିନ୍ନ ବାଟରେ ୦୧ କୋଟି ପାଖାପାଖି କଳା ଟଙ୍କା ଅର୍ଜ୍ଜନ କରି ଏଠାରୁ ଯିବା ପାଇଁ ଚେଷ୍ଟା କରି ସେଥିରେ ସଫଳ ହୋଇ ଅନ୍ୟତ୍ର ବଦଳି ହୋଇଥିବା ବେଳେ ଶ୍ରୀ ହୋସେନ ଦାନଗଦିରେ ଏକ ବଡ ଅଟ୍ଟାଳିକା କରିବାରେ ସକ୍ଷମ ହୋଇଛନ୍ତି ବୋଲି କୁଯାଯାଉଛି । ଏହା ଉପରେ ବନ ବିଭାଗର ଉଚ୍ଚ ଅଧିକାରୀ ଏବଂ ଦୁର୍ନୀତି ନିବାରଣ ବିଭାଗ ତଦନ୍ତ କଲେ ଉପରୋକ୍ତ ପ୍ରିୟାପ୍ରିତୀତୋଷଣର ପର୍ଦ୍ଦାଫାସ ହୋଇପାରନ୍ତା!

Live Share Market

जवाब जरूर दे 

आप अपने सहर के वर्तमान बिधायक के कार्यों से कितना संतुष्ट है ?

View Results

Loading ... Loading ...

Related Articles

Back to top button
.
Website Design By Bootalpha.com +91 84482 65129
.
Close