ଜିଲ୍ଲା ସ୍ତରୀୟ ନିଶାମୁକ୍ତ କାର‌୍ୟ୍ୟକ୍ରମ ଅନୁଷ୍ଠିତ

କଟକ, (ସଙ୍ଗୀତା ମହାପାତ୍ରଙ୍କ ଠାରୁ)ତା ୦୬.୦୮.୨୦୨୬ ରିଖ : ଭାରତ ସରକାରଙ୍କ ଯୁବ ବ୍ୟାପାର ଓ କ୍ରୀଡ଼ା ମନ୍ତ୍ରାଳୟର ମାଇଁ ଭାରତ କଟକ ପକ୍ଷରୁ ରଘୁନାଥ ଜିୟୁ ଡିଗ୍ରୀ କଲେଜରେ ଜିଲ୍ଲାସ୍ତରୀୟ ନିଶାମୁକ୍ତ ଯୁବା ପ୍ରତିଯୋଗିତା ଅନୁଷ୍ଠିତ ହୋଇଯାଇଛି। ଜିଲ୍ଲା ଯୁବ ଅଧିକାରୀ ରୋଶନ କୁମାରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ଉତ୍ସବରେ ମୁଖ୍ୟଅତିଥି ଭାବେ ଜିଲ୍ଲା ସୂଚନା ଓ ଲୋକସଂପର୍କ ଅଧିକାରୀ ସ୍ୱାଗତିକା ବେହେରା, ସମ୍ମାନିତ ଅତିଥି ଭାବେ କଲେଜ ଅଧ୍ୟକ୍ଷ ଚନ୍ଦ୍ର ମୋହନ ସ୍ଵାଇଁ, ଜାତୀୟ ସେବା ଯୋଜନା ଜିଲ୍ଲା କାର‌୍ୟ୍ୟକ୍ରମ ଅଧିକାରୀ ଡ଼ ସନ୍ଧ୍ୟା ସାୟନ୍ତିନୀ ମହାନ୍ତି ଓ କଲେଜ ପ୍ରଶାସନିକ ଅଧିକାରୀ ଡ଼ ସରୋଜ କୁମାର ଦାସ ପ୍ରମୁଖ ଯୋଗଦେଇ ବର୍ତ୍ତମାନ ପରିସ୍ଥିତିରେ ନିଶାମୁକ୍ତ କାର‌୍ୟ୍ୟକ୍ରମରେ ଯୁବ ଶକ୍ତିର ଭୂମିକା ଉପରେ ଆଲୋକପାତ କରିଥିଲେ। ଏହି ଅବସରରେ ଜିଲ୍ଲାର ବିଭିନ୍ନ ବ୍ଲକ ଓ କଲେଜର ଛାତ୍ରଛାତ୍ରୀ ଓ ଯୁବ ପ୍ରତିନିଧି ମଧ୍ୟରେ ଲୋକ ନୃତ୍ୟ, ଲୋକ ସଙ୍ଗୀତ,ନୁକୁଡ ନାଟକ, ବକ୍ତୃତା, ଚିତ୍ରକଳା, କବିତା ପଠନ,ରିଲସ ଓ ସ୍ଲୋଗାନ ପ୍ରତିଯୋଗିତା କରାଯାଇଥିଲା। ଏହି ଉତ୍ସବରେ ମୁଖ୍ୟଅତିଥି ଭାବେ ଜିଲ୍ଲା ସଂସ୍କୃତି ଅଧିକାରୀ ଯୋଗଦେଇ କୃତି ପ୍ରତିଯୋଗୀମାନଙ୍କୁ ପୁରସ୍କାର ବିତରଣ କରିଥିଲେ। ଆସନ୍ତା ୧୦ ତାରିଖରେ ଭୁବନେଶ୍ଵର ଠାରେ ହେବାକୁ ଥିବା ରାଜ୍ୟ ସ୍ତରୀୟ କାର‌୍ୟ୍ୟକ୍ରମରେ ପ୍ରଥମ ସ୍ଥାନ ଅଧିକାର କରିଥିବା ପ୍ରତିଯୋଗୀ ଅଂଶଗ୍ରହଣ କରିବେ। କାର‌୍ୟ୍ୟକ୍ରମରେ ୨୪ଜଣ ଶିକ୍ଷାବିତ ଯୋଗଦେଇଥିବା ବେଳେ କଲେଜର ସମସ୍ତ ଅଧ୍ୟାପକ ଅଧ୍ୟାପିକା, କର୍ମଚାରୀ ଓ ଛାତ୍ରଛାତ୍ରୀ ଉପସ୍ଥିତ ଥିଲେ। ଶେଷରେ ରାଷ୍ଟ୍ରପତି ପୁରସ୍କାରପ୍ରାପ୍ତ ଯୁବ ସମାଜସେବୀ ଗଙ୍ଗାଧର ବେହେରା ଧନ୍ୟବାଦ ଅର୍ପଣ କରିଥିଲେ।

Live Share Market

जवाब जरूर दे 

आप अपने सहर के वर्तमान बिधायक के कार्यों से कितना संतुष्ट है ?

View Results

Loading ... Loading ...

Related Articles

Back to top button
.
Website Design By Bootalpha.com +91 84482 65129
.
Close