
ଡୋଲିପୁର ପୋଷ୍ଟମାଷ୍ଟର ପଦରୁ ଅବସର ନେଲେ ଦେବରଂଜନ ଦେଓ, ବିଦାୟ କାଳୀନ ସଭା ଅୟୋଜନ କଲା ‘ଡୋଲିପୁର ନାଗରିକ ଉନ୍ନୟନ କମିଟି’
ବ୍ୟାସନଗର,୦୯/୦୮(ଉ. ନ୍ୟୁଜ୍ ବ୍ୟୁରୋ): ନିକଟରେ ଡାକପାଳ (ପୋଷ୍ଟମାଷ୍ଟର) ପଦବୀରୁ ଅବ୍ୟାହତି ନେଇଚନ୍ତି ବରିଷ୍ଠ ତଥା ଅଭିଜ୍ଞ ଡାକ ବିଭାଗର ପଦାଧିକାରୀ ଦେବରଂଜନ ଦେଓ । ଭାରତୀୟ ସେନାରେ ଦୀର୍ଘ ୧୬ ବର୍ଷ ଧରି ସଫଳତା ଓ ଦକ୍ଷତାର ସହ କାର୍ଯ୍ୟକରି ସେଠାରୁ ସେବା ନିବୃତ ରହି ପୁଣି ଡାକ ବିଭାଗରେ ଯୋଗ ଦେଇଥିଲେ ଶ୍ରୀଯୁକ୍ତ ଦେଓ । ପୁଣି ୨୩ ବର୍ଷ ୦୯ ଦିନ ଡାକ ବିଭାଗରେ କାର୍ଯ୍ୟ କଲା ପରେ ସେ ଅବସର ଗ୍ରହଣ କରିଛନ୍ତି । ଦୁଇ ୦୨ଟି ପ୍ରମୁଖ ବିଭାଗ ସେନା ଓ ଡାକ ବିଭାଗରେ ଦାୟିତ୍ୱର ସହ ୩୯ ବର୍ଷରୁ ଉର୍ଦ୍ଧ କାଳ ଧରି ସେବା ପ୍ରଦାନ କରି ଅବସର ନେବା ପରେ ତାଙ୍କୁ ଭବ୍ୟ ସମ୍ବର୍ଦ୍ଧନା ଦେବା ପାଇଁ ତାଙ୍କର ଅସରକାଳୀନ ବିଦାୟୀ ସଭା ଆୟୋଜନ କରିଥିଲା ବ୍ୟାସନଗର ପୈାରାଚଂଳର ନ୍ୟୁ-ମାର୍କେଟ ସ୍ଥିତ ‘ଡୋଲିପୁର ନାଗରିକ ଉନ୍ନୟନ କମିଟି’ । କମିଟିର ମୁଖ୍ୟ ତଥା ଆବାହକ ଅଶୋକ କୁମାର ଶତପଥିଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ସଭାରେ ଯାଜପୁର ଜିଲ୍ଲା ଡାକ ଅଧିକ୍ଷକ ଦେବାଶିଷ ସାହାଣୀ, ପୂର୍ବତନ ବ୍ୟାସନଗର ପୈାର ପରିଷଦର ଅଧ୍ୟକ୍ଷା ସବିତା ରାଉତ, ଡାକ ନିରୀକ୍ଷକ, ବରିଷ୍ଠ ବିଜେପି ନେତା ନିରଞ୍ଜନ ଘଡ଼ାଇ, ସମାଜସେବୀ ରାଜେନ୍ଦ୍ର ବିଶ୍ୱାଳ, ପ୍ରମୁଖ ଯୋଗ ଦେଇ ଶ୍ରୀ ଦେଓଙ୍କର କର୍ମମୟ ଜୀବନ, ଦାୟିତ୍ୱବୋଧତା, ଦକ୍ଷତା, ସେବାପରାୟଣତା, ବ୍ୟବହାର ଆଦି ସୁଗୁଣାବଳୀ ଉପରେ ଆଲୋଚନା କରାଯାଇ ତାଙ୍କର ଅବସର ପରବର୍ତ୍ତୀ ଜୀବନର ମଂଗଳ କାମନା କରାଯାଇଥିଲା । ଏଥିରେ ବରିଷ୍ଠ ଆଇନଜୀବୀ ଅନନ୍ତ କୁମାର କର, ‘ଉଦୟବଟ’ର ସଂପାଦକ ଦୁଷ୍ମନ୍ତ କୁମାର ରାଉତ ପ୍ରମୁଖ ବକ୍ତବ୍ୟ ରଖି ଶ୍ରୀ ଦେଓଙ୍କର ବହୁ ସୁଗୁଣ ଉପରେ ଆଲୋକପାତ କରିଥିଲେ । ଏଥିରେ ଡ ବହୁ ଅନୁଷ୍ଠାନ ଓ ବ୍ୟକ୍ତିବିଶେଷ ତାଙ୍କୁ ଅଙ୍ଗବସ୍ତ୍ର ଓ ପୁଷ୍ପଗୁଚ୍ଛ ଦେଇ ସମ୍ବର୍ଦ୍ଧିତ କରିଥିଲେ । ଏଥିରେ ଡା. କୁଳମଣି ବାରିକ, ସାମ୍ବାଦିକ ପ୍ରଣବ କୁମାର ବିଶ୍ୱାଳ, ସମାଜସେବୀ ହେମନ୍ତ କୁମାର ଧିର ପ୍ରମୁଖ ଯୋଗ ଦେଇଥିଲେ ।ଏହି ଅବସରରେ ଡୋଲିପୁର ଡାକଘରର ଉନ୍ନତିକରଣ ଓ ଗ୍ରାହକ ସେବାର ସୁବିଧା ବୃଦ୍ଧି ପାଇଁ କମିଟି ତରଫରୁ ଡାକ ଅଧିକ୍ଷକଙ୍କୁ ଏକ ୦୫ ଦଫା ବିଶିଷ୍ଟ ଦାବୀପତ୍ର ପ୍ରଦାନ କରାଯାଇଥିଲା ଓ ଡାକ ଅଧିକ୍ଷକ ଶ୍ରୀ ସାହାଣୀ କେତେକ ଦାବୀ ପୂରଣ ପାଇଁ ସଭାରେ ସମ୍ମତି ପ୍ରଦାନ କରିଥିଲେ । ଶେଷରେ କବି ମହେଶ୍ୱର ନାୟକ ଧନ୍ୟବାଦ ଅର୍ପଣ କରିଥିଲେ ।




