
ପାଣିକୋଇଲି ‘ଶ୍ରୀ କମଲ ହସପିଟାଲ’ ତରଫରୁ ରକ୍ତଦାନ ଶିବିର ଅନୁଷ୍ଠିତ; ୫୦ ୟୁନିଟ୍ ରକ୍ତ ସଂଗ୍ରୃହୀତ

ବ୍ୟାସନଗର,୦୯/୦୮(ଉ. ନ୍ୟୁଜ୍ ବ୍ୟୁରୋ): ଯାଜପୁର ଜିଲ୍ଲା କୋରେଇ ବ୍ଲ୍କର ପାଣିକୋଇଲି ଛକ ନିକଟବର୍ତ୍ତୀ ‘ଶ୍ରୀ କମଲ ହସପିଟାଲ’ ତରଫରୁ ଆଜି ରବିବାର ପୂର୍ବାହ୍ନରେ ଏକ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଛି । ରକ୍ତ ଦାନ ମହତ ଦାନ ସ୍ଲୋଗାନରେ ଆକର୍ଷିତ ହୋଇ ରକ୍ତଦାତାମାନେ ରକ୍ତଦାନ କରିଥିଲେ । ଆଜିର ଏହି ଶିବିର ଜରିଆରେ ୫୦ ୟୁନିଟ୍ ରକ୍ତ ସଂଗ୍ରହ କରାଯାଇବାର ଜଣାଯାଇଛି । ଏଥିରେ ଯାଜପୁରରୋଡ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରର ମୁଖ୍ୟ ଡ଼ା. ପ୍ରସନ୍ନଜିତ୍ କର, ଡା. ସତ୍ୟଜିତ୍ ସାହୁ, ଡା. ହରମୋହନ ବାରିକ, ସ୍ୱାସ୍ଥ୍ୟ ବିଭାଗର ବରିଷ୍ଠ କର୍ମକର୍ତ୍ତା ପୂର୍ଣ୍ଣିମା ଦାସ, ଜମ୍ବୁନାଥ ସାମଲ, ହେମାଙ୍ଗିନି ନାୟକ, ମେଡିକାଲର ଡାଇରେକ୍ଟର ଶତାଦ୍ଦୀ ଜୟବ୍ରତ ସାମଲ ପ୍ରମୁଖ ଯୋଗ ଦେଇ ଶିବିରର ସୁପରିଚାଳନା କରିଥିଲେ । ୦୩ ମହଲା ବିଶିଷ୍ଟ ଏହି ଘରୋଇ ମେଡିକାଲଟି ନୂତନ ଭାବେ କାର୍ଯ୍ୟରତ ହୋଇଥିବା ବେଳେ ଏଥିରେ ସବୁ ପ୍ରକାରର ସୁବିଧା ସୁଯୋଗ ରହିଛି । ଅଭିଜ୍ଞ ଡାକ୍ତରମାନେ ରୋଗୀଙ୍କ ଚିକିତ୍ସା କରିଥିବା ବେଳେ ମେଡିକାଲର ଡାଇରେକ୍ଟର ଶତାଦ୍ଦୀଙ୍କ ମାଆ ତଥା ମୁଖ୍ୟ ଉଦ୍ୟୋକ୍ତା ଉର୍ମିଳା ନାୟକ ଜଣେ ସୁନାମଧନ୍ୟ ସ୍ୱାସ୍ଥ୍ୟ ବିଭାଗର ଅବସରପ୍ରାପ୍ତ କର୍ମଚାରୀ ଭାବେ ସମଗ୍ର ଜିଲ୍ଲାରେ ବେଶ ପରିଚିତ । ତାଙ୍କର ସେବା ଜୀବନ କାଳରେ ସେ ତାଙ୍କର ସେବା ପାଇଁ ବିଭିନ୍ନ ମହଲରେ ବେଶ ପ୍ରଶଂସିତ ହୋଇସାରିଛନ୍ତି । ସେ ତାଙ୍କର ଟିମ୍କୁ ନେଇ ମେଡିକାଲରେ ଉତ୍ତମ ସେବା ଯୋଗାଇଦେବା ପାଇଁ ନିଜର ପ୍ରତିବଦ୍ଧତା ଦେଖାଇଥିବାରୁ ଆଗାମୀ ଦିନରେ ଏହି ମେଡିକାଲଟି ବ୍ୟବସାୟିକ ସଫଳତା ସହ ବିଭିନ୍ନ ମହଲରେ ଆଦୃତ ହେବାର ଆଶା କରାଯାଉଛି । ବିଶେଷକରି ଏହି ମେଡିକାଲଟି ଗମନାଗମନ ଦୃଷ୍ଟିରୁ ଖୁବ ଭଲ । ପାଣିକୋଇଲି ଛକରୁ ଯାଜପୁରରୋଡ ଆଡକୁ ମାତ୍ର ୨୦୦ ମିଟର ପାଖାପାଖି ଆସିଲେ ଜାତୀୟ ରାଜପଥର ଡାହାଣ ପାଶ୍ୱର୍ରେ ଏହା ଅବସ୍ଥିତ । ରକ୍ତଦାନ ଶିବିର ସହ ମାଗଣା ସ୍ୱାସ୍ଥ୍ୟ ପରୀକ୍ଷା ମଧ୍ୟ କରାଯାଇଥିଲା । ଏଥିରେ ବହୁ ରୋଗୀ ଯୋଗଦେଇ ଏହାର ଫାଇଦା ନେଇଥିଲେ ।




