
ପାଣିକୋଇଲି ପୂର୍ତ ବିଭାଗରେ ସ୍ପୋସାଲ ଅଡିଟ୍ ଭୟ, ସନ୍ତୋଷ୍ଟିକରଣ ପାଇଁ ଚାଲିଛି ଯୋଜନା
ପାଣିକୋଇଲି, ୨୩/୦୬ (ଉ.ନ୍ୟୁଜ୍ ବ୍ୟୁରୋ): ଯାଜପୁର ଜିଲ୍ଲାର ପାଣିକୋଇଲି ଠାରେ ଅବସ୍ଥିତ ପୂର୍ତ ବିଭାଗର ରାସ୍ତା ଓ ଗୃହ ନିର୍ମାଣ ଅଥାତ୍ ପୂର୍ତ ବିଭାଗର ଡିଭିଜନ (Panikoili Roads & Building Division) କାର୍ଯ୍ୟାଳୟରେ ବ୍ୟାପକ ଦୁର୍ନୀତି ଉପରେ ଚର୍ଚ୍ଚା ଯୋର ଧରିଥିବା ବେଳେ ଏହା ଉପରେ ସ୍ପେସାଲ ଅଡିଟ୍ ହେବାର ଶୁଣାଯାଉଛି । ଯେଉଁ ଟିମ ଏବେ ବାରିପଦାରେ ଅଡିଟ୍ କରୁଛି ସେହି ଟିମ୍ ସେଠାରୁ କାର୍ଯ୍ୟସାରି ପାଣିକୋଇଲି ଆସୁଥିବାର ଜଣାଯାଇଛି । ହେଲେ ଏଠାରେ ବହୁ ଦୁର୍ନିତୀ ଓ ଅନିୟମିତତା ହୋଇଥିବାରୁ ଅଡିଟ୍ ଟିମକୁ ହାତରେ ରଖିବାକୁ ଏବେ ଠାରୁ ଯୋଜନା ଆରମ୍ଭ ହୋଇଗଲାଣି ବୋଲି କହିଛନ୍ତି ପାଣିକୋଇଲି ଅଂଚଳର ବରିଷ୍ଠ ସମାଜସେବୀ ତଥା କୋରେଇ ବିଧାନସଭା କ୍ଷେତ୍ରର ବିଧାୟକ ପ୍ରାର୍ଥୀ ରାମଚନ୍ଦ୍ର ବାରିକ । ଯନ୍ତ୍ରୀମାନଙ୍କ ମେରୀମୟ କାର୍ଯ୍ୟକଳାପ ଯୋଗୁ ସରକାରୀ ପାଣ୍ଠିର ଦୂରୁପଯୋଗ ହୋଇଥିବାର ସେ ଅଭିଯୋଗ କରିଛନ୍ତି ।
ସୂଚନାଯୋଗ୍ୟ, ସରକାର ସବୁ କାମକୁ ଅନ୍ଲାଇନ ମାଧ୍ୟମରେ କରିବାକୁ ବ୍ୟବସ୍ଥା କରିଥିବା ବେଳେ ପାଣିକୋଇଲି ଡିଭିଜନ ଅଧିନରେ ଗୁଡାଏ କାମ ଅଫଲାଇନ କରିଛନ୍ତି ବୋଲି ଅଭିଯୋଗ ହେଉଛି । ଫଳରେ ଟେଣ୍ଡର ପ୍ରକ୍ରିୟାରେ ବ୍ୟାପକ ଦୁର୍ନୀତି ଓ ହରିଲୁଟ ହୋଇଥିବାର ଆଶଙ୍କା ପ୍ରକାଶ ପାଇଛି । ୦୨ ଜଣ ବରିଷ୍ଠ ଏଷ୍ଟିମେଟରଙ୍କୁ ବସାଯାଇ ତାଙ୍କ ସ୍ଥାନରେ ଜନୈକ କନିଷ୍ଠ ଯନ୍ତ୍ରୀଙ୍କୁ ଟେଣ୍ଡର ପକ୍ରିୟାର ଦାୟିତ୍ୱ ଦେଇ ୦୩ ପତ୍ରିୟା ଗୁପ୍ତ ଟେଣ୍ଡର ପି-୦୧ ଟେଣ୍ଡର ଜରିଆରେ କୋଟି କୋଟି ଟଙ୍କା ହରିଲୁଟ କରାଯାଇଥିବାର ସେ ଅଭିଯୋଗ କରିଛନ୍ତି । ଅନେକ ପି-୦୧ ଟେଣ୍ଡର ଅଫ୍ଲାଇନରେ କରାଯାଇଥିବା ସେ କହିଛନ୍ତି । କାଗଜପତ୍ରରେ ମଧ୍ୟ ତାଳମେଳ ନ ଥିବାରୁ ପାଣିକୋଇଲି ପୂର୍ତ୍ତ ଡିଭିଜନରେ ଅଡିଟ୍ ହେଲେ ଧରାପଡିଯିବାର ଭୟ ଏବେ ଘାରିଛି । ତେଣୁ ସ୍ପେସାଲ ଅଡିଟ ଟିମକୁ ଧରିବା ପାଇଁ ଯୋଜନା ଆରମ୍ଭ ହୋଇଯାଇଥିବା ଆଶଙ୍କା କରାଯାଉଛି । ଟିମର ସଦସ୍ୟ କେଉଁଠି, କେଉଁଠି ଫାଇଲ ଦେଖିବେ, କ’ଣ ଖାଇବେ ସେସବୁ ପାଇଁ ଏବେଠାରୁ ପ୍ରସ୍ତୁତି ଆରମ୍ଭ ହୋଇଯାଇଛି । ସେମାନଙ୍କୁ ଖାଇବାକୁ ଦେବାକୁ କୁଆଡେ ଘଟଗାଁରୁ ଖାସି ଆଣିବା ପାଇଁ ଅଗ୍ରୀମ ଦିଆହେଲାଣି, କିଭଳି ଭାବେ ଦାମୀ ଉପହାର, ସୁନା ଅଳଙ୍କାର ଆଦି ଦେଇ ସେମାନଙ୍କୁ ଗୁମରସବୁ ନ ଫିଟାଇବା ପାଇଁ ସଫଳ ହେବେ ସେ ଯୋଗାଡରେ ଏବେ ବାବୁମାନେ! ଦେଖାଯାଉ ଆଗକୁ ଅଡିଟ୍ କିପରି ହେଉଛି…..!



